ମାଟି ରାସ୍ତା ମରାମତି କଲେ ସ୍କୁଲ ପିଲା

କୋରୁକୋଣ୍ଡା, ୧୭।୨(ଡି.ଏନ.ଏ.): ମାଲକାନଗିରି ଜିଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ପଟ୍ରେଲ ପଞ୍ଚାୟତର ଏକ ପାଡାଲପୁଟ ଗ୍ରାମରେ ସ୍କୁଲ ଛାତ୍ରୀଛାତ୍ରମାନେ ଗାଁକୁ ଯାଇଥିବା ମାଟିରାସ୍ତା ମରାମତି କରି ପ୍ରଶାସନକୁ ଭିନ୍ନ ବାର୍ତ୍ତା ଦେଇଛନ୍ତି। ମାଲକାନଗିରି-ବାଲିମେଳା ମୁଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଇଥିବା ପୁର୍ତ୍ତ ବିଭାଗ ସଡକରୁ ମାଝିଗୁଡାକୁ ସଂଯୋଗ କରିଛି ଏହି ରାସ୍ତା। ସେଠାରୁ ମାଟିରାସ୍ତା ପଡିଛି ପାଡାଲପୁଟ ଗ୍ରାମକୁ। ଏହି ରାସ୍ତାକୁ ମେଟାଲ କଙ୍କ୍ରିଟ ରୋଡ କିମ୍ବା ପିଚୁ ରୋଡରେ ପରିଣତ କରିବାକୁ ଗ୍ରାମବାସୀ ଅନେକ ଥର ସରପଞ୍ଚ, ବିଡିଓଙ୍କୁ ଜଣାଇଥିଲେ। ପ୍ରଶାସନ ରାସ୍ତା ଉନ୍ନତି କରିବା ତ’ ଦୂରର କଥା ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ୟ ମଧ୍ୟ କରିନାହିଁ। ଏବିଷୟରେ ଗ୍ରାମସଭାରେ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇ ନ ଥିଲା। ଏହା ପରେ ଗ୍ରାମବାସୀ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର କିଛି କିଛି ଅଂଶ ମରାମତି କରି ଯାତାୟତ କରୁଥିଲେ। ତେବେ ବିଦ୍ୟାଳୟ ଖୋଲିବା ପରେ ଏହି ରାସ୍ତାରେ ଛାତ୍ରୀଛାତ୍ରମାନେ ଯାତାୟାତ କରିବା ସମସ୍ୟା ହୋଇଥିଲା। ଏପରିକି ୨ ଜଣ ବିଦ୍ୟାର୍ଥୀ ସାଇକଲେରେ ଯାଉଥିବା ବେଳେ ରାସ୍ତାରେ ପଡିଗଲେ। ଏହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଜଣେ ବାଇକ୍‌ ଚାଳକ ମଧ୍ୟ ଭାରସାମ୍ୟ ହରାଇ ପଡିଯାଇଥିଲେ। ଏହାକୁ ଛାତ୍ରୀଛାତ୍ରମାନେ ଗୁରୁତର ସହ ଚିନ୍ତା କରି ମଙ୍ଗଳବାର ସମସ୍ତେ ଏକାଠି ହୋଇ ହାତରେ କୋଡି କୋଦାଳ ଧରି ରାସ୍ତାରେ ହୋଇଥିବା ଖାଲ ଢିପଗୁଡିକ ମାଟି ପକାଇ ସମତଳ କରିଥିଲେ। ଏ ବିଷୟ ଜାଣି ଗ୍ରାମର ୨ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ପହଞ୍ଚତ୍ ପିଲାଙ୍କୁ ରାସ୍ତା ମରାମତି କାମରେ ସହଯୋଗ କରିଥିଲେ। ଟିମ୍‌ ସଙ୍ଗଠନ ଏ ସମ୍ପର୍କରେ ଜାଣିବା ପରେ ଜିଲାପାଳ ଓ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ପିଲାମାନେ କରିଥିବା କାର୍ଯ୍ୟର ଫଟୋ ସହ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….

ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ…

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

କୋରାପୁଟରୁ ମସ୍କୋ: ରୁଷିଆରେ ପଢ଼ାଇବେ କୋରାପୁଟର ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ତରୁଣ କୁମାର ଦାଶ

କୋରାପୁଟ,୪।୧୦(ଅମିତାଭ ବେହେରା): କୋରାପୁଟ ମାଟିରୁ ଶିକ୍ଷାଦାନ କ୍ଷେତ୍ରରେ ଜାତୀୟ ପରିଚୟ ସୃଷ୍ଟି କରିଥିବା ତରୁଣ କୁମାର ଦାଶଙ୍କ ସଫଳତାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?