Posted inଜାତୀୟ

ପାଠପଢ଼ା ଚାପ: ମରୁଛନ୍ତି ପିଲା ପରେ ପିଲା

କୋଟା,୧୨ା୨:ଦେଶର ଅନ୍ୟତମ ଶିକ୍ଷା ନଗରୀ ଭାବେ ପରିଚିତ ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ମଙ୍ଗଳବାର ନିଜ ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। ସଓ୍ବାଇ ମାଧୋପୁର ଜିଲାର ଛାତ୍ର ଅଙ୍କୁଶ ମୀନା ଏଭଳି ଚରମ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ସୁଇସାଇଡ୍‌ ନୋଟ ଛାଡ଼ିଯାଇ ନ ଥିଲେ ମଧ୍ୟ ପ୍ରେମ ବ୍ୟାପାରରୁ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଚଳିତବର୍ଷ କୋଟାରେ ଏହା ହେଉଛି ସପ୍ତମ ଛାତ୍ରଙ୍କ ଆତ୍ମହତ୍ୟା। ଏହା ପୂର୍ବରୁ ୧୭ ଜାନୁଆରୀରେ ମୟୂରଭଞ୍ଜ ଜିଲାର ଅଭିଜିତ ନାମକ ଜଣେ ଛାତ୍ର ହଷ୍ଟେଲ ରୁମ୍‌ ଫ୍ୟାନ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ପରେ ଜଣେ ଛାତ୍ରୀଛାତ୍ର ପାଠପଢ଼ା ଚାପ ଯୋଗୁ ମରୁଛନ୍ତି। ଏହି କ୍ରମରେ ୨୦୨୩ରେ ୧୭ ଏବଂ ୨୦୨୪ରେ ୨୩ ଜଣ ଛାତ୍ରୀଛାତ୍ର କୋଟାରେ ଆତ୍ମହତ୍ୟା କରିଥିଲେ। ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ଯୋଗୁ ପାଠ୍ୟକ୍ରମ ଚାପ ଓ ଉତ୍ତୀର୍ଣ୍ଣ ନ ହେବାର ଆଶଙ୍କାରେ କୋଚିଂ ସେଣ୍ଟରଗୁଡ଼ିକରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଏଭଳି ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଦେଶର ଶୈକ୍ଷିକ ବିବେକକୁ ଦୋହଲାଇ ଦେଉଛି।
କୋଟାର କୋଚିଂ ସେଣ୍ଟରଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଆମତ୍ହତ୍ୟା ଥମୁନାହିଁ, ବରଂ ଲମ୍ବି ଚାଲିଛି। ସବୁ ପିଲାଙ୍କ ପରି ଅଙ୍କୁଶ ମୀନାଙ୍କ ସ୍ବପ୍ନ ଥିଲା ଅନେକ। ଭଲ ପାଠ ପଢ଼ି ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ସେ ରାଜସ୍ଥାନ କୋଟାର ଏକ କୋଚିଂ ସେଣ୍ଟରରେ ଏନ୍‌ଇଇଟି ସକାଶେ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ମଙ୍ଗଳବାର ସକାଳେ ପ୍ରତାପନଗରସ୍ଥିତ ହଷ୍ଟେଲ ରୁମ୍‌ରୁ ଅଙ୍କୁଶଙ୍କ ମୃତଦେହ ମିଳିବା ପରେ ତାଙ୍କ ମା’ବାପାଙ୍କ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି। ସେହି ଅଞ୍ଚଳରେ ରହୁଥିବା ଅଙ୍କୁଶଙ୍କ ଜଣେ ସମ୍ପର୍କୀୟ ଭାଇ ତାଙ୍କ ହଷ୍ଟେଲକୁ ଯାଇ ପଙ୍ଖାରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଅଙ୍କୁଶ ପ୍ରେମ ବ୍ୟାପାର ଯୋଗୁ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଅନ୍ୟପକ୍ଷେ ପରିବାର ଲୋକେ ଅଙ୍କୁଶଙ୍କ କୌଣସି ଝିଅ ସହ ସମ୍ପର୍କ ବିଷୟକୁ ଖଣ୍ଡନ କରିଛନ୍ତି। ପ୍ରକାଶ ଯେ, ୪୨ ଦିନ ଭିତରେ ଏହା ହେଉଛି ସପ୍ତମ ଆତ୍ମହତ୍ୟା। ଏହା ପୂର୍ବରୁ ଗତ ଜାନୁଆରୀ ୭ରେ ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ହରିୟାଣା ମହେନ୍ଦ୍ରଗଡ଼ର ନୀରଜ ଜାଟ ନିଜ ହଷ୍ଟେଲ ରୁମ୍‌ ପଙ୍ଖାରେ ଝୁଲି ପଡ଼ିଥିଲେ। ଏହାର ଦିନକ ପରେ ମଧ୍ୟପ୍ରଦେଶ ଗୁନାର ଛାତ୍ର ଅଭିଷେକ ଅନୁରୂପ ଭାବେ ଆମତ୍ହତ୍ୟା କରିଥିଲେ। ସେହିମାସ ୧୬ ତାରିଖରେ ମୟୂରଭଞ୍ଜର ମେଧାବୀ ଛାତ୍ର ଅଭିଜିତ ଗିରି ଆତ୍ମହତ୍ୟା କରିଥିଲେ। ଏହାର ଦିନକ ପରେ ରାଜସ୍ଥାନ ବୁନ୍ଦିର ଜଣେ ଛାତ୍ର କୋଟାର ଏକ ହଷ୍ଟେଲ ରୁମ୍‌ ଝରକାରୁ ଡେଇଁ ଜୀବନ ହାରିଥିଲେ। ୨୨ ତାରିଖରେ ଏନ୍‌ଇଇଟି ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟ ଅହମଦାବାଦର ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଆମତ୍ହତ୍ୟା କରିଥିଲେ। ବାରମ୍ବାର ଏଭଳି ଘଟଣା ଘଟିଚାଲିଥିଲେ ହେଁ ପୋଲିସ ପ୍ରଶାସନ ହଷ୍ଟେଲଗୁଡ଼ିକରେ ଉପଯୁକ୍ତ ମାପଦଣ୍ଡର ଅନୁପାଳନ ଯାଞ୍ଚ କରୁ ନ ଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri