ହଲିଉଡର ପ୍ରସିଦ୍ଧ ଅଭିନେତା କେଭିନ କ୍ଲାର୍କଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ କେଭିନଙ୍କ ମାତ୍ର ୩୨ ବର୍ଷ ହୋଇଥିଲା। ପୋଲିସ ଅଧିକାରୀ କହିଛନ୍ତି ଯେ କେଭିନ କ୍ଲାର୍କ ସାଇକେଲ ଚଳାଉ ଥିବାବେଳେ ଏକ ଗାଡି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ କାର ତଳେ କେଭିନଙ୍କୁ ଆଂଶିକ ଦେଖିବାକୁ ମିଳିଥିଲା। କେଭିନଙ୍କୁ ଗୁରୁତର ଅବସ୍ଥାରେ ଆଡଭୋକେଟ ଇଲିନୋଇସ ମେସୋନିକ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା, ସେଠାରେ କିଛି ସମୟ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ଫିଲ୍ମ ‘ସ୍କୁଲ ଅଫ ରକ’ରେ ଅଭିନୟ କରିଥିବା କେଭିନ କ୍ଲାର୍କଙ୍କ ମୃତ୍ୟୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅଭିନେତା ଜ୍ୟାକ ବ୍ଲାକ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏହି ସୂଚନା ଜଣାଇଛନ୍ତି। କେଭିନ ଏବଂ ଜ୍ୟାକ ୨୦୦୩ ରେ ସ୍କୁଲ ଅଫ ରକ୍ ଏକାଠି ଅଭିନୟ କରିଥିଲେ। କେବଳ ଅଭିନୟ ନୁହେଁ କେଭିନ୍ ଭଲ ଡ୍ରମ ମଧ୍ୟ ବଜାଉଥିଲେ। ସେ ନିକଟରେ ବ୍ୟାଣ୍ଡ ଜେସ ବେସ ଏବଂ ଇଣ୍ଟେଣ୍ଟାନ୍ସ ସହିତ କାମ କରିଥିଲେ।