ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା

ନୂଆପଡ଼ା,୨୫ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ଆଶ୍ରମ ବିଦ୍ୟାଳୟର ୬୮ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଡୋଲେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କଳାହାଣ୍ଡି ଓ ନୂଆପଡ଼ା ଜିଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝି ମୁଖ୍ୟ ଅତିଥି, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୋମନା ରଜତ କୁମାର ସାହୁ ମୁଖ୍ୟବକ୍ତା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରକିଶୋର ଜଗତ, ସୁନାବେଡା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦେବଦାସ ଶବର, ମିଛାପାଳି ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକ ତେଜୁରାମ ତାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବର୍ଦ୍ଧନ ମାଝି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅତିଥିମାନେ ବକ୍ତବ୍ୟ ରଖି କହିଥିଲେ, ଛାତ୍ରୀଛାତ୍ର ପାଠ ସହିତ ବିଭିନ୍ନ ଖେଳ, ଯୋଗ, ପ୍ରାଣାୟାମ କଲେ ଶାରୀରିକ ବୃଦ୍ଧି ହେବା ସହ ଜ୍ଞାନ ଆହରଣରେ ସହାୟକ ହୋଇଥାଏ ା କୁମ୍ଭକାର ମାଟିରେ ସୁନ୍ଦର ଘରୋଇ ଉପକରଣ ତିଆରି କରିବା ଭଳି ବିଦ୍ୟାଳୟ ହେଉଛି ମଣିଷ ତିଆରି କାରଖାନା। ଏଠାରେ କୋମଳମତି ଶିଶୁ ଛୋଟରୁ ବଡ ହୋଇ ଭଲ ମଣିଷ ହୋଇପାରନ୍ତି। ଏହି ଅବସରରେ ଆୟୋଜିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଏହାପରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ମାଧବ ଧରୁଆ, ମୋତି ଶବର, ସୁକାନ୍ତି ମାଝି, ନନ୍ଦିନୀ ଶବର ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ। ଶିକ୍ଷକ ଚୂଡ଼ାମଣି ମେହେର ମଞ୍ଚ ପରିଚାଳନାକରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ କଲା ନାହିଁ, ନିଜେ ତିଆରି କଲେ ରାସ୍ତା

ଖଡ଼ିଆଳ,୧୭ା୭ (ସୁଜିତ କୁମାର ପ୍ରଧାନ)- ଖଡ଼ିଆଳ ଏନ୍‌ଏସି ୱାର୍ଡ ନଂ.୧୧ ପୁଟୁପଡ଼ା ମୁଖ୍ୟ ରାସ୍ତା ଖାଲଖମାପୂର୍ଣ୍ଣ ରହିଥିଲା। ବର୍ଷା ଦିନରେ ରାସ୍ତା କାଦୁଅ ହେବା ସହ ଖାଲରେ…

ଦାରିଙ୍ଗବାଡି ଅଞ୍ଚଳରେ ଲଗାଣ ବର୍ଷା: ଏକାଧିକ ସ୍ଥାନରେ ଉପୁଡ଼ିଲା ଗଛ, ସମସ୍ୟା ଘେରରେ…

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ତିନି ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ…

ଏନ୍‌ଇଇଟିରେ କ୍ଷୀରୋଦଙ୍କ ସଫଳତା

କଲମପୁର,୧୭ା୭(ଗଣେଶରାମ ବାଗ): କଳାହାଣ୍ଡି ଜିଲା କଲମପୁର ବ୍ଲକ୍‌ ବଲାଗାଁର କ୍ଷୀରୋଦ କାଣ୍ଡ ଏନ୍‌ଇଇଟିରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବଲାଗାଁର ତ୍ରିନାଥ କାଣ୍ଡ…

 ଥୁଆମୂଳ ରାମପୁର ବ୍ଲକରେ ଭବ୍ୟ ରଥଯାତ୍ରା: ପ୍ରବଳ ବର୍ଷା ସତ୍ତ୍ୱେ ଶ୍ରଦ୍ଧାଳୁ ଟାଣିଲେ ରଥ

ଥୁଆମୂଳ ରାମପୁର, ୧୭।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସଦର ମହକୁମା ସମେତ ଗୋପୀନାଥପୁର, ମହୁଲପାଟଣା, କର୍ଲାପାଟ ଓ ଗୁଣୁପୁର ଆଦି ସ୍ଥାନରେ…

ରଥଟଣା ବେଳେ ଅଘଟଣ: ଶଳାକୁ ଖଣ୍ଡାରେ ହାଣିଥିବା ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ପୁରୁଷୋତ୍ତମପୁର,୧୭।୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଅରଖପୁର ଗ୍ରାମରେ ଗୁରୁବାର ରଥଟଣା ଚାଲିଥିବା ବେଳେ ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଭିଣୋଇ ଟିଟୁ…

ଶ୍ରୀଜଗନ୍ନାଥଙ୍କ ଟାହିଆ ପ୍ରସଙ୍ଗ, ଗୋଟି ଗୋଟି କରି ସବୁ କଥା କହିଦେଲେ ଦଇତାପତି ନିଯୋଗ ସମ୍ପାଦକ, ଜାଣନ୍ତୁ…

ପୁରୀ,୧୭।୭: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ ବିଶ୍ୱନିୟନ୍ତାଙ୍କ ବିଶ୍ୱପ୍ରସିଦ୍ଧ ନବଦିନାତ୍ମକ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ରଥଟଣା ଶେଷ ହୋଇଛି। ଶରଧାବାଲିରେ ପହଞ୍ଚିଛନ୍ତି ୩ ରଥ। ରଥ…

କେସିଙ୍ଗା ରେଳ ଷ୍ଟେଶନ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ, ୨୨ କୋଟି ବ୍ୟୟ ଅଟକଳରେ ନିର୍ମିତ…

କେସିଙ୍ଗା,୧୭ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ଦେଶରେ ଥିବା କେସିଙ୍ଗା ରେଲଓ୍ବେ ଷ୍ଟେଶନର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭର୍ଚୁଆଲ ଦ୍ବାରା ଶୁକ୍ରବାର ଅପରାହ୍ନରେ…

ଅକାଳରେ ଜନ୍ମିତ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ଜଗି ରହିଲେ ବନ କର୍ମଚାରୀ

ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri