ସ୍କୁଲ ଫାଟକରେ ତାଲା: ଖରାରେ ଠିଆହୋଇ ୮ ଛାତ୍ରୀଛାତ୍ର ଅସୁସ୍ଥ

ବୌଦ୍ଧ/ପୁରୁଣାକଟକ,୨୨ା୭(ଅଜିତ କୁମାର ବାରିକ/ ସୁକାନ୍ତ ପଟ୍ଟନାୟକ)କୌଣସି କଥାକୁ ନେଇ କେତେଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେଲା ା ଏହାକୁ ନେଇ ଶନିବାର ସକାଳେ ଜଣେ ଅଭିଭାବକ କାହାକୁ କିଛି ନ ଜଣାଇ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ କଲେ ପ୍ରତିବାଦ ା ଫଳରେ ଦୀର୍ଘ ସମୟ ଧରି ବାହାରେ ଛିଡା ହେବାରୁ ୮ ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସମ୍ବେଦନଶୀଳ ଘଟଣା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଲୁଣିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ା ଏହି ଘଟଣା ସାଧାରଣରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି ା
ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ଖେଳଛୁଟି ସମୟରେ ପଞ୍ଚମ ଶ୍ରେଣୀର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା ା ପରେ ସମ୍ପୃକ୍ତ ଛାତ୍ରଙ୍କୁ ଦୁଇଜଣ ଛାତ୍ରୀଛାତ୍ର ମିଶି ମାଡ଼ମାରିଥିଲେ ା ଏନେଇ ଛାତ୍ର ଜଣକ ଘରକୁ ଯାଇ ନିଜ ମା’ ବାପାଙ୍କୁ କହିଥିଲେ ା ଶନିବାର ସକାଳୁଆ ବିଦ୍ୟାଳୟ ଥିବାରୁ ମାଡ଼ ଖାଇଥିବା ଛାତ୍ରଙ୍କ ବାପା କାହାକୁ କିଛି ନ ଜଣାଇ ସିଧା ବିଦ୍ୟାଳୟ ଫାଟକରେ ତାଲା ପକାଇ ଦେଇଥିଲେ ା ଫଳରେ ବିଦ୍ୟାଳୟ ବାହାରେ ଶତାଧିକ ଛାତ୍ରୀଛାତ୍ରଙ୍କ ସହ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ପ୍ରାୟ ୧ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଥିଲେ ା ବହୁ ସମୟ ଧରି ବୁଝାଶୁଝା କରିବା ପରେ ଅଭିଭାବକ ଜଣକ ଗେଟ ଖୋଲିବାରୁ ସମସ୍ତେ ସ୍କୁଲ ଭିତରକୁ ପ୍ରବେଶ କରିଥିଲେ ା ମାତ୍ର ଖରା ହେଉଥିବାରୁ ଏହା ଭିତରେ ଷଷ୍ଠ ଶ୍ରେଣୀର ଜଣେ, ଚତୁର୍ଥ ଶ୍ରେଣୀର ୨ଜଣ, ସପ୍ତମର ୩ ଜଣ, ଅଷ୍ଟମ ଶ୍ରେଣୀର ୨ଜଣଙ୍କୁ ମିଶାଇ ମୋଟ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଥିଲେ ା ସେମାନଙ୍କୁ ସଙ୍ଗେସଙ୍ଗେ ପୁରୁଣାକଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ା ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ା ଏ ସମ୍ପର୍କରେ ପ୍ରଧାନଶିକ୍ଷକ ଚିରଞ୍ଜୀବୀ ଭୋକ୍ତାଙ୍କୁ ପଚାରିବାରେ ପିଲା ପିଲା ଭିତରେ ଶୁକ୍ରବାର ପାଟିତୁଣ୍ଡ ହୋଇ ମାଡଗୋଳ ହୋଇଥିଲା ା ସେଦିନ ପିଲାମାନେ ଶିକ୍ଷକଙ୍କୁ ଏ ବିଷୟରେ କିଛି ଜଣାଇ ନ ଥିଲେ ା ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅଭିଭାବକ କିଛି ନ କହି ଫାଟକରେ ତାଲା ପକାଇ ଦେଇଥିଲେ ା ଖରାରେ ଛିଡାହୋଇ ୮ଜଣ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଲେ ା ଖବରପାଇ ଏବିଇଓ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କୁ ବୁଝାଶୁଝା କରିବା ସହିତ ସାମାନ୍ୟ କଥାକୁ ନେଇ ଏଭଳି କରିବା ଠିକ୍‌ ନୁହେଁ ବୋଲି କହି ତାଗିଦ୍‌ କରିଥିବା ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

ନବରାତ୍ରୀରେ ଚମକିବ ୩ ରାଶିଙ୍କ ଭାଗ୍ୟ, ମା’ଦୁର୍ଗାଙ୍କ କୃପାରୁ ଧନଲାଭ ଯୋଗ; ଚାକିରିରେ ବଡ଼ ପଦୋନ୍ନତି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ଅକ୍ଟୋବର ୧୧, ୨୦୨୬ରୁ ଆରମ୍ଭ ହେବ। ଏଥର ମା’ ଦୁର୍ଗା ହାତୀ ଉପରେ ସବାର ହୋଇ ଆସୁଛନ୍ତି। ଜ୍ୟୋତିଷୀୟ ବିଶ୍ୱାସ ଅନୁଯାୟୀ,…

ମୁଖ୍ୟମନ୍ତ୍ରୀ ବିଜୟ ‘ମାମା’ଙ୍କ ସୁନା ମୁଦି କିପରି ନବଜାତ ଶିଶୁଙ୍କ ପାଇଁ ହୋଇପାରେ କ୍ଷତିକାରକ: ଅଭିଭାବକମାନେ ମାନନ୍ତୁ…

ଚେନ୍ନାଇ,୨୯।୯: ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ସୋମବାର ନିଜର ଏକ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବର ୨୮ରେ, ସେ ରାଜ୍ୟର ନବଜାତ…

ଏସବୁ ରାଜ୍ୟରେ ବଢିଲା DA! ଅକ୍ଟୋବରରେ ବଢିକି ଆସିବ ଦରମା! ପେନସନଭୋଗୀଙ୍କୁ ବି ଦଶହରା ଭେଟି ଦେଲେ ସରକାର

ନୂଆଦିଲ୍ଲୀ,୨୯।୯: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ଘରେ କୌଣସି ବୟସ୍କ ପେନସନଭୋଗୀ ଅଛନ୍ତି, ତେବେ ଏହି ଖବର ଆପଣଙ୍କ ମୁହଁରେ ଏକ ବଡ଼ ହସ…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?