ଅଧପନ୍ତରିଆ ଅବସ୍ଥାରେ ବିଦ୍ୟାଳୟ ଶ୍ରେଣୀଗୃହ

କୁଜଙ୍ଗ,୧୮ା୪(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକ ଅନ୍ତର୍ଗତ ପୋତାନଇ ପଞ୍ଚାୟତର ଦାର୍ଦ୍ଦିଆ ପୋତାନଇ ଉଚ୍ଚ ବିଦ୍ୟାଳୟର ପୁରାତନ ପ୍ରାଚୀର ଓ କିଛି ଶ୍ରେଣୀ ଗୃହ ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ମାତ୍ର ଏହାର ମରମତି ଓ ନବୀକରଣ ହେଉନାହିଁ। ସେହିପରି ଏଠାରେ ଖାଲିପଡ଼ିଥିବା ଶିକ୍ଷକ ପଦବୀଗୁଡ଼ିକ ପୂରଣ ହେଉ ନ ଥିବାରୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି।
୧୯୬୪ରେ ପ୍ରତିଷ୍ଠା ହୋଇଥିବା ଏହି ପୁରାତନ ବିଦ୍ୟାଳୟଟି ପୂର୍ବରୁ ଶିକ୍ଷା କ୍ଷେତ୍ରରେ ସୁନାମ ଅର୍ଜନ କରିଥିଲା। ଏ ନେଇ ଆଖପାଖ ଅଞ୍ଚଳର ବହୁ ଛାତ୍ରୀଛାତ୍ର ଏଠାରେ ପାଠପଢ଼ିବାକୁ ଭିଡ଼ ଜମାଉଥିଲେ। ଏବେ ଏହାର ପାରିପାର୍ଶ୍ୱିକ ଓ ଶିକ୍ଷା ବ୍ୟବସ୍ଥା ଦେଖି ଅଭିଭାବକମାନେ ଛାତ୍ରୀଛାତ୍ରଙ୍କ ନାମ ଲେଖାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏବେ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୬୧ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି।
୨୦୧୨ରେ ରାମସା ଅନୁଦାନରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ ୨୨ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ସମ୍ପୃକ୍ତ ଠିକାଦାର ଶ୍ରେଣୀ ଗୃହ କାମ ଆରମ୍ଭ କରିଥିଲା। ମାତ୍ର ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ନିର୍ମାଣ କରି ହଠାତ୍‌ କାର୍ଯ୍ୟ ବନ୍ଦ କରି ଚାଲିଯାଇଥିଲା। ସେବେଠାରୁ ଶ୍ରେଣୀ ଗୃହଗୁଡ଼ିକ ଅଧାପନ୍ତରିଆ ହୋଇ ରହିଛି। ଇତିମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ କରିଯାଇଛି। ଏବେ ଏହି ଅର୍ଦ୍ଧନିର୍ମିତ ଶ୍ରେଣୀ ଗୃହ ଉପରେ ଲତାଗୁଳ୍ମ ମାଡିଗଲାଣି। ମାତ୍ର ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଏହାଛଡ଼ା ବିଦ୍ୟାଳୟରେ ଦୀର୍ଘଦିନ ହେବ ୪ଟି ଶିକ୍ଷକ ପଦବୀ ଖାଲିପଡ଼ିଛି। ୨୦୧୬ରୁ କଳା ଶିକ୍ଷକ ପଦବୀ, ୨୦୨୦ ମାର୍ଚ୍ଚରୁ ହିନ୍ଦୀ ଶିକ୍ଷକ ପଦବୀ, ୨୦୨୧ ଅଗଷ୍ଟରୁ ଗଣିତ ଶିକ୍ଷକ ପଦବୀ ଓ ୨୦୨୦ ଏପ୍ରିଲରୁ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଅନ୍ୟ ପକ୍ଷରେ ଦୀର୍ଘ ୬ବର୍ଷ ହେବ କାର୍ଯ୍ୟରତ କିରାଣିଙ୍କୁ କୁଜଙ୍ଗସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେଶନରେ ପଠାଇ ଦିଆଯାଇଛି। ଏନେଇ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପୁରାତନ ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରି ରୂପାନ୍ତରଣ ବିଦ୍ୟାଳୟରେ ଅନ୍ତର୍ଭୁୁକ୍ତ କରିବା ପାଇଁ ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ବ୍ରଜକିଶୋର ମହାରାଜ, ବିଦ୍ୟାଳୟର ପୁରାତନ ଛାତ୍ରସଂଘ ସଭାପତି ମନମୋହନ ବିଶ୍ୱାଳ, ସମ୍ପାଦକ ସର୍ବେଶ୍ୱର ଜେନା ଏବଂ ଛାତ୍ର ଅଭିଭାବକ କଳ୍ପନା ଦାସ, ଅଜୟ କୁମାର ଦାସ, ବିଚିତ୍ରାନନ୍ଦ ଚୌଧୁରୀ ଓ ପ୍ରଶାନ୍ତ କୁମାର ଦାସ ପ୍ରମୁଖ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ଶିକ୍ଷାଅଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଲେ ଖାଲିପଡ଼ିଥିବା ପଦବୀ ପୂରଣ ହେବ। ସେହିପରି ଶ୍ରେଣୀଗୃହ ମରାମତି ପାଇଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ରକ୍ଷାବନ୍ଧନରେ ୩ ଦିନ ମାଗଣା ବସ୍ ସେବା

ଲକ୍ଷ୍ନୌ,୧୬।୮: ରକ୍ଷାବନ୍ଧନ ଅବସରରେ ଉତ୍ତରପ୍ରଦେଶର ମହିଳାମାନଙ୍କ ପାଇଁ ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମ (UPSRTC) ମହିଳାଙ୍କୁ…

ବନ୍ୟାପାଣିରେ ବୁଡ଼ିଲା ଶିବମନ୍ଦିର, ଫସିଲେ ପୂଜକ ଦମ୍ପତି, ୮ ଘଣ୍ଟା ପରେ…

କୁଚିଣ୍ଡା,୧୬ା୮(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ବ୍ଲକରେ ପ୍ରବାହିତ ଖର୍ଲା ନଦୀରେ ବନ୍ୟା ଆସିଛି। ବନ୍ୟାପାଣି ମାଡ଼ି ଆସିବାରୁ ଚକଦରହ ଶିବମନ୍ଦିରଟି ପାଣିରେ ଅଧା ବୁଡ଼ି ଯାଇଥିଲା।…

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri