ଡ୍ରମ ବାଜା ଭାଙ୍ଗିଦେଲେ ସ୍କୁଲ ପିଲା: ଥାନାରେ ଏତଲା

ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ ଖେମୁଣ୍ଡି ହାଇସ୍କୁଲର କିଛି ୧୦ମ ଶ୍ରେଣୀ ଛାତ୍ର ପ୍ରାୟ ୮ ହଜାର ଟଙ୍କା ମୂଲ୍ୟର ସ୍କୁଲରେ ଥିବା ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକ ଭାଙ୍ଗି ନଷ୍ଟ କରିଦେଇଛନ୍ତି। ସୋମବାର ସାଧାରଣତନ୍ତ୍ର ଦିବସ ପରେଡ଼ରେ ସ୍କୁଲ ପିଲାମାନେ ଡ୍ରମ ବାଦନ କରିଥିଲେ। ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରାଯିବା ପରେ ଛାତ୍ରମାନେ ଉକ୍ତ ଡ୍ରମ ବ୍ୟାଣ୍ଡ ବାଜା ଗୁଡ଼ିକୁ ଧରି ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ଏନଏସି କାର୍ଯ୍ୟାଳୟ ପକ୍ଷରୁ ସମ୍ମିଳିତ ପରେଡ଼ରେ ଅଂଶଗ୍ରହଣ କରିଥିଲେ। ପରେ ସେଗୁଡ଼ିକୁ ସ୍କୁଲ ପରିସରରେ ଭାଙ୍ଗି ରଖିଦେଇଥିଲେ।
ମଙ୍ଗଳବାର ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ କୁମାର ମହାନ୍ତି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ଛାତ୍ରମାନଙ୍କୁ ଡକାଇ ପଚରାଉଚୁରା କରିଥିଲେ। ସେମାନେ ଏନେଇ କିଛି ଜାଣି ନ ଥିବା ପ୍ରକାଶ କରିବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି। ହାଇସ୍କୁଲରେ କିଛି ଛାତ୍ର ବାରମ୍ବାର ଏଭଳି ବିଶୃଙ୍ଖଳା କରୁଛନ୍ତି। କିଛିଦିନ ପୂର୍ବେ ସ୍କୁଲର ସମସ୍ତ ସିସିଟିଭିଗୁଡ଼ିକୁ କିଛି ଛାତ୍ର ଯୋଜନାବଦ୍ଧ ଭାବେ ଭାଙ୍ଗି ନଷ୍ଟ କରିଦେଇଥିଲେ। ସ୍କୁଲର କିଛି ଅମାନିଆ ଛାତ୍ର ଏଭଳି କାରବାରରେ ଲିପ୍ତ ରହୁଥିବାରୁ ଶିକ୍ଷୟିତ୍ରୀଶିକ୍ଷକ ବୃନ୍ଦ ଚିନ୍ତିତ ହୋଇପଡ଼ିଥିବା କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥର ସନ୍ଧିରେ ମୁଣ୍ଡ

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଗଲେ। ମୁଣ୍ଡ…

ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ…

ଧମାକା କରିବେ ସଲମାନ: ସାରା ବିଶ୍ୱରେ ପକାଇବ ପ୍ରଭାବ

ବଲିଉଡର ‘ସୁଲତାନ’ ସଲମାନ ଖାନ୍‌ ଧମାକା କରିବାକୁ ଯାଉଛନ୍ତି। ପ୍ରଖ୍ୟାତ ନିର୍ଦ୍ଦେଶକ ଯୋଡ଼ି ରାଜ ଏବଂ ଡିକେଙ୍କ ସହ ମିଶି ସେ ମନୋରଞ୍ଜନ ଶିଳ୍ପରେ ଏକ ନୂତନ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ…

ତାମିଲନାଡୁରେ ବିଜୟଙ୍କ ଦଖଲ ପରେ ପବନ କଲ୍ୟାଣଙ୍କ ବଡ଼ ବୟାନ, ମାଟିରେ ମିଶିଯିବ…ରାଜନୀତିରେ ଝଡ

ଚେନ୍ନାଇ,୬।୫: ତାମିଲନାଡୁର ରାଜନୈତିକ ଦୃଶ୍ୟପଟରେ, ବିଧାନସଭା ନିର୍ୱାଚନର ଫଳାଫଳ ପରେ ବୟାନବାଜିର ଏକ ଝଡ଼ ତୀବ୍ର ହୋଇଛି। ଏହି ପରିପ୍ରେକ୍ଷୀରେ, ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଏବଂ ଜନସେନା…

ଏହି ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ! ସାମ୍‌ନାକୁ ଆସିଲା ତାରିଖ

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନରେ ବିପୁଳ ବିଜୟ ପରେ ଥଲାପଥି ବିଜୟ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଛି। ନବନିର୍ବାଚିତ ଟିଭିକେ ଦଳର ବିଧାୟକମାନେ ମଙ୍ଗଳବାର ଦିନ ବୈଠକ କରିଥିଲେ…

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

ଜନଗଣନାରେ ସାମିଲ ହେଲେ ଜିଲାପାଳ

ଭବାନୀପାଟଣା,୬ା୫(ଉତ୍ତମ କୁମାର ଦାଶ)-ରାଜ୍ୟରେ ଗତ ଏପ୍ରିଲ ୧୫ରୁ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହୋଇଛି। ଆସନ୍ତା ୧୬ ତାରିଖରେ ଏହା ଶେଷ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri