ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ଉକ୍ତ ପାଚେରିର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି। କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ପ୍ରାଥମିକ ବିଦ୍ୟାଳୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଏସ୍‌ଏଫ୍‌ସି ଯୋଜନାରେ ୨ଲକ୍ଷ ୧୭ ହଜାର ୫୪୦ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ କାମ କରାଯାଇଛି। କାମ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। କିନ୍ତୁ କାମ ସରିଯାଇଥିଲେ ସୁଦ୍ଧା ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଗଲାନାହିଁ ବୋଲି ଗ୍ରାମବାସୀ କହିଛନ୍ତି। କୌଣସି ଅଧିକାରୀ କାର୍ଯ୍ୟ ତଦାରଖ ନ କରିବାରୁ ଗୋଟିଏ ବସ୍ତା ସିମେଣ୍ଟରେ ଅତ୍ୟଧିକ ମାତ୍ରାରେ ବାଲି ଦେଇ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ପାଚେରି କାମ ନେଇ ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ ନିଜେ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକରେ ତ୍ରୁଟି: କଂଗ୍ରେସର ୧୨ ଘଣ୍ଟିଆ ନବରଙ୍ଗପୁର ଜିଲା ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ନବରଙ୍ଗପୁର, ୧।୭ (ସଦାଶିବ ପ୍ରହରାଜ): ଗଣଶିକ୍ଷା ବିଭାଗ ଅଧୀନ ପାଠ୍ୟପୁସ୍ତକରେ ରହିଥିବା ତ୍ରୁଟିକୁ ନେଇ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ନବରଙ୍ଗପୁର ଜିଲାବନ୍ଦ ଡାକରାର ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri