ଅଭିଯୋଗ ସତ୍ତ୍ୱେ ଶୁଣିଲାନି ପ୍ରଶାସନ, ସରିଗଲା ସ୍କୁଲ ପାଚେରି କାମ

ରାଇଘର, ୧୩।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟର ପାଚେରି କାମ ନିମ୍ନମାନର ହୋଇଛି। କାମ ଚାଲିଥିବା ବେଳେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଉ ନ ଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ଉକ୍ତ ପାଚେରିର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି। କୌଣସି ଦୁର୍ଘଟଣା ଘଟିଲେ କିଏ ଦାୟୀ ରହିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।
ରାଇଘର ବ୍ଲକ ଯୋଡ଼ିଙ୍ଗା ପଞ୍ଚାୟତ ମହୁଭଟ୍ଟା ପ୍ରାଥମିକ ବିଦ୍ୟାଳୟରେ ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଏସ୍‌ଏଫ୍‌ସି ଯୋଜନାରେ ୨ଲକ୍ଷ ୧୭ ହଜାର ୫୪୦ ଟଙ୍କା ବ୍ୟୟରେ ପାଚେରି ନିର୍ମାଣ କାମ କରାଯାଇଛି। କାମ ନିମ୍ନମାନର ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। କିନ୍ତୁ କାମ ସରିଯାଇଥିଲେ ସୁଦ୍ଧା ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଗଲାନାହିଁ ବୋଲି ଗ୍ରାମବାସୀ କହିଛନ୍ତି। କୌଣସି ଅଧିକାରୀ କାର୍ଯ୍ୟ ତଦାରଖ ନ କରିବାରୁ ଗୋଟିଏ ବସ୍ତା ସିମେଣ୍ଟରେ ଅତ୍ୟଧିକ ମାତ୍ରାରେ ବାଲି ଦେଇ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ନିମ୍ନମାନର ପାଚେରି କାମ ନେଇ ରାଇଘର ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କୁ ପଚାରିବାରୁ ସେ ନିଜେ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୧୮ ଆହତ

ଉମରକୋଟ,୧୨।୨(ସ୍ବ.ପ୍ର.): ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ଏକ ପିକ୍‌ଅପ୍‌ ଭ୍ୟାନ୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୮ ଜଣ ଆହତ...

ସରକାରୀ ସାହାଯ୍ୟ ଅପେକ୍ଷାରେ ଚାମର

ଉମରକୋଟ,୨୦ା୩(ସ୍ବ.ପ୍ର.): ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅଧୀନ ପୂଜାରିଗୁଡା ଗ୍ରାମର ଚାମର ଭତ୍ରା ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି। ଚାମର (୬୩) କିଛି ବର୍ଷ...

ପୁଅକୁ ହତ୍ୟା କଲେ ବାପା

ନବରଙ୍ଗପୁର,୧୧ା୭(ବି.ପ୍ର.): ନିଜର ଏକମାତ୍ର ପୁଅକୁ ହତ୍ୟା ଜଣେ ମଦ୍ୟପ ବାପା ହତ୍ୟା କରିବା ଘଟଣା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ଥାନା ଅନ୍ତର୍ଗତ ଗୋଡ଼ିଗାଁ...

କେଶବଙ୍କ ଚିକିତ୍ସାରେ ଅର୍ଥ ବାଧକ, ସରକାରୀ ସହାୟତା ଦାବି

ତେନ୍ତୁଳିଖୁଣ୍ଟି, ୧୦।୧୦(ଡି.ଏନ୍‌.ଏ.): ଖେଳିବା ଦୌଡ଼ିବା ବୟସରେ କଥା କହି ପାରୁନାହାନ୍ତି କି ଠିକ୍‌ଭାବେ ଠିଆ ହୋଇ ପାରୁ ନାହାନ୍ତି। ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ...

ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି

ରାଇଘର,୨୫।୪(ଡି.ଏନ୍‌.ଏ.)-ନବରଙ୍ଗପୁର ଜିଲା ରାଇଘର ବ୍ଲକ ସଦର ମହକୁମାରେ ପାନୀୟ ଜଳ ଯୋଗାଣ ତରଫରୁ ସପ୍ଲାଇ କରାଯାଉଥିବା ପାଣି ଚାବି ପଏଣ୍ଟ ଉପରେ ପ୍ଲେଟ ଦେବାକୁ ଦାବି...

ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା...

୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟିତ

ନବରଙ୍ଗପୁର,୨୦ା୪(ବି.ପ୍ର.): ନବରଙ୍ଗପୁର ବିଏଡ୍‌ କଲେଜଠାରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ସ୍ବାସ୍ଥ୍ୟକେନ୍ଦ୍ରକୁ ସୋମବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏହି...

ରାଇଘରରେ ମାଓବାଦୀ ବ୍ୟାନର, ପୋଷ୍ଟର

ରାଇଘର, ୨୧।୭(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର କୁନ୍ଦେଇ ମୁଖ୍ୟ ରାସ୍ତାକଡ଼ରେ ଗୁରୁବାର ମାଓବାଦୀମାନେ ବ୍ୟାନର ଓ ପୋଷ୍ଟର ମାରି ନିଜ ଉପସ୍ଥିତି ଜାହିର କରିଛନ୍ତି। ରାଇଘର...

Advertisement
Archives

Model This Week