କଟକ,୧୩।୭ (କାର୍ତ୍ତିକ ସାହୁ)କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ଅନୁସୂଚିତ ଜାତି ମହିଳା ବନ୍ଦନା ବେହେରାଙ୍କୁ ପଦୋନ୍ନତି ମିଳୁନି। ସେ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଦୀର୍ଘ ୨୬ ବର୍ଷ ହେବ କାର୍ଯ୍ୟ କରିଆସୁଥିବାବେଳେ ତାଙ୍କୁ ଆଳ ଦେଖାଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦୋନ୍ନତି ଦିଆଯାଉ ନ ଥିବା ନେଇ ବନ୍ଦନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ବନ୍ଦନା ଜୁନିୟର କିରାଣି ଭାବେ ୧୯୮୯ ଡିସେମ୍ବର ୨୨ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୭ ଅକ୍ଟୋବର ୬ରେ ତାଙ୍କୁ ସିନିୟର ଆସିଷ୍ଟାଣ୍ଟ ଭାବେ ପଦୋନ୍ନତି ମିଳିଥିଲା। ସେବେଠାରୁ ସେହି ପଦବୀରେ ଅଦ୍ୟାବଧି ସେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ଜୁନିୟରମାନଙ୍କୁ ପଦୋନ୍ନତି ଦିଆଯାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆଯାଉନାହିଁ। ସେ ଅନୁସୂଚିତ ଜାତିର ହୋଇଥିବାବେଳେ ଗ୍ରେଡେଶନ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ରହିଛି। ଗ୍ରେଡେଶନ ତାଲିକାକୁ ନେଇ ବରିଷ୍ଠତା ଭିତ୍ତିରେ ଯେକୌଣସି ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବାର ନିୟମ ରହିଥିବାବେଳେ ତାଙ୍କୁ ଉପେକ୍ଷା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅନୁସୂଚିତ ଜାତି ପଦ ଖାଲି ନ ଥିବାରୁ ପଦୋନ୍ନତି ମିଳିପାରୁନାହିଁ ବୋଲି ତାଙ୍କୁ କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ୫ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ଏବେ ଆଉ ୫ ଜଣଙ୍କ ତାଲିକା ପଦୋନ୍ନତି ପାଇଁ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ୨ ଜଣଙ୍କୁ ପଦୋନ୍ନତି ଦିଆଯାଇସାରିଥିବା ଜଣାପଡିଛି। ଜୁନିୟରମାନେ ପର୍ଯ୍ୟାୟ କ୍ରମେ ପଦୋନ୍ନତି ପାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆ ନ ଯାଇ ଏକପ୍ରକାର ମାନସିକ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆମରଣ ଅନଶନ କରିବା ସହ ଆବଶ୍ୟକ ପଡ଼ିଲେ ଆଇନ୍ର ଆଶ୍ରୟ ନେବେ ବୋଲି ବନ୍ଦନା କହିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ଅଭିଯୋଗ ବାବଦରେ ଅବଗତ ଅଛି। ଏନେଇ ତର୍ଜମା ଓ ଆବଶ୍ୟକ ଯାଞ୍ଚ କରାଯାଉଛି। କୌଣସି ବ୍ୟତିକ୍ରମ ହୋଇଥିଲେ ତାହାକୁ ନିଶ୍ଚିତ ଭାବେ ସୁଧାରିବାକୁ ପଦକ୍ଷେପ ନିଆଯିବ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

