କଟକ,୧୩।୭ (କାର୍ତ୍ତିକ ସାହୁ)କଟକ ସଦର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ସିନିୟର ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟରତ ଜଣେ ଅନୁସୂଚିତ ଜାତି ମହିଳା ବନ୍ଦନା ବେହେରାଙ୍କୁ ପଦୋନ୍ନତି ମିଳୁନି। ସେ ସିନିୟର ଆସିଷ୍ଟାଣ୍ଟ ପଦବୀରେ ଦୀର୍ଘ ୨୬ ବର୍ଷ ହେବ କାର୍ଯ୍ୟ କରିଆସୁଥିବାବେଳେ ତାଙ୍କୁ ଆଳ ଦେଖାଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପଦୋନ୍ନତି ଦିଆଯାଉ ନ ଥିବା ନେଇ ବନ୍ଦନା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ବନ୍ଦନା ଜୁନିୟର କିରାଣି ଭାବେ ୧୯୮୯ ଡିସେମ୍ବର ୨୨ରୁ ଚାକିରି ଜୀବନ ଆରମ୍ଭ କରିଥିଲେ। ୧୯୯୭ ଅକ୍ଟୋବର ୬ରେ ତାଙ୍କୁ ସିନିୟର ଆସିଷ୍ଟାଣ୍ଟ ଭାବେ ପଦୋନ୍ନତି ମିଳିଥିଲା। ସେବେଠାରୁ ସେହି ପଦବୀରେ ଅଦ୍ୟାବଧି ସେ କାର୍ଯ୍ୟ କରୁଛନ୍ତି। ତାଙ୍କଠାରୁ ଜୁନିୟରମାନଙ୍କୁ ପଦୋନ୍ନତି ଦିଆଯାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆଯାଉନାହିଁ। ସେ ଅନୁସୂଚିତ ଜାତିର ହୋଇଥିବାବେଳେ ଗ୍ରେଡେଶନ ତାଲିକାରେ ତାଙ୍କ ନାମ ସର୍ବାଗ୍ରେ ରହିଛି। ଗ୍ରେଡେଶନ ତାଲିକାକୁ ନେଇ ବରିଷ୍ଠତା ଭିତ୍ତିରେ ଯେକୌଣସି ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବାର ନିୟମ ରହିଥିବାବେଳେ ତାଙ୍କୁ ଉପେକ୍ଷା କରାଯାଉଥିବା ସେ ଅଭିଯୋଗ ଆଣିଛନ୍ତି। ଅନୁସୂଚିତ ଜାତି ପଦ ଖାଲି ନ ଥିବାରୁ ପଦୋନ୍ନତି ମିଳିପାରୁନାହିଁ ବୋଲି ତାଙ୍କୁ କୁହାଯାଉଛି। ଗତ ୪ ବର୍ଷ ମଧ୍ୟରେ ୫ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବାବେଳେ ଏବେ ଆଉ ୫ ଜଣଙ୍କ ତାଲିକା ପଦୋନ୍ନତି ପାଇଁ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ୨ ଜଣଙ୍କୁ ପଦୋନ୍ନତି ଦିଆଯାଇସାରିଥିବା ଜଣାପଡିଛି। ଜୁନିୟରମାନେ ପର୍ଯ୍ୟାୟ କ୍ରମେ ପଦୋନ୍ନତି ପାଉଥିବାବେଳେ ତାଙ୍କୁ ପଦୋନ୍ନତି ଦିଆ ନ ଯାଇ ଏକପ୍ରକାର ମାନସିକ ନିର୍ଯାତନା ଦିଆଯାଉଥିବା ସେ କହିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆମରଣ ଅନଶନ କରିବା ସହ ଆବଶ୍ୟକ ପଡ଼ିଲେ ଆଇନ୍ର ଆଶ୍ରୟ ନେବେ ବୋଲି ବନ୍ଦନା କହିଛନ୍ତି। ଏ ନେଇ ଜିଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି, ଅଭିଯୋଗ ବାବଦରେ ଅବଗତ ଅଛି। ଏନେଇ ତର୍ଜମା ଓ ଆବଶ୍ୟକ ଯାଞ୍ଚ କରାଯାଉଛି। କୌଣସି ବ୍ୟତିକ୍ରମ ହୋଇଥିଲେ ତାହାକୁ ନିଶ୍ଚିତ ଭାବେ ସୁଧାରିବାକୁ ପଦକ୍ଷେପ ନିଆଯିବ।
ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା
ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…
ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…
ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…
ମୁଖ୍ୟମନ୍ତ୍ରୀ ବସ୍ ଧକ୍କାରେ ୨ ଭାଇ ଗୁରୁତର, ବସ୍କୁ ଜବତ କରି…
ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍…
‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା
ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…
ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…
ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ
ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…
‘ବିଶ୍ୱବାସୀଙ୍କୁ ଭାରତ ଆସିବା ଉଚିତ ବୋଲି ଅନୁଭବ କରିବା ଦରକାର,’ ମହାକାଶ ଷ୍ଟାର୍ଟଅପ୍ସର ପ୍ରତିଷ୍ଠାତାମାନଙ୍କୁ ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ମହାକାଶ କ୍ଷେତ୍ରକୁ ବିଶ୍ୱ ଆକର୍ଷଣର କେନ୍ଦ୍ର କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ମହାକାଶ ଷ୍ଟାର୍ଟଅପଗୁଡ଼ିକର ସିଇଓ ଏବଂ ପ୍ରତିଷ୍ଠାତାମାନଙ୍କ ସହିତ…
ସୁନା ବ୍ୟବସାୟୀଙ୍କ ଘରେ ମାରଣାସ୍ତ୍ର ଦେଖାଇ ଡକାୟତି: ପ୍ରାୟ କୋଟିଏ ଟଙ୍କାର ସୁନାଗହଣା ଲୁଟ୍
ବଲାଙ୍ଗୀର, ୨୩।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ସିନ୍ଧେକେଲା ଅଞ୍ଚଳରେ ଏକ ବଡ଼ଧରଣର ସଶସ୍ତ୍ର ଡକାୟତି ଘଟଣା ଘଟିଛି। ସିନ୍ଧେକେଲା ଥାନାଠାରୁ ମାତ୍ର ୧୦୦ ମିଟର…
Archives

