Posted inଫୁରସତ

ଆଜିଠୁ ଆରମ୍ଭ ‘ଭ୍ୟାଲେଣ୍ଟାଇନ୍‌ ସପ୍ତାହ’: ଜାଣନ୍ତୁ କେଉଁ ଦିନ କ’ଣ ପାଇଁ ସ୍ବତନ୍ତ୍ର, କିଭଳି ଜିଣିବେ ସାଥୀଙ୍କ ମନ…

ଆମେରିକାରୁ ଆରମ୍ଭ ହୋଇଥିବା ‘ଭ୍ୟାଲେଣ୍ଟାଇନ୍‌ ଡେ’କୁ ଏବେ ସାରା ବିଶ୍ୱର ପ୍ରେମୀଯୁଗଳ ପାଳନ କରୁଛନ୍ତି। କେହି କେହି ଏହି ଦିନକୁ ପ୍ରେମ ପାଇଁ ଦିନଟିଏ ବୋଲି କୁହନ୍ତି। ହେଲେ ଏହା ପୂର୍ବରୁ ପ୍ରେମୀମାନେ ‘ଭ୍ୟାଲେଣ୍ଟାଇନ୍‌ ସପ୍ତାହ’ ପାଳନ କରିଥାନ୍ତି। ରବିବାରଠାରୁ ଏହି ସପ୍ତାହ ଆରମ୍ଭ ହେବାକୁ ଯାଉଥିବା ବେଳେ ଆସନ୍ତୁ ଜାଣିବା ସେ ବିଷୟରେ..

ଭ୍ୟାଲେଣ୍ଟାଇନ୍‌ ଡେ’-ଫେବୃୟାରୀ ୧୪

ଭ୍ୟାଲେଣ୍ଟାଇନ୍‌ ସପ୍ତାହ-
୭ ଫେବୃୟାରୀ-ରୋଜ୍‌ ଡେ’
୮ ଫେବୃୟାରୀ-ପ୍ରପୋଜ୍‌ ଡେ’
୯ ଫେବୃୟାରୀ-ଚକୋଲେଟ୍‌ ଡେ’
୧୦ ଫେବୃୟାରୀ-ଟେଡି ଡେ’
୧୧ ଫେବୃୟାରୀ-ପ୍ରୋମିସ୍‌ ଡେ’
୧୨ ଫେବୃୟାରୀ- ହଗ୍‌ ଡେ’
୧୩ ଫେବୃୟାରୀ-କିସ୍‌ ଡେ’

ରୋଜ୍‌ ଡେ’-ଭ୍ୟାଲେଣ୍ଟାଇନ୍‌ ଡେ’ର ପ୍ରଥମ ଦିନକୁ ରୋଜ ଡେ’ ବୋଲି କୁହାଯାଏ। ଏହି ଦିନ ପ୍ରେମିକ/ପ୍ରେମିକାଙ୍କୁ ନଚେତ କାହାକୁ ହୃଦୟର କଥା କହିବାକୁ ଥିଲେ ତାଙ୍କୁ ଲାଲ୍‌ ଗୋଲାପ ଦେଇପାରନ୍ତି।

ପ୍ରପୋଜ୍‌ ଡେ’: ରୋଜ୍‌ ଡେ’ ପରେ କ୍ରସ୍‌ଙ୍କୁ ପ୍ରପୋଜ୍‌ କରିବାର ସମୟ ଆସେ। ଏହିଦିନ ନିଜ ନିଜ ପ୍ରେମିକା/ପ୍ରେମିକଙ୍କୁ ପ୍ରେମ ନିବେଦନ କରିପାରନ୍ତି।

ଚକୋଲେଟ୍‌ ଡେ’-ଭ୍ୟାଲେଣ୍ଟାଇନ୍‌ ସପ୍ତାହର ତୃତୀୟ ଦିନ ଚକୋଲେଟ୍‌ ଡେ’। ଏହି ଦିନ ନିଜର ସାଥୀଙ୍କୁ ଚକୋଲେଟ ଉପହାର ଦିଆଯାଇଥାଏ। ଏହାଦ୍ୱାରା ପରସ୍ପର ସହ ମିଠା ସ୍ମୃତି ଏକାଠି ହୁଏ ବୋଲି କୁହାଯାଏ।

ଟେଡି ଡେ’- ଭ୍ୟାଲେଣ୍ଟାଇନ୍‌ ଡେ’ର ଚତୁର୍ଥ ଦିନ ଟେଡି ଡେ’। ଏହିଦିନ ନିଜର ସାଥୀଙ୍କୁ ଏକ ଟେଡି(କଣ୍ଢେଇ) ଦିଆଯାଇଥାଏ।

ପ୍ରୋମିସ୍‌ ଡେ-ଏହି ଦିନ ବେଶ ସ୍ବତନ୍ତ୍ର। ସାଥୀଙ୍କ ନିକଟରେ ସାରା ଜୀବନ ପୂରଣ କରିବା ଭଳି ପ୍ରତିଜ୍ଞା କରାଯାଇଥାଏ।

ହଗ୍‌ ଡେ- ଏହି ସପ୍ତାହର ପଞ୍ଚମ ଦିନକୁ ହଗ୍‌ ଡେ କୁହାଯାଏ। ଏହି ଦିନ ସାଥୀଙ୍କୁ ଆଲିଙ୍ଗନ କରି ହୃଦୟର କଥା କୁହାଯାଇଥାଏ।

କିସ୍‌ ଡେ- ଭ୍ୟାଲେଣ୍ଟାଇନ୍‌ ସପ୍ତାହର ଷଷ୍ଠ ଦିନ କିସ୍‌ ଡେ। ଏହି ଦିନ ସାଥୀଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦିଆଯାଏ। ନିଜ ବିଷୟରେ ସବୁ କଥା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?