ମଲ୍ଟି ମୋଡାଲ ହବ୍‌ ହେବ ଭୁବନେଶ୍ୱର ଷ୍ଟେଶନ

ନୂଆଦିଲ୍ଲୀ,୭।୨:  ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍‌ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାର ମିଳିତ ଭାବେ ଭୁବନେଶ୍ୱର ରେଳଷ୍ଟେଶନର ପୁନର୍ନିର୍ମାଣ ଓ ବିକାଶ କାର୍ଯ୍ୟ କରୁଛନ୍ତି। ସେହିଭଳି ରେଳପଥ ଏବଂ ଓଡ଼ିଶା ସରକାରରେ ନୂତନ ଷ୍ଟେଶନ କୋଠା ଏବଂ ପ୍ଲାଟ୍‌ଫର୍ମ ସହିତ ଏକ ନୂତନ ରେଳ ଲାଇନ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ରାଜଧାନୀର ପରିବେଶ ସହିତ ବିଡିଏ ଏକ ଯୋଜନା ପ୍ରସ୍ତୁତ କରିବାକୁ ପରାମର୍ଶଦାତା ନିଯୁକ୍ତ ହୋଇଛି। ସେହିପରି ରେଳ ଷ୍ଟେଶନକୁ ଏକ ‘ମଲ୍ଟି ମୋଡାଲ ହବ୍‌’ରେ ପରିଣତ କରିବାକୁ ଗୋୟଲ ତାଙ୍କ ଉତ୍ତରରେ କହିଥିଲେ। ଓଡ଼ିଶାରେ ରେଳ ପ୍ରକଳ୍ପ ବିଷୟରେ ଅଧିକ ସୂଚନା ଦେଇ ସେ କହିଛନ୍ତି, ପୁରୀ-କୋଣାର୍କ ନୂତନ ଲାଇନ ପାଇଁ ସର୍ଭେ ୨୦୧୫-୧୬ରେ ଶେଷ ହୋଇଛି। ସେହିଭଳି ପ୍ରସ୍ତାବିତ ରେଳଲାଇନ ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ଦେଇ ଯାଇଥିବାରୁ ଅଭୟାରଣ୍ୟର କୌଣସି କ୍ଷତି ନ କରି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ସମ୍ଭାବନା ଖୋଜିବା ପାଇଁ ପୁନଃ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ନୂଆପଡ଼ା-ଗୁଣପୁର ରେଳଲାଇନକୁ ଥେରୁବାଲି ପର୍ଯ୍ୟନ୍ତ ବିସ୍ତାର କରିବାର ମଧ୍ୟ ପ୍ରସ୍ତାବ ୨୦୧୭-୧୮ ବଜେଟରେ ଅନ୍ତର୍ଭୁକ୍ତ କରାଯାଇଛି। ସେଥିଲାଗି ‘ବିସ୍ତୃତ ପ୍ରକଳ୍ପ ରିପୋର୍ଟ’ ପ୍ରସ୍ତୁତ କରାଯାଇଛି। ନିର୍ମାଣ ଖର୍ଚ୍ଚର ୫୦% ଅର୍ଥ ବହନ କରିବାକୁ ଏବଂ ପ୍ରକଳ୍ପ ପାଇଁ ମାଗଣା ଜମି ଯୋଗାଇବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି। ତେବେ ଏହି ପ୍ରକଳ୍ପ ପାଇଁ ମାଗଣାରେ କେବଳ ଜମି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ୫୦% ନିର୍ମାଣ ଖର୍ଚ୍ଚ ବହନ କରିବାକୁ ରାଜ୍ୟକୁ ଅନୁରୋଧ କରାଯାଇଛି। ଗୁଣପୁର-ଥିରୁବାଲି ରେଳ ଲାଇନ ନିର୍ମାଣ ପାଇଁ ମନ୍ତ୍ରଣାଳୟ ନେଇଥିବା ପଦକ୍ଷେପ ଉପରେ ରେଳମନ୍ତ୍ରୀ ଉତ୍ତରରେ ଏହା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯, ୬୫୯ କୋଟି ଉଠାଇ ନେଲେ ବିଦେଶୀ ନିବେଶକ

ନୂଆଦିଲ୍ଲୀ: ଫରେନ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ମାନେ ଏପ୍ରିଲରେ ପୁଞ୍ଜି ବଜାରରୁ ୯,୬୫୯ କୋଟି ଟଙ୍କା ଉଠାଇ ନେଇଛନ୍ତି। କରୋନାର ଦ୍ୱିତୀୟ ଲହର ପ୍ରଭାବରେ ନିବେଶକ ଆଶଙ୍କାରେ...

ଅନୁଭବଙ୍କ ନାଁରେ ଆଉ ଏକ ଏତଲା ଦେଲେ ବର୍ଷା

କଟକ ଅଫିସ,୨୫ା୫: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କଟକ ସାଇବର ଥାନାର ଆଉ...

ମା’ବିରଜାଙ୍କ ରଥଯାତ୍ରା ପାଇଁ ହାଇକୋର୍ଟରେ ପିଟିଶନ

ଯାଜପୁର ଟାଉନ, ୧୫।୯ (ଡି.ଏନ୍‌.ଏ.): ଯାଜପୁରର ଅଧିଷ୍ଠାତ୍ରୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେଉଥିବା ରଥଯାତ୍ରା ଚଳିତବର୍ଷ କରାଇବାକୁ ସେବାୟତ ପରିଷଦ ହାଇକୋର୍ଟର ଦ୍ୱାରସ୍ଥ...

ବିଜୁବାବୁଙ୍କୁ ମନେ ପକାଇଲେ ନବୀନ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ମହାନ ଜନନାୟକ, ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କର ଅର୍ଥାତ୍‌ ସୋମବାର ହେଉଛି ତିରୋଧାନ ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ...

ନରସିଂହ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): କଂଗ୍ରେସ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ମାତ୍ର ୯ଟି ଆସନ ପାଇଁ ତୃତୀୟ ସ୍ଥାନକୁ ଖସିଯାଇଛି। ତେବେ ଦଳ ପକ୍ଷରୁ କାହାରିକୁ ବିଧାୟକ...

ମୃତ କୋଭିଡ୍‌ ଆକ୍ରାନ୍ତଙ୍କ ମୋବାଇଲ ଫୋନ୍‌ , ଟଙ୍କା ଲୁଟ୍‌

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ନାମରେ ପୁଣି ଅଭିଯୋଗ ଆଣିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ। ସୋମବାର ମୃତ କରୋନା ରୋଗୀ ମଧୁସୂଦନ...

ଗାଁ ବୁଲିଲେ, ଚାପ ଖେଳିଲେ

ଛେଣ୍ଡିପଦା,୨୫।୫(ସ୍ବ.ପ୍ର.) ପୋଖରୀରେ ଠାକୁରଙ୍କ ଚାପଖେଳ ବେଳେ ସୋମବାର ରାତିରେ କାଳବୈଶାଖୀ ବର୍ଷା ଛେଣ୍ଡିପଦା ଚନ୍ଦନଯାତ୍ରାରେ ବାଧା ସୃଷ୍ଟି କରିଛି। ପ୍ରକାଶ ଯେ, ସା ସମୟରେ ପାଗ...

ଆଜି ଗୃହରେ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନ ଶନିବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଭାଜପା ଏବଂ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ...

Advertisement
Archives

Model This Week