ଏସ୍‌ସିବିରେ ଖୁବ୍‌ଶୀଘ୍ର ହେବ ଯକୃତ ପ୍ରତିରୋପଣ

କଟକ ଅଫିସ,୩୦ା୯: କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ଖୁବ୍‌ଶୀଘ୍ର ଯକୃତ ପ୍ରତିରୋପଣ ଆରମ୍ଭ ହେବ। ଏଥିପାଇଁ ରୋଗୀଙ୍କୁ ଦେୟ ଦେବାକୁ ପଡ଼ିବ ନାହିଁ। ସମ୍ପୂର୍ଣ୍ଣ ସରକାରୀ ଖର୍ଚ୍ଚରେ ରୋଗୀଙ୍କଠାରେ ଯକୃତ ପ୍ରତିରୋପଣ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଘୋଷଣା କରିଛନ୍ତି। ଏସ୍‌ସିବି ମେଡିକାଲରେ ଯକୃତ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହେପାଟୋଲୋଜି ବିଭାଗର ନୂତନ ଓପିଡିକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଗୁରୁବାର ଉଦ୍‌ଘାଟନ କରିଛନ୍ତି। ଏସ୍‌ସିବି ମେଡିକାଲରେ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଣ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏଥିସହ ରୋଗୀଙ୍କଠାରେ କରାଯାଉଥିବା ବିଭିନ୍ନ ପରୀକ୍ଷାନିରୀକ୍ଷାକୁ ବିଳମ୍ବିତ ନ କରାଇବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା ସମେତ ଭାରତର ଲୋକମାନେ ଏସ୍‌ସିବି ମେଡିକାଲ ଉପରେ ନିର୍ଭରଶୀଳ। ଏଠାରେ କାର୍ଯ୍ୟରତ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥାର ଲୋକମାନେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରୁଥିବାର ଅଭିଯୋଗ ଆସୁଛି। ତେଣୁ ସେହି ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଆଧାରକାର୍ଡ, ଭୋଟର କାର୍ଡ ଓ ବ୍ୟାଙ୍କ ପାସ୍‌ ବୁକ୍‌ ଆଦି ତନଖିବାକୁ ମନ୍ତ୍ରୀ କହିଥିଲେ। ଯକୃତ ପ୍ରତିରୋପଣ ପାଇଁ ପଞ୍ଜିକୃତ ହୋଇଥିବା ରୋଗୀ ରୁଦ୍ର ନାରାୟଣ ପାଣିଙ୍କ ସହ ଆଲୋଚନା କରି ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ୨୪୦ ଜଣ ରୋଗୀ ଯକୃତ ପ୍ରତିରୋପଣ ପାଇଁ ପଞ୍ଜିକୃତ ହୋଇଛନ୍ତି। ୩ ଜଣ ରୋଗୀ ଯକୃତ ଦାନ କରିବେ ବୋଲି ହେପାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡା. ଉମେଶ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ସେହିପରି ଏସ୍‌ସିବି ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଅଧୀନ ବର୍ନ ସେଣ୍ଟରର ୯ ଶଯ୍ୟା ବିଶିଷ୍ଟ ଆଇସିୟୁକୁ ସ୍ବାସ୍ଥ୍ୟମନ୍ତ୍ରୀ ଦାସ ଉଦ୍‌ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ବିଭୂତି ଭୂଷଣ ନାୟକ ପୋଡ଼ିଯାଇଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ଏଠାରେ ଥିବା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ମେଡିସିନ ବିଭାଗରେ ପ୍ରଥମଥର ପାଇଁ ନିର୍ମିତ କ୍ୟାବିନ ବ୍ଲକ ମଧ୍ୟ ମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏହି ବ୍ଲକ୍‌ରେ ୧୫ଟି ଶୀତତାପ ନିୟନ୍ତ୍ରିତ କ୍ୟାବିନ ରହିଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଜୟନ୍ତ କୁମାର ପଣ୍ଡା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ୍‌ ବିଶ୍ୱାଳ, ଡିଏମ୍‌ଇଟି ପ୍ରଫେସର ଡା. ରମାରମଣ ମହାନ୍ତି, ଯୁଗ୍ମ ଡିଏମ୍‌ଇଟି ପ୍ରଫେସର ବ୍ରଜ ଦାସ, ମେଡିକାଲ କଲେଜର ଡିନ୍‌ ଓ ଅଧ୍ୟକ୍ଷ ପ୍ରଫେସର ଡା. ପ୍ରସେନଜିତ୍‌ ମହାନ୍ତି, ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ଲୁସି ଦାସ, ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତଙ୍କ ସମେତ ବିଭିନ୍ନ ବିଭାଗର ପ୍ରଫେସରମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ୧୨ରୁ ୨ଟା ପର୍ଯ୍ୟନ୍ତ ପାଟ୍ରୋଲିଂ

ଅନୁଗୋଳ ଅଫିସ, ୨।୧୧ ଅନୁଗୋଳ ଜିଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ ନିର୍ମାଣକୁ ନେଇ ସୋମବାର ଜିଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଢେଙ୍କାନାଳ ଏମ୍‌ପି...

ଜମା ସଂଗ୍ରହକୁ ଗୁରୁତ୍ୱ, ଋଣ ପ୍ରଦାନ ନୈରାଶ୍ୟଜନକ

ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ୨୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୨୬୨ ଶାଖାରେ କାରବାର ହେଉଛି । କେବଳ ଗ୍ରାହକଙ୍କଠାରୁ ଜମା (ଡିପୋଜିଟ) ସଂଗ୍ରହକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା...

ଯୁବତୀଙ୍କୁ ବଳାତ୍କାର କରି ବନ୍ଧାହେଲେ କନଷ୍ଟେବଳ

ବାରିପଦା ଅଫିସ,୩୦ା୭: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ପୋଲିସ ବଳାତ୍କାର ଓ ପ୍ରତାରଣା ଅଭିଯୋଗରେ ଜଣେ କନଷ୍ଟେବଳକୁ ଗିରଫ କରି କୋର୍ଟ ଚାଲାଣ କରିଛି।...

ଓକିଲ ସଂଘ କାର୍ଯ୍ୟାଳୟକୁ ମହକିଲଙ୍କୁ ମନା

କଟକ ଅଫିସ,୧।୭: କରୋନା ସଂକ୍ରମଣକୁ ରୋକିବା ପାଇଁ କଟକ ଓକିଲ ସଂଘ ପକ୍ଷରୁ କେତେକ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ସଂଘ କାର୍ଯ୍ୟାଳୟ ପରିସରକୁ ମହକିଲଙ୍କ ପ୍ରବେଶକୁ...

କାର୍ଯ୍ୟାଳୟରେ ପଶି ଆକ୍ରମଣ: ୭ ବିଦ୍ୟୁତ୍‌ କର୍ମଚାରୀ ଗୁରୁତର

ବାରିପଦା ଅଫିସ,୨୩।୯: ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ଅଧୀନ ଛାଞ୍ଚ ବିଦ୍ୟୁତ୍‌ ସେକ୍ସନ କାର୍ଯ୍ୟାଳୟରେ ବୁଧବାର ୪୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ପଶି କର୍ମଚାରୀଙ୍କୁ ମରଣାନ୍ତକ...

ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୧୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଞ୍ଚଳରୁ ନିଖୋଜ ବ୍ୟକ୍ତି ସଞ୍ଜୟ ସାହୁଙ୍କ ମୃତଦେହ ଶନିବାର ପୋଲିସ ତଡୁଆ ବାହାଳି ଜଙ୍ଗଲରୁ ଉଦ୍ଧାର କରିଛି। ପ୍ରକାଶ...

ଚତୁର୍ଦ୍ଧାବିଗ୍ରହଙ୍କ ଆଡ଼ପମଣ୍ଡପ ବିଜେ ଆରମ୍ଭ

ପୁରୀ ଅଫିସ,୨୪ା୬: ନବଦିନାତ୍ମକ ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧାବିଗ୍ରହ ଏବେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଅଛନ୍ତି। ବୁଧବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ବିଜେ ଆରମ୍ଭ ହୋଇଛି।...

ତହସିଲଦାରଙ୍କ ଅସଦ୍‌ ବ୍ୟବହାର ନେଇ ବଢ଼ୁଛି ଅସନ୍ତୋଷ

ଗଞ୍ଜାମ,୨୦।୧୧(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ଥିବା ଗ୍ରାସୀମ କମ୍ପାନୀର ସହ ପରିଚାଳକ (ଉତ୍ପାଦକ ) ଆଲୋକ ଦୋରାଙ୍କୁ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଜୋର ଜବରଦସ୍ତ ଇସ୍ତଫା ଲେଖେଇ...

Advertisement
Archives

Model This Week