ଛିଣ୍ଡୁନି ଟିକେଟ ଅଙ୍କ, ଦୋଛକିରେ ୩ ଦଳ

ଭୁବନେଶ୍ୱର,୨ା୪ (ଅନିଲଦାସ):ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ସପ୍ତାହ ବିତିଗଲାଣି। କିନ୍ତୁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସର ପ୍ରାର୍ଥୀ ଘୋଷଣା ଶେଷ ହୋଇପାଲିଲା ନାହିଁ।
ବିଜେଡି ଓ ଭାଜପାରେ ଆଶାୟୀଙ୍କ ଭିଡ଼ ବଢୁଥିବାବେଳେ କଂଗ୍ରେସ ଶିବିର ସେତେଟା ଚଳଚଞ୍ଚଳ ଭଳି ଲାଗୁ ନାହିଁ। ଦଳରେ ଦେଖାଦେଇଥିବା ଟିକେଟ ଉତ୍ତେଜନାକୁ ହ୍ରାସ କରିବାକୁ ଉଭୟ ବିଜେଡି ଓ ଭାଜପା ଦିନରାତି କସରତ କରୁଛନ୍ତି। ଆଶାୟୀମାନେ ଦୈନିକ ନବୀନ ନିବାସରେ ଭିଡ଼ ଜମାଉଥିବା ବେଳେ ଭାଜପା କାର୍ଯ୍ୟାଳୟରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳୁଛି। ବିଜେଡି ମାର୍ଚ୍ଚ ୨୭ରେ ଦୁଇ ଦଫାରେ ୧୫ ଲୋକ ସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଭାଜପା ଦୁଇ ଦଫାରେ କେବଳ ୨୧ ଲୋକ ସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ହେଲେ ୧୪୭ ବିଧାନସଭା ଆସନ ପାଇଁ ଭାଜପା ଗୋଟିଏ ହେଲେ ପ୍ରାର୍ଥୀ ଘୋଷଣା କରି ନାହିଁ। ବିଧାନସଭା ଆସନରେ ଦେଖାଦେଉଥିବା ବିବାଦ ଦୁଇ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅସନ୍ତୁଷ୍ଟଙ୍କୁ ମନାଇବା ଉଭୟ ଦଳ ପାଇଁ କାଠିକରପାଠ ହୋଇଛି।
ଟିକେଟ ପାଇବା ଆଶା କ୍ଷୀଣ ହେଉଥିବା ଜାଣି ବିଜେଡିରୁ ଜଣକ ପରେ ଜଣେ ଏମ୍‌ପି, ବିଧାୟକ, ପୂର୍ବତନ ବିଧାୟକ ପଦ୍ମ ପୋଖରୀକୁ ଡିଆଁ ମାରୁଛନ୍ତି। ସେହିପରି ଭାଜପାର ମଧ୍ୟ ଅନେକ ନେତା ବିଜେଡିରେ ଯୋଗଦେଉଛନ୍ତି। ଭାଜପା ତାଲିକାକୁ ଦେଖି ବିଜେଡି ପରବର୍ତ୍ତୀ ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି। ବିବାଦକୁ ପ୍ରଶମିତ କରିବାକୁ ବିଜେଡିର ବିଭିନ୍ନ ନିର୍ବାଚନମଣ୍ଡଳୀର ଆଶାୟୀ, ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କୁ ଡାକି ନବୀନ ନିବାସରେ ଘନ ଘନ ବୁଝାଶୁଝା ଚାଲିଛି। ଭାଜପା ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣାକୁ ଝୁଲାଇ ରଖିଛି। କୁହାଯାଉଛି ପ୍ରାୟ ୧୦୦ଟି ସିଟ୍‌ରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇଥିବା ବେଳେ ବାକି ଆସନକୁ ନେଇ ଅଙ୍କକଷା ଜାରି ରହିଛି। ଦଳ ଡିଆଁଙ୍କୁ ନେଇ ଛକାପଞ୍ଝା ସ୍ଥିତି ଲାଗି ରହିଛି। ବିଜେଡିରୁ ଯାଇଥିବା ନେତାମାନଙ୍କୁ ଭାଜପା କେଉଁଠି ଥଇଥାନ କରୁଛି ତାହା ଦେଖିବା ପରେ ଅବଶିଷ୍ଟ ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ଆଶାରେ ଥିବା ଯୁବ ବିଜେଡି କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଟିକେଟ ପାଇବା ଜିଦ୍‌ରେ ଅଟଳ ରହିଛନ୍ତି। ରାଲି, ସମାବେଶ, ଶୋଭାଯାତ୍ରା ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରୁଛନ୍ତି। ଜିଲାରୁ ଆରମ୍ଭ କରି ନବୀନ ନିବାସ ଯାଏ ସବୁଠି ଆଶାୟୀ ନିଜେ ନିଜର ପାୱାର ଶୋ କରୁଛନ୍ତି।
ଭୁବନେଶ୍ୱରର ୩ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ଜଗତ୍‌ସିଂହପୁର ଜିଲାର ଜଗତ୍‌ସିଂହପୁର, ତିର୍ତ୍ତୋଲ, ପାରାଦୀପ ଓ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ବିଜେଡି ବିଦ୍ରୋହ ଚରମସୀମାରେ ପହଞ୍ଚିଲାଣି। ଏପରି ସ୍ଥିତିରେ ଜଗତ୍‌ସିଂହପୁର କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଜେଡିରେ ସାମିଲ ହେବା ପରେ ଜିଲା ରାଜନୀତି ରୋଚକ ମୋଡ଼ରେ ପହଞ୍ଚିଛି। ଜଗତ୍‌ସିଂହପୁର ନିର୍ବାଚନ ମଣ୍ଡଳୀରେ କିଏ ହେବ ବିଜେଡି ପ୍ରାର୍ଥୀ ତାକୁ ନେଇ ଚର୍ଚ୍ଚା ବଢ଼ି ଚାଲିଛି। ଚିରଞ୍ଜୀବଙ୍କୁ ଯଦି ଜଗତ୍‌ସିଂହପୁରରୁ ଟିକେଟ ଦିଆଯାଏ ତେବେ ବିଧାୟକ ପ୍ରଶାନ୍ତ ମୁଦୁଲି ଯିବେ କୁଆଡ଼େ। ସେହିପରି ଗତଥର ନିରାଶ ହୋଇଥିବା ଅମରେନ୍ଦ୍ର ଦାସ ଏଥର ନିଜ ସଙ୍ଗଠନକୁ ସୁଦୃଢ଼ କରି ଟିକେଟ ଦାବିକୁ ଜୋର କରିଥିବାରୁ ଦଳ ପାଇଁ ଅଡୁଆ ବଢ଼ିଛି। ବାଲିକୁଦା ବିଧାୟକ ରଘୁନନ୍ଦନ ଦାସଙ୍କୁ ଚାଲେଞ୍ଜ କରି ରବିବାର ନବୀନ ନିବାସ ସମ୍ମୁଖରେ ଆଶାୟୀ ସୌମ୍ୟଜିତ୍‌ ମହାପାତ୍ର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ନବୀନ ନିବାସ ଯାଇ ବାୟୋଡାଟା ଦେବା ସହ ଟିକେଟ ଲବି ଜୋରଦାର କରିଛନ୍ତି। ସେହିପରି ପାରାଦୀପରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ସ୍ବର୍ଗତ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ପାଇଁ କଂଗ୍ରେସ ନେତା ବାପି ସର୍ଖେଲ ଚିନ୍ତା ବଢ଼ାଇ ଦେଇଛନ୍ତି। ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ବିଜେଡିରେ ଯୋଗଦେବାରୁ ସମ୍ବିତ୍‌ଙ୍କ ଅଡୁଆ ବଢ଼ିଯାଇଛି। ସମ୍ବିତ୍‌ଙ୍କୁ ଚାଲେଞ୍ଜ ଦେଇ ବାପି ସର୍ଖେଲ ଏଥର ବିଜେଡି ଟିକେଟ ପାରାଦୀପରୁ ହାତେଇବେ ବୋଲି ଚର୍ଚ୍ଚା ହେଉଛି। ବିଦ୍ରୋହକୁ ପ୍ରଶମିତ କରି ଜଗତ୍‌ସିଂହପୁର ଜିଲାରେ କାହାକୁ ଟିକେଟ ମିଳୁଛି ତାହା ଆଗାମୀ କିଛି ଦିନରେ ଜଣାପଡ଼ିବ।
ଭୁବନେଶ୍ବର ୩ ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡି ବିବାଦ ମଧ୍ୟ ତୁଟୁନି। ବର୍ତ୍ତମାନର ବିଧାୟକ ଅନନ୍ତ ଜେନାଙ୍କୁ କର୍ପୋରେଟର ଅମରେଶ ଜେନା କଡ଼ା ଚ୍ୟାଲେଞ୍ଜ ଦେଉଛନ୍ତି। କର୍ପୋରେଟର ଅମରେଶ ଜେନାଙ୍କ ସମର୍ଥନରେ ସ୍ଥାନୀୟ ନେତା ନବୀନ ନିବାସରେ ଫେରାଦ ହୋଇଛନ୍ତି। ୪୫ରୁ ଊର୍ଦ୍ଧ୍ୱ ପୂର୍ବତନ କର୍ପୋରେଟର ଅମରେଶଙ୍କୁ ପ୍ରାର୍ଥୀ କରାଇବାକୁ ଦାବି କରି ଦଳର ବରିଷ୍ଠ ନେତାଙ୍କୁ ଜଣାଇଛନ୍ତି। ଯଦି ଟିକେଟ ନ ମିଳେ ତା’ହେଲେ ସେମାନେ ଦଳରୁ ସମୂହ ଇସ୍ତଫା ଦେବେ ବୋଲି ଧମକ ମଧ୍ୟ ଦେଇଥିବା କୁହାଯାଉଛି। ସେହିପରି ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀରେ ୩ଥର ବିଧାୟକ ହୋଇଥିବା ଅଶୋକ ପଣ୍ଡାଙ୍କୁ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ଚ୍ୟାଲେଞ୍ଜ ଦେଉଛନ୍ତି। ସେ ମଧ୍ୟ ଏକାଧିକ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଭାଜପାରେ ମିଶିବା ପରେ ଉତ୍ତର ନିର୍ବାଚନମଣ୍ଡଳୀ ଉଷ୍ମ ରହିଛି। ବିଦ୍ରୋହୀଙ୍କୁ ଡାକି ବିଜେଡି ବୁଝାଶୁଝା ଆରମ୍ଭ କରୁଥିବା କୁହାଯାଉଛି।
ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ୬୦ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଶେଷ କରିଥିବା କଂଗ୍ରେସ ଏବେ ସୁଦ୍ଧା ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରିଲା ନାହିଁ। ଓଡ଼ିଶାର ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ନେଇ ରବିବାର ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବା ସିଇସି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ୍‌ଗେ, କଂଗ୍ରେସ ପାର୍ଲାମେଣ୍ଟାରୀ ପାର୍ଟି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସଙ୍ଗଠନ ମହାସଚିବ କେ.ସି. ବେଣୁଗୋପାଳଙ୍କ ସହ ଏହି ବୈଠକରେ ଓଡ଼ିଶାରୁ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ପ୍ରମୁଖ ଯୋଗଦେଇଛନ୍ତି। ସିଇସି ବୈଠକରେ ଓଡ଼ିଶା ଏବଂ ବିହାରର ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଲୋକ ସଭା ଓ ବିଧାନସଭା ପାଇଁ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ପ୍ରାର୍ଥୀ ଘୋଷଣାକୁ ନେଇ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ପରସ୍ପର ବିରୋଧୀ ବୟାନବାଜି ଜାରି ରହିଛି। ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ନ ଥିବାରୁ ପଦ୍ମଦଳ ଏ ଯାଏ ଗୋଟିଏ ବି ବିଧାନସଭା ଆସନରେ ପ୍ରାର୍ଥୀ ଦେଇପାରିନି। ଅନ୍ୟପକ୍ଷରେ ରାଜ୍ୟ ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, କାହାର ସାର୍ଟିଫିକେଟ୍‌ ଆମର ଦରକାର ନାହିଁ। ସରକାରକୁ କ୍ଷମତାରୁ ହଟାଇବାକୁ ଦଳ ପାଖରେ ବଛାବଛା ପ୍ରାର୍ଥୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?