ପଣ୍ୟ କାରବାରରେ ପାରାଦୀପ ବନ୍ଦର ୧ ନମ୍ବର:ଦୀନଦୟାଲ କାଣ୍ଡଲା ପୋର୍ଟ ପଛରେ ରହିଗଲା

ପାରାଦୀପ,୨ା୪(ଶରତ ରାଉତ):ଓଡ଼ିଶାର ଏକମାତ୍ର ସରକାରୀ ବୃହତ୍‌ ବନ୍ଦର ପାରାଦୀପ ଚଳିତ ଆର୍ଥିକ ବର୍ଷରେ ରେକର୍ଡ ୧୪୫.୩୮ ଏମ୍‌ଏମ୍‌ଟି (ମିଲିୟନ ମେଟ୍ରିକ ଟନ) ପଣ୍ୟ କାରବାର କରିଛି, ଯାହା ଦେଶର ସମସ୍ତ ବୃହତ୍‌ବନ୍ଦର କ୍ଷେତ୍ରରେ ସର୍ବାଧିକ। ଫଳରେ ପାରାଦୀପ ଏବେ ଦେଶରେ ୧ ନମ୍ବର ବନ୍ଦର ହୋଇଛି ବୋଲି ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ କୁହାଯାଇଛି। ୩୧ ମାର୍ଚ୍ଚ ୨୦୨୪ ମଧ୍ୟରାତ୍ରି ସୁଦ୍ଧା ଏହି କାରବାର ହୋଇଛି। ପୂର୍ବରୁ ଦୀନଦୟାଲ କାଣ୍ଡଲା ଗୁଜରାଟ ପୋର୍ଟ ୧ ନମ୍ବର ସ୍ଥାନରେ ଥିଲାବେଳେ ଏବେ ପାରାଦୀପ ଉକ୍ତ ସ୍ଥାନ ଅକ୍ତିଆର କରିଛି। ଏପରି ସଫଳତା ହାସଲ ପରେ ପ୍ରଶାସନିକ ଭବନରେ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଭାବେ ଉତ୍ସବ ମନାଇଛନ୍ତି।
୨୦୨୩-୨୪ ବର୍ଷରେ ଉପକୂଳ ପରିବହନ ୫୯.୧୯ ଏମ୍‌ଏମ୍‌ଟି, ଥର୍ମାଲକୋଲ ୪୩.୯୭ ଏମ୍‌ଏମ୍‌ଟି ପଣ୍ୟ କାରବାର କରିଛି। ଏହି ସମୟ ମଧ୍ୟରେ ବନ୍ଦର ମଧ୍ୟରେ ୨୭୧୦ ଜାହାଜ ବୋଝେଇ ଖଲାସ କରାଯାଇଛି। ସେହିପରି ୨୧,୬୬୫ ଟ୍ରେନରେ ବୋଝେଇ ଖଲାସ ହୋଇଛି। ଏହାଦ୍ୱାରା ପାରାଦୀପ ବନ୍ଦର ଟିକସ ବାଦ ୮୫୦ କୋଟି ଟଙ୍କା ରାଜସ୍ବ ପାଇଛି। ଏହା ପୂର୍ବ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ। ଏଥିସହ ପାରାଦୀପ ବନ୍ଦର ଆଗାମୀ ଦିନ ପାଇଁ ବ୍ୟାପକ ଭିତ୍ତିଭୂମି ବିକାଶ ନିମନ୍ତେ ଯାନ୍ତ୍ରିକୀକରଣ ବ୍ୟବସ୍ଥା କରୁଛି। ଏବେ ୮୦% ଯାନ୍ତ୍ରିକୀକରଣ ହୋଇଛି। ଆଗାମୀ ୨୦୩୦ ସୁଦ୍ଧା ୧୦୦ ପ୍ରତିଶତ ଯାନ୍ତ୍ରିକିକରଣ ହେବ ବୋଲି କୁହାଯାଇଛି। ଏନେଇ ନୂତନ ୪ଟି ବର୍ଥ ନିର୍ମାଣ କାର୍ଯ୍ୟ ଚାଲିଛି। ଆଗକୁ ସିଏନ୍‌ଜି/ଏଲ୍‌ଏନ୍‌ଜି ଆଣିବାର ଯୋଜନା ରହିଛି। ରେଳପଥ ଓ ସଡ଼କ ପଥର ବିକାଶ ପାଇଁ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଶିଳ୍ପ ବିକାଶ ପାଇଁ ବିଭିନ୍ନ କମ୍ପାନୀକୁ ପାରାଦୀପ ବନ୍ଦର ପକ୍ଷରୁ ୭୬୯ ଏକର ଜାଗା ଦିଆଯାଇଛି। ଏଥିରେ ୮୭୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗ ହେବ। ଉକ୍ତ ନୂଆ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ସେହି ମାଧ୍ୟମରେ ଅଧିକ ୫୦ ନିୟୁତ ଟନ୍‌ ପଣ୍ୟ କାରବାର ବୃଦ୍ଧିପାଇବ। ଏହାବାଦ୍‌ ପର୍ଯ୍ୟାବରଣ ବୃଦ୍ଧି କ୍ଷେତ୍ରରେ ମଧ୍ୟ ଉଲ୍ଲେଖଯୋଗ୍ୟ ପଦକ୍ଷେପ ନିଆଯାଇଛି। ଏପରି ସଫଳତା ପାଇଁ ଅଧ୍ୟକ୍ଷ ପି.ଏଲ୍‌. ହାରାନ୍ଧ ସମସ୍ତ କର୍ମଚାରୀ, ଶ୍ରମିକ, ବ୍ୟବହାରକାରୀ ସଂସ୍ଥାଗୁଡ଼ିକୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri