ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା SBI,ଏବେ ଅନଲାଇନ୍‌ ଟଙ୍କା ଟ୍ରାନ୍ସଫର କଲେ…

ନୂଆଦିଲ୍ଲୀ,୧୩।୮: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ବ୍ୟାଙ୍କ ଇମିଡିଏଟ ପେମେଣ୍ଟ ସର୍ଭିସ (ଆଇଏମ୍‌ପିଏସ୍‌) ଟ୍ରାନଜାକସନ ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏହା ଅନଲାଇନ ଓ ଶାଖା (ବ୍ରାଞ୍ଚ) ଚ୍ୟାନେଲରେ ଭିନ୍ନ ଭାବେ ପ୍ରଭାବ ପକାଇବ। କମ ରାଶିର ଲେଣଦେଣ ଏବେ ମଧ୍ୟ ମାଗଣା ରହିବ। କିନ୍ତୁ କିଛି ଅଧିକ ରାଶିର ଅନଲାଇନ ଟ୍ରାନ୍ସଫର ଉପରେ ଏବେ ସାମାନ୍ୟ ଶୁଳ୍କ ଲାଗୁ ହେବ। ତେବେ ବ୍ରାଞ୍ଚରେ କରାଯାଉଥିବା ଆଇଏମ୍‌ପିଏସ୍‌ ଟ୍ରାନ୍ଜାକସନର ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଯାଏ ଅନଲାଇନ ଆଇଏମ୍‌ପିଏସ୍‌ ଟ୍ରାନ୍ସଫର ଉପରେ କୌଣସି ଶୁଳ୍କ ଲାଗୁ ହେଉ ନ ଥିଲା।

ଆଇଏମ୍‌ପିଏସ୍‌ କ’ଣ?
ଆଇଏମ୍‌ପିଏସ୍‌ (ଇମିଡିଏଟ ପେମେଣ୍ଟ ସର୍ଭିସ) ହେଉଛି ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ୱାରା ପ୍ରଦାନ କରାଯାଉଥିବା ୨୪ ଘଣ୍ଟିଆ ରିଅଲ-ଟାଇମ ଇଣ୍ଟରବ୍ୟାଙ୍କ ଟ୍ରାନ୍ସଫର ସୁବିଧା। ଏହା ମାଧ୍ୟମରେ ତୁରନ୍ତ ଟଙ୍କା ଟ୍ରାନ୍ସଫର କରାଯାଇପାରେ। ଅଧିକାଂଶ ଚ୍ୟାନେଲରେ ଗୋଟିଏ ଟ୍ରାନ୍ଜାକସନର ସୀମା ୫ ଲକ୍ଷ ଟଙ୍କା, କିନ୍ତୁ ଏସ୍‌ଏମ୍‌ଏସ୍‌ ଓ ଆଇଭିଆର୍‌ ଚ୍ୟାନେଲରେ ଏହି ସୀମା ଭିନ୍ନ ରହିଛି।

ଏସବିଆଇର ସଂଶୋଧିତ IMPS ଶୁଳ୍କ – ଅନଲାଇନ ଟ୍ରାନ୍ଜାକସନ:

ପୂର୍ବରୁ ସମସ୍ତ ଅନଲାଇନ ଆଇଏମପିଏସ ଟ୍ରାନଜାକସନ ମାଗଣା ଥିଲା, କିନ୍ତୁ ଏବେ କିଛି ଅଧିକ ରାଶିର ଟ୍ରାନ୍ସଫର ଉପରେ ଶୁଳ୍କ ଲାଗୁ ହେବ।

୧,୦୦୦ ଟଙ୍କା ପର୍ଯ୍ୟନ୍ତ: ଅନଲାଇନ ଓ ଶାଖା ଉଭୟରେ କୌଣସି ଶୁଳ୍କ ନାହିଁ।
୧,୦୦୦ରୁ ୧୦,୦୦୦ ଟଙ୍କା: ଅନଲାଇନରେ ଶୁଳ୍କ ନାହିଁ, କିନ୍ତୁ ଶାଖାରେ ୨ ଟଙ୍କା + ଜିଏସଟି।
୧୦,୦୦୦ରୁ ୨୫,୦୦୦ ଟଙ୍କା: ଅନଲାଇନରେ ଶୁଳ୍କ ନାହିଁ, ଶାଖାରେ ୪ ଟଙ୍କା + ଜିଏସଟି।
୨୫,୦୦୦ରୁ ୧,୦୦,୦୦୦ ଟଙ୍କା: ଅନଲାଇନ ଓ ଶାଖା ଉଭୟରେ ୪ ଟଙ୍କା + ଜିଏସଟି।
୧,୦୦,୦୦୦ରୁ ୨,୦୦,୦୦୦ ଟଙ୍କା: ଅନଲାଇନରେ ୬ ଟଙ୍କା + ଜିଏସଟି, ଶାଖାରେ ୧୨ ଟଙ୍କା + ଜିଏସଟି।
୨,୦୦,୦୦୦ରୁ ୫,୦୦,୦୦୦ ଟଙ୍କା: ଅନଲାଇନରେ ୧୦ ଟଙ୍କା + ଜିଏସଟି, ଶାଖାରେ ୨୦ ଟଙ୍କା + ଜିଏସଟି।

କେଉଁ ଆକାଉଣ୍ଟଗୁଡ଼ିକୁ ପୂର୍ଣ୍ଣ ଛାଡ଼ ମିଳିବ?
ନିମ୍ନଲିଖିତ ଆକାଉଣ୍ଟଗୁଡ଼ିକରେ ଆଇଏମପିଏସ ଶୁଳ୍କରୁ ଛାଡ଼ ମିଳିବ:
ଡିଫେନ୍ସ ସାଲାରୀ ପ୍ୟାକେଜ (DSP)
ପାରା ମିଲିଟାରୀ ସାଲାରୀ ପ୍ୟାକେଜ (PMSP)
ଇଣ୍ଡିଆନ କୋଷ୍ଟ ଗାର୍ଡ ସାଲାରୀ ପ୍ୟାକେଜ (ICGSP)
ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ସାଲାରୀ ପ୍ୟାକେଜ (CGSP)
ପୋଲିସ ସାଲାରୀ ପ୍ୟାକେଜ (PSP)
ରେଳୱେ ସାଲାରୀ ପ୍ୟାକେଜ (RSP)
ଶୌର୍ଯ୍ୟ ଫ୍ୟାମିଲି ପେନସନ ଆକାଉଣ୍ଟ
କର୍ପୋରେଟ ସାଲାରୀ ପ୍ୟାକେଜ (CSP)
ଷ୍ଟେଟ ଗଭର୍ଣ୍ଣମେଣ୍ଟ ସାଲାରୀ ପ୍ୟାକେଜ (SGSP)
ଷ୍ଟାର୍ଟଅପ ସାଲାରୀ ପ୍ୟାକେଜ (SUSP)
ଫ୍ୟାମିଲି ସେଭିଙ୍ଗ୍ସ ଆକାଉଣ୍ଟ -ଏସବିଆଇ ରୀ ସ୍ତେ

ଅନ୍ୟ ବ୍ୟାଙ୍କଗୁଡ଼ିକର ଶୁଳ୍କ
ଅନ୍ୟ ବ୍ୟାଙ୍କଗୁଡ଼ିକରେ ମଧ୍ୟ ଆଇଏମପିଏସ ଶୁଳ୍କ ଲାଗୁ ହୁଏ। କେନାରା ବ୍ୟାଙ୍କରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ଆଇଏମପିଏସ ମାଗଣା, କିନ୍ତୁ ୧,୦୦୦-୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ୩ ଟଙ୍କା + ଜିଏସଟି ଏବଂ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦ ଟଙ୍କା + ଜିଏସଟି ଶୁଳ୍କ ଦେବାକୁ ପଡ଼େ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)ରେ ୧,୦୦୦ ଟଙ୍କା ପର୍ଯ୍ୟନ୍ତ ମାଗଣା, କିନ୍ତୁ ୧,୦୦୧-୧ ଲକ୍ଷ ଟଙ୍କା ପାଇଁ ଶାଖାରେ ୬ ଟଙ୍କା + ଜିଏସଟି ଏବଂ ଅନଲାଇନରେ ୫ ଟଙ୍କା + ଜିଏସଟି ଦେବାକୁ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?