ସ୍ଥାୟୀ ଜମା ଉପରେ ସୁଧହାର ବୃଦ୍ଧି କଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ

ମୁମ୍ବାଇ,୨୭।୧୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ୨ କୋଟିରୁ କମ୍ ସ୍ଥାୟୀ ଜମା ଉପରେ ଏଫଡି ସୁଧ ହାରକୁ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି। ଏସବିଆଇ ୱେବସାଇଟ୍ ଅନୁଯାୟୀ, ଏଫଡି ସୁଧ ହାର ବୃଦ୍ଧି ୨୭ ଡିସେମ୍ବର ୨୦୨୩ ଠାରୁ କାର୍ଯ୍ୟକାରୀ ହେବ। ଅର୍ଥାତ୍ ଏଫଡି ଉପରେ ବର୍ଦ୍ଧିତ ହାର ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି। ସେହିଭଳି ୨ କୋଟିରୁ ଅଧିକ ଜମା ଉପରେ ଏଫଡି ହାର ବୃଦ୍ଧି କରିଛି ବ୍ୟାଙ୍କ। ବ୍ୟାଙ୍କ ଏକ ବର୍ଷରୁ ୨ ବର୍ଷରୁ କମ୍, ୨ ବର୍ଷରୁ ୩ ବର୍ଷରୁ କମ୍ ଏବଂ ପାଞ୍ଚ ବର୍ଷରୁ ୧୦ ବର୍ଷକୁ ଛାଡି ବାକି ସମସ୍ତ ସୁଧହାର ବୃଦ୍ଧି କରିଛି।

ଏହା ବ୍ୟତୀତ ୭ ଦିନରୁ ୪୫ ଦିନ ମଧ୍ୟରେ ପରିପକ୍ଵ ହେଉଥିବା ଜମା ଉପରେ ୫୦ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୩.୫୦ ପ୍ରତିଶତ ହୋଇଛି। ସେହିପରି ୪୬ ଦିନରୁ ୧୭୯ ଦିନରେ ପରିପକ୍ଵ ହେଉଥିବା ଜମା ଉପରେ ୨୫ ବେସିସ୍ ପଏଣ୍ଟ ସୁଧହାର ବୃଦ୍ଧି ପାଇ ୪.୭୫ ପ୍ରତିଶତ ହୋଇଛି। ସେହିଭଳି ୧୮୦ ଦିନରୁ ୨୧୦ ଦିନ ପାଇଁ ୫୦ ବେସିସ୍ ପଏଣ୍ଟ ବୃଦ୍ଧି କରି ୫.୭୫ ପ୍ରତିଶତ କରିଛି, ୨୧୧ ଦିନରୁ ୧ ବର୍ଷ ପାଇଁ ୨୫ ବେସିସ ପଏଣ୍ଟ ବୃଦ୍ଧି ପାଇ ୬ ପ୍ରତିଶତ ହୋଇଛି। ସେହିପରି ୩ ବର୍ଷରୁ ୫ ବର୍ଷ ପାଇଁ ମଧ୍ୟ ୨୫ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୬.୭୫ ପ୍ରତିଶତ ହୋଇଛି।

ତେବେ ବରିଷ୍ଠ ନାଗରିକମାନେ ଏହି ଜମା ଉପରେ ଅତିରିକ୍ତ ୦.୫୦ ପ୍ରତିଶତ ସୁଧ ପାଇବେ। ସବିଶେଷ ସୁଧହାର ବୃଦ୍ଧି ପରେ, ଏସବିଆଇ ସାତ ଦିନରୁ ଦଶ ବର୍ଷ ମଧ୍ୟରେ ପରିପକ୍ୱ ଜମା ଉପରେ ୪ ରୁ ୭.୫% ପର୍ଯ୍ୟନ୍ତ ହାର ପ୍ରଦାନ କରିବ।

ଏହା ସହିତ, ଏସବିଆଇ ଡିସେମ୍ବର ୨୦୨୩ ରେ ଟର୍ମ ଜମା ଉପରେ ସୁଧ ହାର ବୃଦ୍ଧି କରିବାରେ ପଞ୍ଚମ ବ୍ୟାଙ୍କ। ବ୍ୟାଙ୍କ ଅଫ୍ ଇଣ୍ଡିଆ, ଫେଡେରାଲ୍ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏବଂ ଡିସିବି ବ୍ୟାଙ୍କ ମଧ୍ୟ ଏହି ମାସରେ ସେମାନଙ୍କ ଟର୍ମ ଜମା ଉପରେ ହାର ବୃଦ୍ଧି କରିଛନ୍ତି। ଡିସେମ୍ବର ୮ ଏମପିସି ବୈଠକରେ କ୍ରମାଗତ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପ୍ରମୁଖ ରେପୋ ରେଟ୍ ୬.୫ ପ୍ରତିଶତରେ ରଖିବା ପରେ ଏହି ହାର ବୃଦ୍ଧି ଘଟିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri