ହଠାତ ଗ୍ରାହକଙ୍କୁ ସତର୍କ କରାଇଲା SBI, ଜାଣି ରଖନ୍ତୁ ନଚେତ ଫସିଯିବେ; ମୋବାଇଲ ନମ୍ବର ବଦଳାଇ…

ନୂଆଦିଲ୍ଲୀ,୨।୯: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଗ୍ରାହକଙ୍କୁ ଏକ ନୂଆ ପ୍ରକାରର ମୋବାଇଲ ନମ୍ବର ବଦଳ ଜାଲିଆତି (Mobile Number Change Fraud) ସମ୍ପର୍କରେ ସତର୍କ କରିଛି। ବ୍ୟାଙ୍କ ଏକ ଚେତାବନୀ ଜାରି କରି କହିଛି ଯେ ଜାଲିଆତିକାରୀମାନେ ଗ୍ରାହକଙ୍କ ରେଜିଷ୍ଟାର୍ଡ ମୋବାଇଲ ନମ୍ବରକୁ ବଦଳାଇ ନିଜ ନମ୍ବର ସହ ଲିଙ୍କ କରିବାକୁ ଚେଷ୍ଟା କରୁଛନ୍ତି।

ଜାଲିଆତିକାରୀ କିପରି ଫସାନ୍ତି?
– ଜାଲିଆତିକାରୀ ଗ୍ରାହକଙ୍କୁ ଫୋନ୍‌ କଲ କିମ୍ବା SMS ପଠାଇ କୁହନ୍ତି ଯେ “ଆପଣଙ୍କ ପିପିଓ (ପେନସନ୍‌ ପେମେଣ୍ଟ ଅର୍ଡର) ଯାଞ୍ଚ ବାକି ଅଛି” କିମ୍ବା “ଶୀଘ୍ର ପ୍ରକ୍ରିୟା ପାଇଁ ତୁରନ୍ତ ସୂଚନା ଦିଅନ୍ତୁ।”
– ଅନେକ ସମୟରେ ସେମାନେ ଧମକ ଦିଅନ୍ତି ଯେ ଯଦି ତୁରନ୍ତ ସୂଚନା ଦିଆଯାଏ ନାହିଁ, ତେବେ ଆପଣଙ୍କ ପେନସନ ଅଟକାଇ ଦିଆଯିବ।
– ସେମାନେ ଗ୍ରାହକଙ୍କୁ ଲିଙ୍କ ପଠାଇ ତାହା ଉପରେ କ୍ଲିକ କରିବାକୁ କୁହନ୍ତି।
– ବ୍ୟକ୍ତିଗତ ସୂଚନା ଯେପରି ବ୍ୟବହାରକାରୀ ନାମ, ପାସୱାର୍ଡ, ATM ପିନ ଏବଂ OTP ଆଦି ହାସଲ କରିବାକୁ ଚେଷ୍ଟା କରନ୍ତି।

ମନେରଖନ୍ତୁ: ବ୍ୟାଙ୍କ କେବେ ହେଲେ ଫୋନ, SMS, ଲିଙ୍କ କିମ୍ବା ATM ଭିଜିଟ ମାଧ୍ୟମରେ ପିପିଓ ଯାଞ୍ଚ କରେ ନାହିଁ।

ସୁରକ୍ଷିତ ରହିବାର ଉପାୟ:
– କେବେ ହେଲେ ନିଜର ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା କାହା ସହ ଅଂଶୀଦାର କରନ୍ତୁ ନାହିଁ।
– ବ୍ୟାଙ୍କିଙ୍ଗ ଆପ କେବଳ ଗୁଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପ ଷ୍ଟୋର୍‌ରୁ ଡାଉନଲୋଡ କରନ୍ତୁ।
– କୌଣସି ସନ୍ଦେହ ହେଲେ ନିକଟତମ ଶାଖା ସହ ଯୋଗାଯୋଗ କରନ୍ତୁ କିମ୍ବା ଗ୍ରାହକ ସେବା ନମ୍ବର ୧୮୦୦୧୨୩୪/୧୮୦୦୨୧୦୦ ରେ କଲ କରନ୍ତୁ।
– ସାଇବର ଅପରାଧର ଅଭିଯୋଗ ପାଇଁ ୧୯୩୦ ରେ କଲ କରନ୍ତୁ କିମ୍ବା cybercrime.gov.in କୁ ଯାଆନ୍ତୁ।
– SMS ଏବଂ ଇମେଲ ଆଲର୍ଟକୁ ଧ୍ୟାନରେ ପଢ଼ନ୍ତୁ ଏବଂ କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ।
– ରେଜିଷ୍ଟର୍ଡ ମୋବାଇଲ ନମ୍ବର ହେଉଛି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ନିରାପତ୍ତାର ଚାବି, ଏହାକୁ ସୁରକ୍ଷିତ ରଖନ୍ତୁ।

SBIର ବାର୍ତ୍ତା:
ବ୍ୟାଙ୍କ ସ୍ପଷ୍ଟ କରିଛି ଯେ ଯଦି କଲ ୧୬୦୦ ରୁ ଆରମ୍ଭ ହେଉଛି, ତେବେ ତାହା ପ୍ରକୃତ ଏବଂ ନିରାପଦ। ଏପରି କଲ୍‌ର ଉତ୍ତର ଦେବାରେ କୌଣସି ବିପଦ ନାହିଁ। SBI ଗ୍ରାହକଙ୍କୁ ସତର୍କ ରହିବାକୁ, ନିରାପଦ ରହିବାକୁ ଏବଂ କୌଣସି ପ୍ରକାରର ଜାଲିଆତିରୁ ରକ୍ଷା କରିବାକୁ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?