ଭାଜପା କହେ, ପାରେନାହିଁ: ନବୀନ

ନୂଆଦିଲ୍ଲୀ,୨୯ା୫: ଭାରତୀୟ ଜନତା ପାର୍ଟି (ଭାଜପା) କେବଳ କହିଥାଏ, କିନ୍ତୁ ପାରି ନ ଥାଏ। ଭାଜପା ପୂର୍ବରୁ କର୍ନାଟକରେ ସରକାର ଗଢ଼ିବ ବୋଲି ଦାବି କରିଥିଲା। ହେଲେ ଏଥିରେ ବିଫଳ ହୋଇଥିଲା। ଭାଜପା ନେତାମାନେ ତେଲଙ୍ଗାନାରେ ସରକାର ଗଢ଼ିବୁ ବୋଲି କହି ବିଫଳ ହୋଇଥିଲେ। ସେହିପରି ହିମାଚଳ ପ୍ରଦେଶରେ ସେମାନେ ଅନୁରୂପ ଦୃଢ଼ୋକ୍ତି ପ୍ରକାଶ କରି ବିଫଳ ହୋଇଥିଲେ। ଓଡ଼ିଶା ନିର୍ବାଚନରେ ମଧ୍ୟ ସେମାନଙ୍କ ପରାଜୟର ଧାରା ଜାରି ରହିବ ବୋଲି ମଙ୍ଗଳବାର ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଭାଜପା ନେତାମାନେ ଓଡ଼ିଶାରେ ସରକାର ଗଠନ କରିବେ ଓ ସେମାନଙ୍କ ଦଳର ଜଣେ ନେତା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦାବି କରୁଥିବାବେଳେ ନବୀନ ନ୍ୟୁଜ୍‌ ଏଜେନ୍ସି ପିଟିଆଇକୁ ସାକ୍ଷାତ୍‌କାର ଦେଇ ଏଭଳି ଜବାବ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମମାଟିରେ ପହଞ୍ଚିଲା କୁଏଟ୍‌ରେ ପ୍ରାଣ ହରାଇଥିବା ସନ୍ତୋଷଙ୍କ ମୃତଦେହ

ପୁରୁଷୋତ୍ତମପୁର,୧୫ା୬(ସିମାଞ୍ଚଳ ମିଶ୍ର): ରାଜ୍ୟରେ କାମଧନ୍ଦା ଅଭାବରୁ ନିଜେ ବଞ୍ଚିବା ସହ ପରିବାରକୁ ବଞ୍ଚାଇବା ଲାଗି ଦାଦନ ଖଟିବାକୁ କୁଏଟ୍‌ ଯାଇଥିବା ବେଳେ ସେଠାରେ ଜଳିଯାଇ ପ୍ରାଣ...

ସମସ୍ୟାର ହେଲା ସମାଧାନ: ଯାତ୍ରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର,୧୫ା୬(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଜିଲା ପ୍ରଶାସନ, ଜିଲାର ବସ୍‌ ମାଲିକ ସଂଘ ଓ କର୍ମଚାରୀ ସଂଘ ସହ...

ରାଜ୍ୟରେ ବନ୍ଦ ହୋଇଯିବ କି ମିଶନ ଶକ୍ତି ଯୋଜନା? ଆସିଲା ନୂଆ ଅପ୍‌ଡେଟ୍‌, ଜାଣନ୍ତୁ…

ଭୁବନେଶ୍ୱର,୧୫।୬: ଦୀର୍ଘ ୨୫ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ଭାଜପା ରାଜ୍ୟରେ ସରକାର ଗଢ଼ିଛି। ନିକଟରେ ମୋହନ...

ଖୋଲିବ ସ୍କୁଲ, ପ୍ରଥମ ଦିନରୁ ହିଁ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର,୧୫।୬: ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି। ମଙ୍ଗଳବାର ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ...

ଛତିଶଗଡରେ ୮ ନକ୍ସଲଙ୍କୁ ଏନକାଉଣ୍ଟର, ଜଣେ ଯବାନ ସହିଦ

ମାଲକାନଗିରି,୧୫।୬( ଦୁର୍ଯ୍ୟୋଧନ ପାତ୍ର ): ଛତିଶଗଡ ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲା ଜଙ୍ଗଲରେ ନକ୍ସଲ ଓ ସୁରକ୍ଷା ବଳ ମଧ୍ୟରେ ବଡ଼ ଏନକାଉଣ୍ଟର ହୋଇଛି। ଏହି...

ମାତୁଛନ୍ତି ଚୋର, ଅଭିଯୋଗ ପରେ ବି ଧରି ପାରୁନି ପୋଲିସ

ଗୋପାଳପୁର,୧୫।୬(ନବୀନ ରାଜ ଆଚାରୀ): ଗତ କିଛି ଦିନ ହେଲା ଗୋପାଳପୁର ଥାନା ଅଞ୍ଚଳ ଚୋର ଦଳ ସକ୍ରିୟ ହୋଇପଡିଛନ୍ତି l ଗୋଟିଏ ପରେ ଗୋଟିଏ ଘର...

କୁଏଟ୍‌ ଅଗ୍ନିକାଣ୍ଡ: ୨ ଓଡ଼ିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୬: କୁଏଟ୍‌ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡିଆଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତିଗିରିଆର ମହମ୍ମଦ...

କଇଁଛ ଚାଲାଣବେଳେ ୪ଗିରଫ, ୧୭୬ କଇଁଛ ଉଦ୍ଧାର

ଝରିଗାଁ,୧୫।୬(କିଶୋର ଚନ୍ଦ୍ର ମଣ୍ଡଳ): କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ କଇଁଛ ଚୋରା ଚାଲାଣ ବେଳେ ଝରିଗାଁ ବନ ବିଭାଗ ଦ୍ୱାରା ୧୭୬ କଇଁଛ ଉଦ୍ଧାର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri