Odisha Elections 2024

ଭତ୍ତା କହି ସରପଞ୍ଚଙ୍କ ସ୍ବାମୀ ଭୋଟ ପାଇଁ ବାଣ୍ଟୁଛନ୍ତି ଟଙ୍କା

ହାଟଡିହୀ,୧୭l୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତରେ ନିର୍ବାଚନ ଆଚରଣ ବିଧି ଉଲଂଘନ ଅଭିଯୋଗ ହୋଇଛି। ପଞ୍ଚାୟତର ସରପଞ୍ଚ ହେମଲତା ଜେନାଙ୍କ ସ୍ବାମୀ ପୀତବାସ ଗାଁକୁ ଯାଇ ଭତ୍ତା ଟଙ୍କା ବଣ୍ଟନ କରୁଥିବା ବାହାନା କରି ଭୋଟ ପାଇଁ ଟଙ୍କା ବାଣ୍ଟୁଥିବା ନେଇ ଅଭିଯୋଗ ଉଠିଛି।ଶୁକ୍ରବାର ପୀତବାସ ଦଶରଥପୁର ଗାଁରେ ଟଙ୍କା ବାଣ୍ଟୁଥିଲେ। ଏ ବାବଦରେ ଜାଣିବା ପରେ ଅନ୍ୟ ଦଳର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଏବଂ ଉତ୍ତେଜନା ପ୍ରକାଶ ପାଇଥିଲା।

ଅଭିଯୋଗକାରୀଙ୍କ କହିବା ଅନୁସାରେ ଆଚରଣ ବିଧି ଲାଗୁ ହୋଇଥିବାବେଳେ ସରପଞ୍ଚଙ୍କ ସ୍ବାମୀ ଭତ୍ତା ଟଙ୍କା ବଣ୍ଟନ କରିପାରିବେନି। ସେ ଭୋଟ ପାଇଁ ବାହାନା କରି ଟଙ୍କା ବାଣ୍ଟୁଥିଲେ । ପଞ୍ଚାୟତ ପିଇଓ ଅମୁଲ୍ୟ ପହି କହିଛନ୍ତି, ସରକାରୀ କାର୍ଯ୍ୟରେ ବ୍ୟସ୍ତତା ଥିବାରୁ ସରପଞ୍ଚଙ୍କ ସ୍ବାମୀ ପୀତବାସଙ୍କୁ ବଳକା ରହିଯାଇଥିବା ହିତାଧିକାରୀଙ୍କୁ ଭତ୍ତା ଟଙ୍କା ବଣ୍ଟନ ନିମନ୍ତେ ଭତ୍ତା ଟଙ୍କା ଦେଇଥିଲୁ । ତେଣୁ ସେ ଭତ୍ତା ଟଙ୍କା ବଣ୍ଟନ କରିଥିଲେ। ସରପଞ୍ଚଙ୍କ ସ୍ବାମୀ ପୀତବାସ କହିଛନ୍ତି, କିଛି ଲୋକ ଭତ୍ତା ଅନୁଦାନ ପାଇ ନ ଥିଲେ l ସେମାନଙ୍କୁ ଭତ୍ତା ଟଙ୍କା ବାଣ୍ଟୁଥିଲି ।


Enter your email to get our daily news in your inbox.

All Right Reserved By Dharitri.Com

ଇଭିଏମ୍‌ରେ ସିଲ୍ ନେତାଙ୍କ ଭାଗ୍ୟ, ୪ ରେ ଫଳାଫଳ

ନୂଆଦିଲ୍ଲୀ,୧।୬: ଶେଷ ହୋଇଛି ସାତ ପର୍ଯ୍ୟାୟ ବ୍ୟାପି ସାଧାରଣ ନିର୍ବାଚନ ୨୦୨୪। ସପ୍ତମ ପର୍ଯ୍ୟାୟ ମତଦାନ ଶେଷ ହେବାପରେ ଭାରତର ନିର୍ବାଚନ ଆୟୋଗ ସମସ୍ତ ହିତାଧିକାରୀଙ୍କୁ...

ଭୋଟ୍‌ ଦେବାକୁ ଆସିଲେନି ୨୦୦ ଭୋଟର

ସିମୁଳିଆ,୧ା୬(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଅଡ଼ା ପଞ୍ଚାୟତର ଦକ୍ଷିଣଅଡ଼ା ମହିଁଷାମୁଣ୍ଡା ଆଦିବାସୀ ସାହିର ୨ଶହ ଭୋଟର ଭୋଟ୍‌ ବର୍ଜନ କରିଛନ୍ତି। ଗାଁରେ ବିଜୁଳି,...

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଧାୟକ ମୋହନ ମାଝି,...

୨ରୁ ୩ ଡ଼ିଗ୍ରୀ ହ୍ରାସ ପାଇବ ତାପମାତ୍ରା, ପ୍ରଚଣ୍ଡ ତାତିରୁ ମିଳିବ ଆଶ୍ବସ୍ତି

ଭୁବନେଶ୍ୱର,୧ା୬: ଓଡ଼ିଶାର ଅନେକ ଅଞ୍ଚଳରେ ହିଟ୍‌ଓ୍ବେଭ୍‌ ଜାରି ରହିଛି। ଏହାକୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ହିଟ୍‌ଓ୍ବେଭ୍‌ ବୋଲି କୁହାଯାଉଛି। ପ୍ରଥମ ହିଟ୍‌ଓ୍ବେଭ୍‌ କେବଳ ଦୁଇ ଦିନ,...

ବୁଥ୍‌ ଆଗରେ ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭଦ୍ରକ,୧।୬: ଶେଷ ପର୍ଯ୍ୟାୟ ଭୋଟ ଦେଉଛି ଓଡ଼ିଶା। ଶନିବାର ଏହି ଭୋଟ ଚାଲିଥିବାବେଳେ ଅନେକ ସ୍ଥାନରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଏହିକ୍ରମରେ ଭଦ୍ରକର ମୁକ୍ତାଡିହ ବୁଥ...

ମା’ ଭୋଟ ଦେବାକୁ ଯାଇଥିଲେ: ପାଣିରେ ବୁଡ଼ିଗଲା ଝିଅ

କେନ୍ଦ୍ରାପଡ଼ା,୧।୬: ୨୦୨୪ ଲୋକ ସଭା ନିର୍ବାଚନର ସପ୍ତମ ତଥା ଅନ୍ତମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି...

ବସ୍‌ଷ୍ଟାଣ୍ଡରେ ଜଳିଗଲା ୪ ବସ୍‌

ବିଷମକଟକ,୧ା୬(ବିଭୂତି ଭୂଷଣ ନାୟକ): ରାୟଗଡ଼ା ଜିଲା ବିଷମକଟକ ବ୍ଲକର ବିଜୁ ପଟ୍ଟନାୟକ ବସ୍‌ଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ଟି ବସ୍‌ ରହିଥିଲା। ସେଥିରୁ ୪ଟି ବସ୍‌ ଜଳି...

ପୁରୀ ଗୁଣ୍ଡିଚା ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା…

ପୁରୀ,୧।୬: ପୁରୀରେ ପୁଣି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାରରେ ଏପରି ଘଟଣା ଦେଖିବାକୁ ମିଳିଛି। ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri