ବାହାର ଲୋକଙ୍କୁ ହଜ୍‌ ମନା: ସାମିଲ ହେବେ ୬୦ ହଜାର ଲୋକ

ଦୁବାଇ,୧୨ା୬: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସାଉଦି ଆରବରେ ଅନୁଷ୍ଠିତ ହେବାକୁ ଥିବା ମୁସଲମାନ ସମ୍ପ୍ରଦାୟର ପବିତ୍ର ହଜ୍‌ ତୀର୍ଥଯାତ୍ରାରେ ୬୦ ହଜାର ଲୋକ ସାମିଲ ହୋଇପାରିବେ। ଏନେଇ ସାଉଦି ଆରବ ସରକାର ଶନିବାର ଘୋଷଣା କରିଛନ୍ତି। ଏଥିରେ କେବଳ ସ୍ଥାନୀୟ ଲୋକ ଭାଗ ନେଇପାରିବେ। ହଜ୍‌ ଯାତ୍ରାରେ ବାହାର ଦେଶର ଲୋକଙ୍କ ଉପରେ ରୋକ୍‌ ଲଗାଯାଇଛି। ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଉଛି ଯେ, ଚଳିତ ବର୍ଷ ଜୁଲାଇରେ ହଜ୍‌ ଯାତ୍ରା ଆରମ୍ଭ ହେବ। ଏଥିରେ ୧୮ରୁ ୬୫ ବର୍ଷ ବୟସ ବର୍ଗର ଲୋକେ ସାମିଲ ହୋଇପାରିବେ। ଯାତ୍ରା ସାମିଲ ହେବାକୁ ଥିବା ଲୋକଙ୍କୁ କରୋନା ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି। ଗତ ବର୍ଷ ମଧ୍ୟ କଟକଣା ମଧ୍ୟରେ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ବାଭାବିକ ସ୍ଥିତିରେ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକେ ଏହି ଧାର୍ମିକ ଯାତ୍ରାରେ ସାମିଲ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ କୋରିଆ ନ୍ୟୁକ୍ଲିୟର ସଂସ୍ଥା ହ୍ୟାକ୍‌

ଉତ୍ତର କୋରିଆର ସାଇବର ଅପରାଧୀମାନେ ଦକ୍ଷିଣ କୋରିଆର ନ୍ୟୁକ୍ଲିୟର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟକୁ ହ୍ୟାକ୍‌ କରିଛନ୍ତି। ଗତମାସରେ ୧୩ ଅନଧିକୃତ ଆଇପି ଆଡ୍ରେସ୍‌ରୁ କୋରିଆ ଆଟମିକ୍‌ ଏନର୍ଜି...

ଇମ୍ରାନ୍‌ଙ୍କ ତୃତୀୟ ସ୍ତ୍ରୀ ବୁଶାରାଙ୍କ ପ୍ରତିବିମ୍ବ ଦର୍ପଣରେ ହେଉନି ପ୍ରତିଫଳିତ: ପାକିସ୍ତାନ ମିଡ଼ିଆରେ ଚର୍ଚ୍ଚା

ଇସଲାମାବାଦ୍‌,୨୯।୯: ପାକିସ୍ତାନରେ ଏବେ ଏକ ଅନ୍ଧବିଶ୍ୱାସକୁ ନେଇ ଚର୍ଚ୍ଚା ଜାରି ରହିଛି। ପାକିସ୍ତାନ ମିଡ଼ିଆ ଅନୁସାରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ତୃତୀୟ ସ୍ତ୍ରୀ ବୁଶାରା ବିବିଙ୍କ...

ଗୁଆଙ୍ଗଝୋଉରେ ସୁରକ୍ଷିତ ଅବତରଣ କଲା ଇରାନୀ ବିମାନ: ବୋମା ଗୁଜବ ପରେ ଦିଲ୍ଲୀରେ ମିଳି ନ ଥିଲା ଅବତରଣ ଅନୁମତି

ବେଜିଂ,୩।୧୦: ଇରାନରୁ ବାହାରି ଭାରତ ଓ ଚାଇନା ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିବା ଇରାନ ବିମାନ ଡବ୍ଲୁ୫୮୧ ଶେଷରେ ନିଜର ଗନ୍ତବ୍ୟ ସ୍ଥଳ ଗୁଆଙ୍ଗଝୋଉରେ ସୁରକ୍ଷିତ...

କରୋନା ମହାମାରୀ ବେଲଗାମ: ମୃତ୍ୟୁ ସଂଖ୍ୟା ୩୬୧ ଛୁଇଁଲା;୨୪ ଘଣ୍ଟାରେ ୨୦୧୩ ଜଣ ସଂକ୍ରମିତ

ବେଜିଂ,୩।୨: ଚାଇନାର ବୁହାନରେ କରୋନା ମହାମାରୀ ବେଲଗାମ ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ଭୁତାଣୁ ସଂକ୍ରମଣରେ ୩୬୧ ଜଣଙ୍କ...

ଏଲନ ମସ୍କଙ୍କୁ ନିଜର ପରାମର୍ଶଦାତା କରିବାକୁ ଚାହାଁନ୍ତି ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ରାମାସ୍ବାମୀ

ଓ୍ବାଶିଂଟନ,୨୮।୮: ଆମେରିକାରେ ଆସନ୍ତା ବର୍ଷ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀଭାବେ ଭାରତୀୟ ମୂଳ ବାସିନ୍ଦା ବିବେକ ରାମାସ୍ବାମୀ ନିଜର ମଜଭୁତ ଦାବିଦାର...

ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ...

ଚିନ୍ତା ବଢାଇଲା ଚାଇନା ଜେଲରେ କରୋନା ଭାଇରସ

ବେଜିଂ,୨୧।୨: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏଥିରେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଚାଇନା। ଏବେସୁଦ୍ଧା ଏଠାରେ...

କାବୁଲରେ ବଡ଼ ଧରଣର ବିସ୍ଫୋରଣ

କାବୁଲ,୩।୧୦: ଆଫଗାନିସ୍ତାନର କାବୁଲର ଇଦଗାହ ମସଜିଦ ନିକଟରେ ରବିବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

Advertisement
Archives

Model This Week