ସାଉଦି ଆରବ କାମ କରିବାକୁ ଯାଉଥିବା ଲୋକଙ୍କ ପାଇଁ ବଦଳାଇଲା ନିୟମ, ଭିସା ଲାଗି ସର୍ତ୍ତ…

ରିଆଦ,୨୮।୧୧ : ବିଦେଶରୁ ଆସୁଥିବା ଘରୋଇ ଶ୍ରମିକ ନିଯୁକ୍ତି ପାଇଁ ଭିସା ପ୍ରଦାନ ପାଇଁ ସାଉଦି ଆରବ ନିୟମ ପରିବର୍ତ୍ତନ କରିଛି। ସାଉଦି ସରକାରଙ୍କ ମାନବ ସମ୍ବଳ ଏବଂ ସାମାଜିକ ବିକାଶ ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ୨୪ ବର୍ଷରୁ କମ ଅବିବାହିତ ନାଗରିକ ବିଦେଶୀ ଶ୍ରମିକଙ୍କ ପାଇଁ ଭିସା ଦେଇପାରିବେ ନାହିଁ ଏବଂ ଘରୋଇ କାମ ପାଇଁ କାହାକୁ ନିଯୁକ୍ତି ଦେଇ ପାରିବେ ନାହିଁ। ଏହି ନିୟମ ଘରୋଇ କାମ ପାଇଁ ଯାଉଥିବା ଭାରତୀୟ ଶ୍ରମିକମାନଙ୍କୁ ମଧ୍ୟ ପ୍ରଭାବିତ କରିବ କାରଣ ଭାରତରୁ ବହୁ ସଂଖ୍ୟକ ଶ୍ରମିକ ସାଉଦି ଆରବକୁ ଯାଇଥାନ୍ତି ।

ଘରୋଇ ଶ୍ରମିକ ଏବଂ ସେମାନଙ୍କ ସହକର୍ମୀ ନିଯୁକ୍ତି ପାଇଁ ଭିସା ପ୍ରଦାନ କରିବାର ନିୟମ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରଯୁଜ୍ୟ । ଏଥିମଧ୍ୟରେ ସାଉଦି, ଗଲ୍ଫ ସହଯୋଗ ପରିଷଦର ନାଗରିକ, ବିସ୍ଥାପିତ ଜନଜାତିର ସଦସ୍ୟ, ସ୍ତ୍ରୀ ଏବଂ ନାଗରିକଙ୍କ ମା ତଥା ପ୍ରିମିୟମ ରେସିଡେନ୍ସିଧାରୀ ରହିଛନ୍ତି। ଏହି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଆର୍ଥିକ କ୍ଷମତା ଉପରେ ଆଧାର କରି ଘରୋଇ ଶ୍ରମିକ ଭିସା ପ୍ରଦାନ କରିବାକୁ ଅନୁମତି ଦିଆଯାଇଛି। ବର୍ତ୍ତମାନ ୨୪ ବର୍ଷରୁ କମ ଅବିବାହିତ ନାଗରିକଙ୍କ ପାଇଁ ଏହି ଅଧିକାରଗୁଡିକ ଅତ୍ୟନ୍ତ ସୀମିତ ହୋଇଯାଇଛି, ବିଶେଷ କରି ଘରୋଇ ସାହାଯ୍ୟ ପାଇଁ ସେମାନେ କାହାକୁ ଭିସା ଦେଇ ପାରିବେ ନାହିଁ। ସାଉଦିର ବିଭିନ୍ନ ବର୍ଗର ଘରୋଇ ଶ୍ରମିକମାନଙ୍କ ଡ୍ରାଇଭର, କ୍ଲିନର୍‌, ରୋଷେଇଆ, ସୁରକ୍ଷାକର୍ମୀ, ମାଳି, ଟେଲର୍‌, ନର୍ସ ଆଦି ରହିଛନ୍ତି।

ସାଉଦିରେ ଆର୍ଥିକ କ୍ଷମତା ନିୟମ ଅନୁଯାୟୀ ପ୍ରଥମ ଭିସା ଦିଆଯିବା ଲାଗି ଦରମା ନିଶ୍ଚିତକରିବା ଆବଶ୍ୟକ। ଭିସା ପ୍ରଦାନ ପାଇଁ ବ୍ୟାଙ୍କ ଡକ୍ୟୁମେଣ୍ଟର ବାଲାନ୍ସ ୪୦ ହଜାର ସାଉଦି ରିୟାଲ ରହିବା ଜରୁରୀ। ଦ୍ୱିତୀୟ ଭିସା ପ୍ରଦାନ କ୍ଷେତ୍ରରେ ସର୍ବନିମ୍ନ ଦରମା ୭ ହଜାର ରିୟାଲ ଅଟେ । ସାଉଦି ଗେଜେଟ ଅନୁଯାୟୀ, ତୃତୀୟ ଭିସା ପ୍ରଦାନ କରିବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବେତନ ୨୫ ହଜାର ରିୟାଲ ଏବଂ ୨ ଲକ୍ଷ ରିୟାଲ ରହିବା ଆବଶ୍ୟକ।

ସାଉଦି ମାନବ ସମ୍ବଳ ମନ୍ତ୍ରଣାଳୟ ମଧ୍ୟ ଭିସା ସମ୍ବନ୍ଧୀୟ ନିୟମାବଳୀ ବୁଝାଇବା ପାଇଁ ନିଯୁକ୍ତିଦାତାମାନଙ୍କ ପାଇଁ ମୁସାନେଡ ନାମକ ଏକ ପ୍ଲାଟଫର୍ମ ସୃଷ୍ଟି କରିଛି। ଏଠାରେ ନିଯୁକ୍ତିଦାତାଙ୍କ ଅଧିକାର, କର୍ତ୍ତବ୍ୟ ଏବଂ ଆନୁଷଙ୍ଗିକ କାର୍ଯ୍ୟ ବିଷୟରେ ସୂଚନା ଦିଆଯାଇଛି। ଏହି ପ୍ଲାଟଫର୍ମ ମାଧ୍ୟମରେ ଶ୍ରମିକମାନଙ୍କୁ ଭିସା ଦେବା ଏବଂ ଶ୍ରମିକମାନଙ୍କ ମଧ୍ୟରେ ଆଲୋଚନା କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରମ ଚୁକ୍ତିନାମା ଅନୁଯାୟୀ ବିବାଦର ସମାଧାନ ପାଇଁ ସୁବିଧା ମଧ୍ୟ ଏହି ପ୍ଲାଟଫର୍ମରେ ଉପଲବ୍ଧ ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ରାଜନୀତି କ୍ଷେତ୍ରରେ…

ବରଗଡ଼,୨୭।୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କ ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର ପ୍ରଭାନ…

ପ୍ଲେୟାର ଅଫ ଦି ସିରିଜ ଜିତିବା ସତ୍ତ୍ୱେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୭।୭: ଜିମ୍ବାୱେ ବିପକ୍ଷରେ T20 ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ବୈଭବ ସୂର୍ଯ୍ୟବଂଶୀ ‘ପ୍ଲେୟାର ଅଫ ଦି ସିରିଜ’ ପୁରସ୍କାର ଜିତିଥିଲେ। ଏହି ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ,…

ହସ୍ପିଟାଲରୁ ସିଧା ରାଜଘାଟ ପହଞ୍ଚିଲେ ୱାଙ୍ଗଚୁକ, ବାପୁଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଅନୁଷ୍ଠିତ ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ କିଛି ଦିନ ଧରି ଅନଶନରେ…

କଟକ ଜିଲାପାଳଙ୍କ ଜନଶୁଣାଣୀ ବେଳେ ଅଭାବନୀୟ ଘଟଣା, ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କଲେ….

କଟକ ସଦର,୨୭।୭(ସୁଶାନ୍ତ କୁମାର ଜେନା): କିଶନ ନଗର ତହସିଲ କାର୍ଯ୍ୟାଳୟରେ ସୋମବାର କଟକ ଜିଲାପାଳଙ୍କ ଜନଶୁଣାଣୀ ଶିବିର ଚାଲିଥିଲା । ଏହି ସମୟରେ ଏକ ଅଭାବନୀୟ ଘଟଣା…

E20 ବିବାଦ: ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ନିତିନ ଗଡକରୀ

ନୂଆଦିଲ୍ଲୀ, ୨୭।୭: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସୋସିଆଲ ମିଡିଆରେ ପ୍ରସାରିତ ଡିପଫେକ୍ ଭିଡିଓ ଏବଂ ମାନହାନିଜନକ ପୋଷ୍ଟ ସମ୍ପର୍କରେ ବମ୍ବେ…

ପୁଣି ବଡ଼ ଆନ୍ଦୋଳନ! CJP ପରେ ସଂସଦ ପଦଯାତ୍ରା ଘୋଷଣା କଲା ଏହି ଦଳ, ସରକାରଙ୍କୁ ଘାରିଲା ଭୟ

ନୂଆଦିଲ୍ଲୀ, ୨୭॥୭: ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ୍‌ E20 ବିରୋଧରେ ଚାଲିଥିବା ବିରୋଧ ବର୍ତ୍ତମାନ ଏକ ନୂତନ ରାଜନୈତିକ ଏବଂ ସାମାଜିକ ଅଭିଯାନର ରୂପ ନେଉଥିବାର ଦେଖାଯାଉଛି।…

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

ମୁଖ ଗହ୍ବର କ୍ୟାନ୍‌ସର ପଛର କିଛି କଥା…

କଥାରେ ଅଛି-କ୍ୟାନ୍‌ସର: ନୋ ଆନ୍‌ସର। କିନ୍ତୁ ଆଜିକାଲି ଏହାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିରୂପଣ କରାଯାଇପାରୁଛି ଏବଂ ତାହାର ସଫଳ ଚିକିତ୍ସା ମଧ୍ୟ ହୋଇପାରୁଛି। କିନ୍ତୁ ଯଦି ଅବହେଳାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri