Posted inଜାତୀୟ

କେଜ୍ରିଓ୍ବାଲ୍‌ଙ୍କ କଡ଼ା ଜବାବ: ଗିରଫ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯାଉ

ନୂଆଦିଲ୍ଲୀ,୧।୬: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଭାଜପା ବାରମ୍ବାର ଆମ ଆଦମୀ ପାର୍ଟି ଉପରେ ଟାର୍ଗେଟ୍‌ କରୁଛି। ଏହାର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କୁ ସୁରକ୍ଷା ଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ସେ ମୋହଲ୍ଲା କ୍ଲିନିକ୍‌ର ମଡେଲ୍‌ ଦେଇଛନ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌ ବୋଲି କେଜ୍ରିୱାଲ କହିଛନ୍ତି।
ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫ ସତ୍ତ୍ୱେ ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରେ ରଖାଯିବା ନେଇ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ କେଜ୍ରିୱାଲ କହିଛନ୍ତି, ମୁଁ ସବୁବେଳେ କହୁଛି ଯେ ସତ୍ୟେନ୍ଦ୍ର ଜୈନ ଦୃଢ ସଚ୍ଚୋଟ ପ୍ୟକ୍ତି। ସେ ନିଶ୍ଚେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ଖଲାସ ହେବେ। ସେ ମୋହଲା କ୍ଲିନିକର ମଡେଲ ଦେଇଛନ୍ତି, ଯାହାକୁ ଦେଖିବାକୁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌।
ସୂଚନାଯୋଗ୍ୟ, ଗିରଫ ପରେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବତନ୍ତ୍ର କୋର୍ଟ ଜୁନ ୯ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି। କୋଲକାତା ଭିତ୍ତିକ ହାୱାଲ କାରବାରେ ଶ୍ରୀ ଜୈନଙ୍କ କମ୍ପାନୀ ୨୦୧୫-୧୬ରେ ସାମିଲ ଥିଲା ଓ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା ବୋଲି ଇଡି ଜାଣିବାକୁ ପାଇଛି। ସତ୍ୟେନ୍ଦ୍ର ୨୦୧୫ରୁ ୧୭ ମଧ୍ୟରେ ବେଆଇନ ଭାବେ ୧.୬୭ କୋଟି ଟଙ୍କା ଠୁଳ କରିଥିଲେ। ଏହି ଟଙ୍କା ଜମି କିଣିବା ପାଇଁ ବ୍ୟବହାର ହୋଇଛି। ତଦନ୍ତ ବେଳେ ଜଣାପଡିଛି ଯେ, ଶେଲ କମ୍ପାନୀଗୁଡିକୁ କୋଲକାତାର ୨ ଜଣ ବ୍ୟକ୍ତି ପରିଚାଳନା କରୁଥିଲେ। ସେମାନେ ୧୦୦ ଟଙ୍କାରେ ୧୫ରୁ ୨୦ ପଇସା କମିଶନ ନେଇ ବେଆଇନ ଆର୍ଥିକ କାରବାର କରୁଥିଲେ। ହାୱାଲା ଅପରେଟରମାନଙ୍କ ଦ୍ୱାରା ୪ଟି ଶେଲ କମ୍ପାନୀକୁ ଟଙ୍କା ପଠା ଯାଉଥିଲା ଓ ଦିଲ୍ଲୀରେ ଗୋଟିଏ ଜମି କିଣିବାକୁ ଏହାକୁ ବ୍ୟବହାର କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଆବଶ୍ୟକ ଥିବାରୁ ଜୈନଙ୍କୁ ଜେରା କରିବା ଜରୁରୀ ବୋଲି ଇଡି କହିଥିଲା। ତେଣୁ କୋର୍ଟ ତାଙ୍କୁ ଜୁନ ୯ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri