Posted inଜାତୀୟ

ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକଙ୍କ ମନ୍ତବ୍ୟ: ଭାଜପାକୁ ଘେରିଲା କଂଗ୍ରେସ:…

ନୂଆଦିଲ୍ଲୀ,୧୫।୪ : ପୁଲଓ୍ବାମା ଆକ୍ରମଣ ନେଇ ସତ୍ୟପାଲ ମଲିକ ତାଙ୍କର ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦ ୱାୟାରର ବରିଷ୍ଠ ଖବରଦାତା କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା ଆକ୍ରମଣ ସମୟରେ ସିଆରପିଏଫ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରୁ ବିମାନ ମାଗିଥିଲା ଯାହା ଦିଆଯାଇ ନ ଥିଲା। ସେ କହିଛନ୍ତି,ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଁ କହିଥିଲି ଯେ ଆମର ଭୁଲ ଯୋଗୁ ଏହା ଘଟିଛି, ସେ କହିଥିଲେ ତୁମେ ଚୁପ ରୁହ।

 

ସିଆରପିଏଫ ସେମାନଙ୍କ କର୍ମଚାରୀଙ୍କୁ ପରିବହନ ପାଇଁ ବିମାନ ମାଗିଥିଲା, କାରଣ ଏତେ ବଡ କନଭେନ କେବେ ରାସ୍ତାରେ ଯାଏ ନାହିଁ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଚାରିବାରୁ ସେମାନେ ମନା କରିଦେଇଥିଲେ। କେବଳ ପାଞ୍ଚଟି ବିମାନର ଆବଶ୍ୟକତା ଥିଲା। ସେମାନଙ୍କୁ ବିମାନ ଦିଆଯାଇ ନ ଥିଲା।

ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ ଯେ ଆମର ଭୁଲ ଯୋଗୁଁ ଏହା ଘଟିଥିଲା। ଯଦି ଆମେ ବିମାନ ଦେଇଥାନ୍ତେ, ତେବେ ଏହା ହୋଇ ନ ଥାନ୍ତା, ତେଣୁ ପ୍ରଧାନମନ୍ତ୍ରୀ ମୋତେ ଚୁପ ରହିବାକୁ କହିଥିଲେ।

 

ସାକ୍ଷାତକାର ସମୟରେ ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ନିରାପଦରେ କହିପାରେ ପ୍ରଧାନମନ୍ତ୍ରୀ ଦୁର୍ନୀତିକୁ ଘୃଣା କରନ୍ତି ନାହିଁ। ସାରା ଦୁନିଆ ମୋଦିଙ୍କ ପ୍ରତି ରଖିଥିବା ମନୋଭାବ ଅବା ମତାମତଠାରୁ ମୋର ଅଭିଜ୍ଞତା ଭିନ୍ନ। ଯେତେବେଳେ ବି ମୁଁ ତାଙ୍କୁ ଭେଟିଥିଲି, ସେ ଜଣେ ବିଭିନ୍ନ ସୂଚନା ରଖିଥିବା ବ୍ୟକ୍ତି ନ ଥିଲେ। ତାଙ୍କ ପାଖରେ କୌଣସି ସୂଚନା ନାହିଁ। ନିଜ କଥା ନେଇ ସେ ବ୍ୟସ୍ତ। ଯାହା ବାହାରେ ଘଟୁଛି ସେଥିପ୍ରତି ତାଙ୍କ କିଛି ଯାଏ ଆସେ ନାହିଁ।

ସତ୍ୟପାଲ ମଲିକଙ୍କ ବିବୃତ୍ତି ଆଧାରରେ କଂଗ୍ରେସ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି , ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ସାକ୍ଷାତକାରରେ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ତାଙ୍କ କଥାକୁ ଘୋଡାଇବା କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି, କିନ୍ତୁ ସତ୍ୟକୁ ଘୋଡାଇ ହେବ ନାହିଁ। ଜାତୀୟ ସୁରକ୍ଷା ସହ ଜଡିତ ଏଗୁଡ଼ିକ ଅତ୍ୟନ୍ତ ଗମ୍ଭୀର ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।

 

କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କହିଛନ୍ତି,ସତ୍ୟପାଲ ମଲିକ ଯାହା କହିଛନ୍ତି ତାହା ସମଗ୍ର ଦେଶକୁ ଆଶଙ୍କାରେ ପକାଇଛି। ସତ୍ୟପାଲ ଜଣେ ସାଧାରଣ ବ୍ୟକ୍ତି ନୁହଁନ୍ତ। ଯେତେବେଳେ ପୁଲୱାମା ଆକ୍ରମଣ ହୋଇଥିଲା ସେତେବେଳେ ସେ ଜାମ୍ମୁ-କଶ୍ମୀରର ରାଜ୍ୟପାଳ ଥିଲେ। ସେ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ କହିଥିଲେ।
କଂଗ୍ରେସ ନେତା ପୱନ ଖେଡା କହିଛନ୍ତି, ଆଜି ସତ୍ୟପାଲ ମଲିକ ଜଣେ ପିଏସଓ ସହିତ ଏକ ଭଡା ଘରେ ରହୁଛନ୍ତି। କିନ୍ତୁ ସମାଜରେ ଜହର ବାଣ୍ଟୁଥିବା ଟିଭି ଆଙ୍କର୍‌, ଚାଟୁକାର ଫିଲ୍ମ ନିର୍ଦ୍ଦେଶକ-ଅଭିନେତାମାନଙ୍କୁ ଦେଉଥିବା ଏକ୍ସ,ଓ୍ବାଇ, ଜେଡ ଗ୍ରେଡ ସୁରକ୍ଷା ସରକାର ଦେଇଛନ୍ତି। ଏଭଳି ପରିସ୍ଥିତିରେ ପ୍ରଶ୍ନ ହେଉଛି ସକରାର ସତ୍ୟପାଲଙ୍କ ସୁରକ୍ଷାକୁ କାହିଁକି ବିପଦରେ ପକାଇଛନ୍ତି?

 


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୮।୮: ‘ମେଟଲ ମିଟ’ର ଦଶମ ସଂସ୍କରଣ ଶନିବାର ଆରମ୍ଭ ହୋଇଯାଇଛି। ସକାଳ ୮.୩୦ରୁ ଏହି କୁଇଜ ମହାକୁମ୍ଭ ପାଇଁ ରେଜିଷ୍ଟ୍ରେଶନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ସ୍ବସ୍ତି…

ବରଗଡ଼ ୯ବୁଣାକାରଙ୍କୁ ରାଜ୍ୟ ପୁରସ୍କାର: ଜାଣନ୍ତୁ କିଏ କିଏ ପାଇଲେ ଏହି ସମ୍ମାନ

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ବୟନଶିଳ୍ପ ଉପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜିଲାସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ…

ମୋଦିଙ୍କୁ ଫୋନ କରି ଏମିତି କହିଦେଲେ ନେତାନ୍ୟାହୁ, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ,୮।୮: ଆମେରିକା-ଇରାନ ଯୁଦ୍ଧକୁ ନେଇ ପଶ୍ଚିମ ଏସିଆରେ ଉତ୍ତେଜନା ଜାରି ରହିଛି। ମିଡିଲ ଇଷ୍ଟର ପରିସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୮ା୮ (ଯୁଧିଷ୍ଠିର ମହାପାତ୍ର):ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ ଶିଳ୍ପୀ…

ବର୍ଷାପାଗ ଯୋଗୁ ବନ୍ଦ ଘୋଷଣା ବାତିଲ: ସ୍ବାଭାବିକ ରହିବ ବିଦ୍ୟୁତ ସେବା

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଡିଭିଜନ-୨ ଗ୍ରୀଡରୁ ୧୧କେଭି ଟେଲିଫୋନ ଏକ୍ସଚେଞ୍ଜ ଫିଡର୍‌ ଶନିବାର ସକାଳୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଶୁକ୍ରବାର ଟିପିଡବ୍ଲୁଓଡିଏଲ ଘୋଷଣା…

ଭାଜପା-ଏସ୍‌ଏଡି ମେଣ୍ଟ ଚର୍ଚ୍ଚା

ନୂଆଦିଲ୍ଲୀ,୮ା୮: ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ମୁଖ୍ୟ ସୁଖବୀର ସିଂ ବାଦଲ ଶୁକ୍ରବାର ପାର୍ଲାମେଣ୍ଟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିବାରୁ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ…

ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ: ଗବେଷଣାରୁ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୮ା୮(ପି.ଟି.):ଭାରତରେ ହାରାହାରି ପ୍ରତି ୫ ଜଣରେ ଜଣେ ବ୍ୟକ୍ତିଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ ଏବଂ ପ୍ରାୟ ୧୦ ଜଣଙ୍କ ମଧ୍ୟରୁ ୭ ଜଣ ବୟସ୍କ…

ଦାୟିତ୍ୱରେ ଅବହେଳା ପଡ଼ିଲା ମହଙ୍ଗା:ଫାଣ୍ଡି ଅଧିକାରୀ ନିଲମ୍ବିତ

ଲୋଇସିଂହା,୮ା୮(ସୁଶାନ୍ତ ବାରିକ):ଦାୟିତ୍ୱରେ ଅବହେଳା କରିବା ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ସାଲେଭଟା ଫାଣ୍ଡି ଅଧିକାରୀ ଭରତ ସାହୁଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri