Posted inଖେଳ

ଫ୍ରେଞ୍ଚ ଓପନ ପୁରୁଷ ଡବଲ ଜିତିଲେ ସାତ୍ତ୍ୱିକ-ଚିରାଗ

ପ୍ୟାରିସ୍‌,୩୧।୧୦: ଭାରତର ତାରକା ବ୍ୟାଡ୍‌ମିଣ୍ଟନ ଯୋଡି ସାତ୍ତ୍ୱିକ ସାଇରାଜ-ଚିରାଗ ସେଟ୍ଟୀ ତାଇୱାନର ଲୁ ଚିଙ୍ଗ-ୟା / ୟାଙ୍ଗ ପୋ ହାନଙ୍କୁ ପରାସ୍ତ କରି ଫ୍ରେଞ୍ଚ ଓପନ ବ୍ୟାଡମିଣ୍ଟନ ପୁରୁଷ ଡବଲ ଜିତିଛନ୍ତି। ଏହା ହେଉଛି ଉଭୟଙ୍କର ଏକାଦଶ ଟାଇଟଲ। ଏକପାଖିଆ ମ୍ୟାଚ ପ୍ରାୟ ୪୮ ମିନିଟ ଧରି ଚାଲିଥିଲା, ଆରମ୍ଭରୁ ଭାରତୀୟ ଯୋଡି କୋର୍ଟ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଏହାଦ୍ୱାରା ବିରୋଧୀ ଖେଳାଳିଙ୍କ ଜିତିବା କଷ୍ଟକର ହୋଇପଡିଥିଲା।
୧୯୮୩ ପରଠାରୁ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଯୋଡି ଫ୍ରେଞ୍ଚ ଓପନରେ ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ଏହାପୂର୍ବରୁ ୧୯୮୩ରେ ପାର୍ଥୋ ଗାଙ୍ଗୁଲି ଏବଂ ବିକ୍ରମ ସିଂଙ୍କ ଯୋଡି ଏହି କୀର୍ତ୍ତିମାନ ହାସଲ କରିଥିଲେ। ଏହି ଚମତ୍କାର ବିଜୟ ପାଇଁ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଯୋଡିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ୍‌ ଇଣ୍ଡିଆର ସଦସ୍ୟଙ୍କୁ ଘୁଷୁରି, ଗୋମାଂସ ଖାଇବା ମନା

ନୂଆଦିଲ୍ଲୀ,୨୩।୧୧: ଆସନ୍ତା ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଛି ଭାରତୀୟ ଦଳ। କାନପୁର ଟେଷ୍ଟ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ...

ଜାଡେଜାଙ୍କୁ ପ୍ରଶଂସା କଲେ ଧୋନୀ

ମୁମ୍ବାଇ,୧୩।୫: ଆଇପିଏଲ ୨୦୨୨ର ପ୍ଲେ ଅଫ୍‌ରୁ ଚେନ୍ନାଇ ସୁପର କିଙ୍ଗ୍ସ ବାଦ୍‌ ପଡିଛି। ଦଳ ମୁମ୍ବାଇ ଇଣ୍ଡିଆନ୍ସଠାରୁ ୫ ଉଇକେଟରେ ପରାସ୍ତ ହୋଇଛି। ମୁମ୍ବାଇ ବିପକ୍ଷ...

ଦିନିକିଆରେ ୩୫ ଥର ମୁହାଁମୁହିଁ ହୋଇଛନ୍ତି ଭାରତ-ବାଲାଂଦେଶ, କିଛି ଏଭଳି ରହିଛି ସମୀକରଣ

ଢାକା,୪।୧୨: ଭାରତ-ବାଲାଂଦେଶ ଟିମ୍‌ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଏଯାବତ ଉଭୟ ଟିମ୍‌ ୩୫ ଦିନିକିଆ ମୁକାବିଲା...

ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ...

ଅଲିମ୍ପିକ୍‌ ବକ୍ସିଂ: ପ୍ରଶିକ୍ଷଣ ଦେବା ପାଇଁ ବିଦେଶୀ କୋଚ୍‌ ଭାରତ ଆସିବେ

ନୂଆଦିଲ୍ଲୀ,୨୯।୭(ପି.ଟି.)- ଅଲିମ୍ପିକ୍ସ ପାଇଁ ଭାରତୀୟ ବକ୍ସରମାନେ ପ୍ରଶିକ୍ଷଣ ନେବାକୁ ବିଦେଶ ଯିବା ଅତି ସାଧାରଣ କଥା। ଏବେ ଏହି ପ୍ରଥାରେ ପରିବର୍ତ୍ତନ ହେବ। ଆସନ୍ତାବର୍ଷ ଟୋକିଓରେ...

ଲୋ ସ୍କୋରିଂ ମ୍ୟାଚ୍‌ ସତ୍ତ୍ୱେ ଦ୍ୱିତୀୟ ଟି୨୦ ଜିତିଲା ଭାରତ

ମୀରପୁର, ୧୧ା୭: ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି...

ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୮।୮: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ...

ରୁଷୀୟ ହକି ଖେଳାଳି ପୋଲାଣ୍ଡରେ ଅଟକ

ଓ୍ବାରସ (ପୋଲାଣ୍ଡ), ୧।୭(ଏପି): ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ସନ୍ଦେହରେ ପୋଲାଣ୍ଡ କର୍ତ୍ତୃପକ୍ଷ ରୁଷିଆର ଜଣେ ହକି ଖେଳାଳିଙ୍କୁ ଅଟକ ରଖିଛନ୍ତି। ଏହି ଖେଳାଳି ଜଣକ...

Advertisement
Archives

Model This Week