Posted inଖେଳ

ସାତ୍ତ୍ୱିକସାଇରାଜ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୮।୮(ପି.ଟି.): ଶନିବାର ଜାତୀୟ କ୍ରୀଡ଼ା ଦିବସରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବା ଭାରତୀୟ ବ୍ୟାଡମିଣ୍ଟନ ତାରକା ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏବେ ସେ ପାଖାପାଖି ଗୋଟିଏ ସପ୍ତାହ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବେ। ତେବେ ୨୦ ବର୍ଷୀୟା ଏହି ପୁରୁଷ ଡବଲ୍ସ ଖେଳାଳିଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମଳିନାହିଁ।
ଦୁର୍ଭାଗ୍ୟଜନକ ଭାବେ ଏହା ସତ ଯେ, କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛି। ଆଣ୍ଟିଜେନ୍‌ ଟେଷ୍ଟ କରିବା ପାଇଁ ଯାଇଥିଲି। ଏବେ ୫ ଦିନ ହେବ କ୍ୱାରାଣ୍ଟାଇନ୍‌ରେ ଅଛି। ଆରଟି- ପିସିଆର ଟେଷ୍ଟ କରିଥିଲି ଓ ଏହା ପଜିଟିଭ୍‌ ବୋଲି ଜଣାପଡିଥିଲା ବୋଲି ସାତ୍ତ୍ୱିକ କହିଛନ୍ତି। କୋଭିଡ୍‌-୧୯ର କୌଣସି ଲକ୍ଷଣ ନ ଥିଲେ ମଧ୍ୟ ଔଷଧ ଖାଉଛି। ମାତାପିତା, ବନ୍ଧୁ କେହି ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇନାହାନ୍ତି। ତେବେ କିଭଳି ସଂକ୍ରମିତ ହେଲି ତାହା ଜାଣିନାହିଁ ବୋଲି ସେ କହିଛନ୍ତି। ଆଗାମୀ ୩ ଦିନରେ ଆଉଏକ ପରୀକ୍ଷାର ସମ୍ମୁଖୀନ ହେବି। ମୋତେ ଜ୍ୱର ନାହିଁି କି କଫ ନାହିଁ। ଦେହ ମଧ୍ୟ ବିନ୍ଧାବିନ୍ଧି ହେଉନାହିଁ। ପଜିଟିଭ୍‌ ହେବା ପରେ ଅଲଗା କୋଠରିରେ ରହୁଛି। ଅବଶ୍ୟ ମୋତେ ବହୁତ ଲୋକେ ସାହାଯ୍ୟ କରିଛନ୍ତି। ମୋ ମାତାପିତା କିନ୍ତୁ ନେଗେଟିଭ ବୋଲି ଜଣାପଡିଛି ଓ ଏହା ମୋ ପାଇଁ ଏକ ଖୁସି ଖବର।
ସାତ୍ତ୍ୱିକ ଓ ତାଙ୍କ ଡବଲ୍ସ ପାର୍ଟନର ଚିରାଗ ସେଟ୍ଟୀ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ହାସଲ କରିଥିଲେ। ଗତବର୍ଷ ମଧ୍ୟ ଏହି ଯୋଡି ଥାଇଲାଣ୍ଡ ଓପନ୍‌ ସୁପର ୫୦୦ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଥିଲେ। ଅର୍ଜୁନ ପୁରସ୍ପାର ପାଇଁ ତାଙ୍କ ନାମ ଏଥର ସୁପାରିସ୍‌ କରାଯାଇଛି। ଏହି ପୁରସ୍କାର ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିବ। ଅର୍ଜୁନ ପୁରସ୍କାର ଜିତିବା ମୋ ପାଇଁ ଗର୍ବର ବିଷୟ ଓ ଏହା ମୋ ପାଇଁ ପ୍ରଥମ ପୁରସ୍କାର ସାବ୍ୟସ୍ତ ହେବ ବୋଲି ସାତ୍ତ୍ୱିକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?