Posted inଜାତୀୟ

ରାଜନୀତିରେ ବଡ ବେଟିଂ: ଭାଜପା ଉପରେ ଲାଗିଲା ଅଧିକ ଟଙ୍କା

ନୂଆଦିଲ୍ଲୀ,୨।୧୨: ୫ରାଜ୍ୟର ବିଧାନସଭା ଫଳାଫଳକୁ ନେଇ ସାମ୍ନାକୁ ଆସିସାରିଛି ଏକଜିଟ୍‌ ପୋଲ୍‌। ତାଜା ସ୍ଥିତି ଦର୍ଶାଉଛି ଯେ, ଭାଜପା ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର ଗଢିବା ନେଇ ଅନୁମାନ କରାଯାଉଛି। କିନ୍ତୁ ମିଜୋରାମରେ ଝୁଲା ବିଧାନସଭା ରହିବ ବୋଲି ଅନୁମାନ କରାଯାଉଛି। ଏପଟେ ଦେଶର ବଡ ବେଟିଂ ବଜାର ଫାଲୋଡି ନିର୍ବାଚନ ଫଳାଫଳକୁ ନେଇ ସରଗରମ ଲାଗି ରହିଛି। ବଜାରରେ ଭାଜପା ଫେଭରେଟ ହୋଇଛି। ଏପରିକି ବେଟିଂ ବଜାର ଅନୁଯାୟୀ, ଭାଜପା ପାଖାପାଖି ୩ଟି ରାଜ୍ୟରେ ବହୁମତ ନେବ ବୋଲି ଅନୁମାନ କରାଯାଉଛି। ଏପରିକି ରାଜସ୍ଥାନରେ ମଧ୍ୟ ଭାଜପା ପୂର୍ଣ୍ଣ ବହୁମତ ମିଳିବ ବୋଲି ବେଟିଂ ବଜାରରେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁ ନ୍ୟୁଜ ସଂସ୍ଥା ଠାରୁ ଫାଲୋଡି ବେଟିଂ ବଜାରର ଗଣିତ ଏବଂ ବିଜୟ-ହାରର ସମୀକରଣ କିଛି ଅଲଗା ଟ୍ବିଷ୍ଟ ଦେଇଥାଏ ଅର୍ଥାତ୍‌ ଅନ୍ୟମାନଙ୍କ ଠାରୁ ଟିକେ ଆଗୁଆ ରହିଥାଏ। ଫଳାଫଳ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ।

ରାଜସ୍ଥାନର ସବୁଠୁ ବଡ ବେଟିଂ ବଜାର ଫାଲୋଡି ରାଜ୍ୟରେ ଭାଜପାର ବଡ ବିଜୟ ହେବ ବୋଲି କହିଛି। ଏକ ଜାତୀୟ ଗଣମାଧ୍ୟମକୁ ବେଟିଂ କରୁଥିବା ଲୋକମାନେ କହିଛନ୍ତି, ବେଟିଂ ବେଳେ ସମସ୍ତଙ୍କର ପସନ୍ଦ ଭାଜପା ରହିଛି। ରାଜସ୍ଥାନରେ ଭାଜପା ୧୧୫ରୁ ଅଧିକ ସିଟ୍‌ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ କଂଗ୍ରେସକୁ ୭୦ସିଟ୍‌ ମିଳିପାରେ ବୋଲି କୁହାଯାଉଛି। ସେହିପରି ମଧ୍ୟପ୍ରଦେଶରେ ୧୧୫-୧୧୭ ଓ କଂଗ୍ରେସ ୧୧୪-୧୧୬ ଆସନ ଜିତିପାରେ। ଛତିଶଗଡରେ ଭାଜପା ୫୦-୫୨ ଓ କଂଗ୍ରେସ ୩୭-୩୯ଆସନ ରହିପାରେ ବୋଲି କୁହାଯାଉଛି। ତେବେ ଏହି ୩ଟି ରାଜ୍ୟରେ କଡ୍ଡା ଟକ୍କର ହୋଇଥିଲେ ବି ଭାଜପା କ୍ଷମତାସୀନ ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ତେଲଙ୍ଗାନାରେ କଂଗ୍ରେସ ମେଣ୍ଟ ସରକାର ଗଢି ସରକାର ଗଢିବ ବୋଲି ଆଶା କରାଯାଉଛି। ସେହିପରି ମିଜୋରାମ ମଧ୍ୟ କଂଗ୍ରେସ ହାତେଇବାର ଆଶା ଅଛି ବୋଲି ବେଟିଂରେ ଜଣା ପଡିଛି।

ତେବେ ସବୁଠାରୁ ତାଜୁବ କରିଦେବା ଖବର ହେଉଛି ଭାଜପାକୁ ଯଦି ରାଜସ୍ଥାନରେ ପୂର୍ଣ୍ଣ ବହୁମତ ଠାରୁ ଅଧିକ ସିଟ୍‌ ମିଳେ ତେବେ ଓମ ବିର୍ଲା ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ଆଉ ଯଦି ବହୁମତ ପାଖାପାଖି ଅର୍ଥାତ ୧୦୫-୧୧୦ ସିଟ୍‌ ମିଳେ ତେବେ ବସୁନ୍ଧରା ରାଜଙ୍କୁ ସିଏମ କରାଯାଇପାରେ ବୋଲି ବେଟିଂ ବଜାରରେ ଚର୍ଚ୍ଚା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

କାହିଁକି ଅପରେଶନ ସିନ୍ଦୂର କଥା ମନେ ପକାଇ ଦେଲେ ଅଜିତ ଡୋଭାଲ? ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ,୧୪।୮: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଭାରତର ଉଦାରତା ଏବଂ ସହନଶୀଳତାକୁ ଦୁର୍ବଳତା ଭାବିବା ଏକ ଗୁରୁତର ଭୁଲ ହେବ। ସେ ଦୃଢ଼ୋକ୍ତି…

ଗୁଣପୁରରେ ଅଖଣ୍ଡ ଭାରତ ଦିବସ: ତ୍ରିରଙ୍ଗା ଯାତ୍ରାରେ ବାହାରି ମହାପୁରୁଷଙ୍କ ବଳିଦାନକୁ ନେଇ…

ଗୁଣପୁର,୧୪ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରେ ଶୁକ୍ରବାର ଅଖଣ୍ଡ ଭାରତ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ…

ସ୍ୱାଧୀନତା ଦିବସରେ ପାକିସ୍ତାନରେ ବଡ଼ ହଙ୍ଗାମା, ସରିଗଲା ସବୁ ପେଟ୍ରୋଲ…

ଇସଲାମାବାଦ୍‌,୧୪।୮: ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ (DAWN) ର ରିପୋର୍ଟ ଅନୁଯାୟୀ, ପାକିସ୍ତାନ ସରକାର ପେଟ୍ରୋଲ ଏବଂ ହାଇ-ସ୍ପିଡ୍ ଡିଜେଲ (HSD) ର ଦର ବୃଦ୍ଧି କରିଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri