Posted inଜାତୀୟ

ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତି ବୈଧ

ନୂଆଦିଲ୍ଲୀ,୨୨ା୩: ସ୍ୟାଟ୍‌ ଉଚ୍ଛେଦ ନେଇ କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୨ରେ ଜାରି କରିଥିବା ବିଜ୍ଞପ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ସାମ୍ବିଧାନିକ ଭାବେ ବୈଧ ଦର୍ଶାଇ ବଳବତ୍ତର ରଖିଛନ୍ତି। ସ୍ୟାଟ୍‌ ଉଚ୍ଛେଦ ଲାଗି ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୟାଟ୍‌ ବାର୍‌ ଆସୋସିଏଶନ୍‌ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ହିମା କୋହଲି ସାମିଲ ଥିବା ଖଣ୍ଡପୀଠ ବାର୍‌ ଆସୋସିଏଶନ୍‌ର ଆବେଦନକୁ ଖାରଜ କରିଦେଇଛନ୍ତି।
ସିଜେଆଇ ଚନ୍ଦ୍ରଚୂଡ଼ ପୂର୍ବାହ୍ନରେ ସ୍ୟାଟ୍‌ ଉଚ୍ଛେଦ ରାୟର ମୁଖ୍ୟାଂଶ ପଢ଼ି ଶୁଣାଇଛନ୍ତି। ଉକ୍ତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨୩ଏ କେନ୍ଦ୍ର ସରକାରଙ୍କୁ ରାଜ୍ୟ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ଉଚ୍ଛେଦ କରିବାରୁ ବାରଣ କରିନାହିଁ। କାରଣ ଏହା କେବଳ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହା ବଳରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ଏକ ଆଡ୍‌ମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ ପ୍ରତିଷ୍ଠା କରିଥାଆନ୍ତି। ଟ୍ରିବ୍ୟୁନାଲ ଗଠନ ପାଇଁ ଉଦ୍ଦିଷ୍ଟ କ୍ଷମତାରେ ଟ୍ରିବ୍ୟୁନାଲ ଉଚ୍ଛେଦ କ୍ଷମତା ମଧ୍ୟ ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ଓଏଟି ଗଠନ କରିବା ପରେ ଅଧିକାରହୀନ ହୋଇଯାଇନାହାନ୍ତି। ଅନୁଚ୍ଛେଦ ୩୨୩ ଏକ ସାମର୍ଥ୍ୟ ପ୍ରଦାନକାରୀ କ୍ଷମତା, ଯାହାକୁ ବାଧ୍ୟତାମୂଳକ ନିୟମ ବିବେଚନା କରାଯାଇପାରିବ ନାହିଁ। ୨୦୧୯ ଅଗଷ୍ଟ ୨ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସ୍ୟାଟ୍‌କୁ ଉଚ୍ଛେଦ କରାଯାଇଥିଲା। ଏହା ସମ୍ବିଧାନର ଅନୁଚ୍ଛେଦ ୧୪ର ଉଲ୍ଲଂଘନ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। ସ୍ୟାଟ୍‌ର ଉଚ୍ଛେଦ ନ୍ୟାୟ ପାଇବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁନାହିଁ। କାରଣ ଓଡ଼ିଶା ହାଇକୋର୍ଟ ସ୍ୟାଟ୍‌ରେ ଗଡ଼ୁଥିବା ମାମଲାଗୁଡ଼ିକର ଶୁଣାଣି କରିବେ ବୋଲି ଖଣ୍ଡପୀଠକହିଛନ୍ତି।
୨୦୨୨ ସେପ୍ଟେମ୍ବର ୨୧ରେ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର ଯୁକ୍ତି ବାଢ଼ିଥିଲେ ଯେ, ହାଇକୋର୍ଟର ୮ ବିଚାରପତିଙ୍କୁ ବଦଳି ଓ ନୂଆ ସର୍ଭିସ୍‌ ପ୍ରସଙ୍ଗରେ ଶୁଣାଣି ପାଇଁ ଦାୟିତ୍ୱ ଦିଆଯାଇଛି। ସ୍ୟାଟ୍‌ ଉଚ୍ଛେଦ ପରେ ହାଇକୋର୍ଟକୁ ୪୯,୮୧୭ ମାମଲା ସ୍ଥାନାନ୍ତର କରାଯାଇଛି। ସେଥିରୁ ୩୮,୦୦୦ ମାମଲାର ଫଇସଲା ହୋଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ୧୯୮୬ ଜୁଲାଇ ୪ରେ କେନ୍ଦ୍ର ସରକାର ସ୍ୟାଟ୍‌ ପ୍ରତିଷ୍ଠା କରିଥିଲେ। ଆଡ୍‌ମିନିଷ୍ଟ୍ରେଟିଭ୍‌ ଉଚ୍ଛେଦ ଆଇନ ବଳରେ ସ୍ୟାଟ୍‌କୁ ଉଚ୍ଛେଦ କରିବା ପାଇଁ ୨୦୧୫ରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ୧୯୯୭ରେ ଏଲ୍‌. ଚନ୍ଦ୍ର କୁମାରଙ୍କ ମାମଲାରେ ସୁପ୍ରିମକୋର୍ଟ ରାୟ ଦେବା ପରେ ଟ୍ରିବ୍ୟୁନାଲ ରାଜ୍ୟର କର୍ମଚାରୀମାନଙ୍କୁ ନ୍ୟାୟ ଦେବାରେ ନିଜ ମୂଳ ଲକ୍ଷ୍ୟ ହାସଲ କରିପାରି ନ ଥିବା ଦର୍ଶାଇ ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଥିଲେ। ୨୦୧୯ରେ ପ୍ରତ୍ୟେକ ଅପିଲକାରୀ ଓଡ଼ିଶା ହାଇକୋର୍ଟରେ ୨୦୧୯ ଅଗଷ୍ଟ ୨ର ରାୟ ସହ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଖାରଜ କରିବା ପାଇଁ ରିଟ୍‌ ପିଟିଶନ୍‌ ଦାଖଲ କରିଥିଲେ। ହାଇକୋର୍ଟ ସେସବୁକୁ ନେଇ ବିରୋଧୀ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ୨୦୨୧ ଜୁନ୍‌ ୭ରେ ପିଟିଶନ୍‌ଗୁଡ଼ିକୁ ଖାରଜ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?