ଅନ୍ତର୍ଜାତୀୟ ମହିଳା ଦିବସ: ସସ୍ମିତାଙ୍କ ଦେହରେ ଏବେ ବି ରହିଛି ପୋଲିସ ଗୁଳି

କେନ୍ଦ୍ରାପଡ଼ା,୮ା୩ (ଜଗନ୍ନାଥ ଧଳ): ୨୦୧୫ ବିଶ୍ୱ ମହିଳା ଦିବସକୁ ଇତିମଧ୍ୟରେ ୧୦ ବର୍ଷ ପୂରିଛି। ଏହିଦିନରେ ମଦ ବିରୋଧରେ ଆନ୍ଦୋଳନରତ ମହିଳାଙ୍କୁ ପୋଲିସ ଗୁଳିମାଡ଼ ଘଟଣା କେନ୍ଦ୍ରାପଡ଼ା ଜିଲାରେ ଏବେ ବି ତାଜା ରହିଛି। ଯନ୍ତ୍ରଣା ସତ୍ତ୍ୱେ ମହିଳାମାନେ ମଦ ବିରୋଧରେ ଆନ୍ଦୋଳନ ଜାରି ରଖିଛନ୍ତି। ରାଜକନିକା ଥାନା ନମତରା ଗ୍ରାମର ସସ୍ମିତା ଜେନାଙ୍କ ତଳିପେଟରେ ଲାଗିଥିବା ପୋଲିସ ଗୁଳି ଅଦ୍ୟାବଧି ବାହାରିନାହିଁ। ଏ ନେଇ ହୋଇଥିବା ଆର୍‌ଡିସି ତଦନ୍ତର ରିପୋର୍ଟ ମଧ୍ୟ ପ୍ରକାଶ ପାଇନାହିଁ। ସେହିପରି ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବା ନମତରା ଗ୍ରାମର ମହିଳାମାନେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ପୋଲିସର ୨ ଗୁଳି ଖାଇଥିବା ମହିଳା ବେଙ୍ଗ ଜେନା କହିଛନ୍ତି, ୧୦ ବର୍ଷ ଧରି ସ୍ବାଭାବିକ ଜୀବନଯାତ୍ରାରେ ବ୍ୟତିକ୍ରମ ହୋଇଛି। ଦଳିତ ପରିବାରରେ ସର୍ବଦା ଆର୍ଥିକ ଦୁର୍ଗତି ଥାଏ। ଏହାକୁ ଭରଣାକରି ହେଉ ନ ଥିବାବେଳେ ନମତରା ବଜାରରେ ଥିବା ମଦ ଦୋକାନରେ ଗ୍ରାମର ଅର୍ଦ୍ଧାଧିକ ପୁରୁଷଙ୍କ ସମୟ ବିତୁଥିଲା। ମଦ ପିଇବା ପରେ ପରିବାରର ମହିଳା ଓ ଶିଶୁଙ୍କ ଯାତନା ବଢ଼ୁଥିଲା। ଗ୍ରାମର ସମସ୍ତ ମହିଳା ଏହି ଦୋକାନ ବନ୍ଦ କରିବା ପାଇଁ ପ୍ରଶାସକ ଓ ରାଜନେତାଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଏଥିପାଇଁ ଗ୍ରାମର ମହିଳାମାନେ ମହିଳା ଦିବସରେ ମଦ ଦୋକାନ ନିକଟରେ ଏହାକୁ ବନ୍ଦ ପାଇଁ ଏକାଠି ହୋଇଥିଲେ। ମାତ୍ର ଜିଲା ପୋଲିସ ପକ୍ଷରୁ ଆଖିବୁଜା ଗୁଳିମାଡ଼ ବଜାର ସମେତ ଘର ମଧ୍ୟରେ ହୋଇଥିଲା। ଏଥିରେ ୩୭ ଜଣ ଗୁରୁତର ହୋଇଥିଲେ। ଗୁଳିମାଡ଼ ସତ୍ତ୍ୱେ ମଦ ବିରୋଧରେ ଆନ୍ଦୋଳନ ଥମି ନ ଥିବା ସେ ପ୍ରକାଶ କରିଛନ୍ତି। ତତ୍କାଳୀନ ସମୟର ନବମ ଶ୍ରେଣୀର ଛାତ୍ରୀ ରଶ୍ମିତା ଜେନା କହିଛନ୍ତି, ଟିଉଶନରୁ ଫେରୁଥିବା ସମୟରେ ପୋଲିସର ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କ ଶରୀରରେ ୨ଟି ଗୁଳି ବାଜିଥିଲା। ଚିକିତ୍ସା ପରେ ପାଠପଢ଼ା ବନ୍ଦ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଅଷ୍ଟମ ଶ୍ରେଣୀ ଛାତ୍ରୀ ରୀତା ଜେନା କହିଛନ୍ତି, ପୋଲିସର ଗୁଳିମାଡ଼ ଜୀବନର ଗତିପଥକୁ ବଦଳାଇ ଦେଇଛି। ପାଠପଢ଼ା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାରେ ଭଲ ହେଲା ନାହିଁ। ଅଧିକାଂଶ ସମୟରେ ଗୁଳିମାଡ଼ ହୋଇଥିବା ଆଣ୍ଠୁୁ ଯନ୍ତ୍ରଣା ଦେଉଛି। ଚାଲିବା ଏବେ ବି ଠିକ୍‌ ହୋଇନାହିଁ।
ଘଟଣା ସସ୍ମିତାଙ୍କ କ୍ଷେତ୍ରରେ ହୋଇଛି। ତାଙ୍କ ଦେହରୁ ଏ ପର୍ଯ୍ୟନ୍ତ ଗୁଳି ବାହାରି ପାରିନାହିଁ। ଓଡ଼ିଶା ନିଶା ନିବାରଣ ଅଭିଯାନର ସକ୍ରିୟ ସଦସ୍ୟ ଶ୍ରୀକାନ୍ତ ନାୟକ କହିଛନ୍ତି, ୨୦୧୫ ମାର୍ଚ୍ଚ ୮ ତାରିଖର ଏହି ଘଟଣା ରାଜ୍ୟ ସାରା ଚର୍ଚ୍ଚାରେ ରହିଥିଲା। ଏହି ଗୁଳିମାଡ଼ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ୧୨ ତାରିଖରେ ସେଣ୍ଟ୍ରାଲ ଆର୍‌ଡିସିଙ୍କୁ ଦାୟିତ୍ୱ ଦେଇଥିଲେ। ୨୦୧୬ ସେପ୍ଟେମ୍ବର ସୁଦ୍ଧା ତତ୍କାଳୀନ ଆର୍‌ଡିସି ଅଖିଳ ବିହାରୀ ଓତା ମୋଟ ୫୭ ଜଣଙ୍କ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ଅକ୍ଟୋବରରେ ଏହାର ରିପୋର୍ଟ ମିଳିବ ବୋଲି ସୂଚନା ଦେଇଥିଲେ। ଅଦ୍ୟାବଧି ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଜିଲା ପୋଲିସର ଏପରି ଅମାନୁଷିକ କାର୍ଯ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ। ସେହିପରି ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ନାମକୁ ମାତ୍ର କ୍ଷତିପୂରଣ ମିଳିଛି। ତୁରନ୍ତ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ପ୍ରକାଶ ପାଇଁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ରାଜ୍ୟ ମାନବିକ ଅଧିକାର କମିଶନରଙ୍କ ନିର୍ଦ୍ଦେଶରେ ଗୁଳି ବାଜିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଓ ସସ୍ମିତାଙ୍କୁ ଦେଢ଼ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ତତ୍କାଳୀନ ସମୟରେ ଯୋଗାଇ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?