ସଙ୍ଗୀତ ନିଶାରେ ସସ୍ମିତା

କଣ୍ଠଶିଳ୍ପୀ ସସ୍ମିତା ମହାପାତ୍ର । ଭଜନ, ଆଲବମ୍‌ରେ କଣ୍ଠଦାନ କରିବା ପରେ ଏବେ ବଡ଼ ପରଦା ପାଇଁ ଗାଇବାକୁ ଯାଉଛନ୍ତି। ଅର୍ଥାତ୍‌ ଏବେ ୨-୩ଟି ନୂଆ ଓଡ଼ିଆ ସିନେମା ଲାଗି ଗୀତ ଗାଇବାକୁ ଯାଉଛନ୍ତି ସେ । ଏ ନେଇ ସେ କହନ୍ତି, ‘ଜଣେ କଣ୍ଠଶିଳ୍ପୀ ହେବା ପାଇଁ ମୋ ଜେଜେ ପଣ୍ଡିତ ଭୀମସେନ ମହାପାତ୍ର ମୋତେ ପ୍ରୋତ୍ସାହିତ କରିଥିଲେ। ଗୁରୁ ଏମ୍‌ ମୁସୀର, ଶରତ ଦାସ, ସଞ୍ଜୟ ଦାସ, ସାରଦା ସାହୁଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ପରେ ଏହାକୁ କ୍ୟାରିୟର କରିବାକୁ ସ୍ଥିର କରିଥିଲି। ମୁଁ ଗାଇଥିବା ଗୀତଗୁଡ଼ିକୁ ଶ୍ରୋତା ଗ୍ରହଣ କରିଛନ୍ତି ତାହା ମୋ ପାଇଁ ବଡ଼ କଥା। ସେମାନଙ୍କ ପାଇଁ ଆଜି ମୁଁ ଜଣେ କଣ୍ଠଶିଳ୍ପୀ ଭାବରେ ନିଜକୁ ପରିଚିତ କରାଇପାରିଛି।’ କାଳୀପ୍ରସାଦ ପଣ୍ଡାଙ୍କ ଆଲ୍‌ବମ୍‌ରେ ପ୍ରଥମେ ସସ୍ମିତା ଗୀତ ଗାଇବାର ସୁଯୋଗ ପାଇଥିଲେ। ତା’ପରେ ମହମ୍ମଦ ମୁସୀର, ଶରତ ନାୟକ, ମହେନ୍ଦ୍ର ଓଝା, ଲଳିତ କୁମାର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହିତ କାମ କରିଛନ୍ତି ସେ। ଗାୟକ ବିଷ୍ଣୁମୋହନ କବି, ତାରିକ ଅଜିଜ୍‌, ସତ୍ୟଜିତ, ଶଶାଙ୍କ, ସୌୟମ ପାଢ଼ୀ ପ୍ରମୁଖଙ୍କ ସହିତ ସସ୍ମିତା ଅନେକ ଗୀତ ଗାଇ ସାରିଛନ୍ତି। ଆଲବମ ଗୀତ ରାତି ସାରା ନିଦ ନାହିଁ, ମୁଁ ଟ୍ବିନ ସିଟି କୁଇନ୍‌, ମମି କସମ, ଦିିୱାନା ତୁ, ଲାଗୁଛୁ ମଲାଇ ମିଠା, ତୁ କେଡ଼େ ସ୍ବାର୍ଥପର, ଅଭିନନ୍ଦନ, ଚୁଲ୍‌ବୁଲି ନାୟିକା ଆଦି ଆଲବମ୍‌ ଗୀତରେ ସେ ସାଉଁଟିଛନ୍ତି ଅନେକ ପ୍ରଶଂସା। ଅନେକ ଭଜନ ଆଲବମ୍‌ରେ ମଧ୍ୟ କଣ୍ଠଦାନ କରି ସାରିଛନ୍ତି ଏହି କଣ୍ଠଶିଳ୍ପୀ। ଦାରୁ ମୂରତି, କାଳିଆ ଧନରେ, ଆଜିର ଜୀବନ କାଲିକି ନାହିଁ, ଜଗନ୍ନାଥ ଆଦି ଗଭନ କ୍ୟାସେଟ୍‌ ପାଇଁ ସେ କଣ୍ଠଦାନ କରି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାର ୧ମ ସ୍ଥାନରେ ନୀତା ଅମ୍ବାନୀ

ଫର୍ଚ୍ୟୁନ୍‌ ଇଣ୍ଡିଆ ଦ୍ୱାରା ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ଫୋର୍‌ ସିଜନ୍ସ ହୋଟେଲଠାରେ ଏହାର ପ୍ରମୁଖ କାର୍ଯ୍ୟକ୍ରମ ‘ମୋଷ୍ଟ୍‌ ପାଓ୍ବାରଫୁଲ୍‌ ଓ୍ବିମେନ୍‌ (ଏମ୍‌ପିଡବ୍ଲ୍ୟୁ), ୨୦୨୬’ ଅନୁଷ୍ଠିତ ହୋଇଯାଇଛି ।…

ଭାଜପା ନେତାଙ୍କୁ ଟିକେଟ ନ ମିଳିବାରୁ ୧୨ ଘଣ୍ଟା ରାଜପଥ ବନ୍ଦ

ଭୋପାଳ,୧୧ା୭: ମଧ୍ୟପ୍ରଦେଶର ଡାଟିଆ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାଜପା ପକ୍ଷରୁ ଶୁକ୍ରବାର ଆଶୁତୋଷ ତିଓ୍ବାରୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ନିର୍ବାଚନ…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ଇନିଂସ ଅଗ୍ରଣୀ, ଦୃଢସ୍ଥିତିରେ ଭାରତ

ଲଣ୍ଡନ,୧୧ା୭: କ୍ରାନ୍ତି ଗୌଡ଼ (୫/୩୭)ଙ୍କ ଚମତ୍କାର ବୋଲିଂ ଯୋଗୁ ଲଡ୍ସରେ ଚାଲିଥିବା ଏକ ମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋରକୁ ୧୭୦ରନରେ ସୀମିତ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ୍‌ କରୁଥିବା ଗ୍ୟାଙ୍ଗର ୪ ଗିରଫ

କେନ୍ଦୁଝର,୧୧ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ପୋଲିସ ଶନିବାର ଏଟିଏମ୍‌ କାଉଣ୍ଟରରୁ ଟଙ୍କା ଲୁଟ କରୁଥିବା ୪ ଜଣିଆ ଗ୍ୟାଙ୍ଗଙ୍କୁ ଗିରଫ କରି କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri