ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ସାରଥି, ଭାଜପାର ଭରସା ନୂଆ ପ୍ରାର୍ଥୀ

ନିିଶ୍ଚିନ୍ତକୋଇଲି,୧୪।୪(ଅଶୋକ କୁମାର ମହାପାତ୍ର)କଟକ ଜିଲା ଅଧୀନ କଟକ ସଦର ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ମେ’୨୫ରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଭାଜପା ପ୍ରକାଶ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଯାବତ୍‌ କଂଗ୍ରେସ ପ୍ରାର୍ଥୀ ଚୟନ କରି ନ ଥିବା ଜଣାଯାଇଛି। ଶାସକ ବିଜେଡି ପ୍ରାର୍ଥୀ ଏହି ବିଧାନସଭା କ୍ଷେତ୍ରରୁ କ୍ରମାଗତ ଭାବେ ୩ ଥର ବିଜୟ ହୋଇଛନ୍ତି। ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ପରେ ପୁଅ ଚନ୍ଦ୍ରସାରଥି ବେହେରା ୨ଥର ବିଧାୟକ ହୋଇଛନ୍ତି। ଚଳିତଥର ମଧ୍ୟ ବିଜୟ ହେବା ପାଇଁ ରଣ କୌଶଳ ଆପଣେଇଛନ୍ତି। ଅପରପକ୍ଷରେ ଭାଜପା ନୂଆ ପ୍ରାର୍ଥୀଙ୍କ ଉପରେ ଭରଷା କରିଛି। ଦଳୀୟ ସଙ୍ଗଠନକୁ ମଜଭୂତ କରି ବିଜେଡିକୁ ଟକ୍କର ଦେବା ପାଇଁ ରଣକୌଶଳ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କଟକ ସଦର ବିଧାନସଭା କ୍ଷେତ୍ର ୩୭ଟି ପଞ୍ଚାୟତ ଓ କଟକ ମହାନଗର ନିଗମର ୬ଟି ୱାର୍ଡକୁ ନେଇ ଗଠିତ। ୨୦୦୯ ଠାରୁ ଏହା ସଂରକ୍ଷଣ ଆସନ ହୋଇଛି। ୨୦୦୯ ପୂର୍ବର କଟକ ସଦର ଓ ବର୍ତ୍ତମାନର କଟକ ସଦର ବିଧାନସଭା କ୍ଷେତ୍ର ଭୌଗୋଳିକ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ କିଶୋରନଗର ନିର୍ବାଚନମଣ୍ଡଳୀ ଉଚ୍ଛେଦ ହୋଇ କଟକ ସଦର ନିର୍ବାଚନ ମଣ୍ଡଳୀରେ ଯୋଗ କରାଯାଇଛି। ୨୦୦୯ରେ ଏଠାରୁ ବିଜେଡିର ସ୍ବର୍ଗତ କାଳିନ୍ଦୀ ବେହେରା ବିଧାୟକ ହୋଇଥିବାବେଳେ ୨୦୧୪ ଓ ୨୦୧୯ରେ ପୁଅ ଚନ୍ଦ୍ରସାରଥି ବେହେରା ପ୍ରତିନିଧିତ୍ୱ କରୁଛନ୍ତି। ପୁଣି ଥରେ ବିଜେଡି ଚନ୍ଦ୍ରସାରଥିଙ୍କୁ ଏହି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କରାଇଛି। ଏହି ବିଧାନ ସଭା କ୍ଷେତ୍ର କଟକ ସଂସଦୀୟ କ୍ଷେତ୍ରରେ ଯାଉଥିବା ବେଳେ ବିଜେଡିର ସନ୍ତୃପ୍ତ ମିଶ୍ର ଏମ୍‌ପି ପ୍ରାର୍ଥୀ ହୋଇଛନ୍ତି। ତେବେ ଉଭୟ ଚନ୍ଦ୍ରସାରଥି ଓ ସନ୍ତୃପ୍ତଙ୍କୁ ଟିକେଟ ମିଳିବା ପରେ ନିଜ ନିର୍ବାଚନ ମଇଦାନରେ ଭୋଟ ଭିକ୍ଷା କରିବା ସହ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ପୁନର୍ବାର ବିଜୟ ହୋଇ ହ୍ୟାଟ୍ରିକ୍‌ ମାରିବା ପାଇଁ ବେହେରା ରାଜନୈତିକ ଗୋଟି ଚଳାଇଛନ୍ତି। ସେହିପରି ଭାବେ ଏହି ବିଧାନସଭା କ୍ଷେତ୍ରରେ ଭାଜପା ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଦିଲୀପ ମଲିକ, ପ୍ରଦୀପ ବେହେରା ଓ ପ୍ରକାଶ ସେଠୀ ଟିକେଟ ଆଶାୟୀ ଥିବାବେଳେ ଶେଷ ମୁହୂର୍ତ୍ତରେ ଦିଲୀପ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟିକେଟ ପାଇଁ ପାୱାର କରିଡରରେ ଟଣାଓଟରା ଲାଗିଥିଲା। ଶେଷ ମୁହୂର୍ତ୍ତରେ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଭାଜପାର ବିଧାୟକ ପ୍ରାର୍ଥୀଭାବେ ଘୋଷଣା କରାଯାଇଥିଲା। ତେବେ ବିଜେଡିର ଭେଟେରାନ ଲିଡର ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରକାଶ ଓ ଭର୍ତ୍ତୃହରି ଏହି ବିଧାନ ସଭା କ୍ଷେତ୍ରରେ ସଭାସମିତି କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ହେଁ ଦଳୀୟ ଗୋଷ୍ଠୀକନ୍ଦଳ ଓ ସାଙ୍ଗଠନିକ ଦୁର୍ବଳତା ପାଇଁ ସେମାନଙ୍କୁ ଢେର ସାରା ପରିଶ୍ରମ କରିବାକୁ ପଡୁଛି। ତେବେ ଦଳ ପରିବର୍ତ୍ତନ କରିଥିବା ଏମ୍‌ପିଙ୍କୁ ଭାଜପା କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେହିପରି ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତା ପ୍ରକାଶଙ୍କୁ ଗ୍ରହଣ କରିପାରୁ ନ ଥିବା ଆଲୋଚନା ହେଉଛି।
ଅପରପକ୍ଷରେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ତେବେ ୪୨ ମୌଜା ଅଞ୍ଚଳର ଦଳିତ ନେତା ରାମଚନ୍ଦ୍ର ଗୋଛାୟତଙ୍କ ନାମ ଚର୍ଚ୍ଚା ହେଉଛି। ତେବେ ଏହି ବିଧାନସଭା କ୍ଷେତ୍ରରେ କ୍ରମାଗତ ଭାବେ ବିଜେଡି ୨୦ ହଜାର ଭୋଟରେ ବିଜୟୀ ହୋଇ ଆସୁଥିବାବେଳେ ଏଥର ଯଦି ବିରୋଧୀ ପ୍ରାର୍ଥୀ ଠିକ୍‌ ନୀତି ନ ଆପଣାଅନ୍ତି, ତେବେ ଚନ୍ଦ୍ରସାରଥି ବେହେରା ହାଟ୍ରିକ ମାରିବା ସୁଯୋଗ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏସମ୍ପର୍କରେ ବିଧାୟକ ଚନ୍ଦ୍ରସାରଥି ବେହେରା କୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାରେ ବିକାଶର ଧାରା ତ୍ୱରାନ୍ବିତ ହୋଇଛି। ମୁଖ୍ୟତଃ କଟକ ସଦର ନିର୍ବାଚନୀ ମଣ୍ଡଳୀରେ ବହୁ ଜନକଲ୍ୟାଣ କାର୍ଯ୍ୟ କରାଯାଇଛି। କଟକ ସଦରକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ଭୋଟର ତାଙ୍କୁ ନିଶ୍ଚିତ ସହଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri