ହ୍ୟାଟ୍ରିକ୍‌ ଲକ୍ଷ୍ୟରେ ସାରଥି, ଭାଜପାର ଭରସା ନୂଆ ପ୍ରାର୍ଥୀ

ନିିଶ୍ଚିନ୍ତକୋଇଲି,୧୪।୪(ଅଶୋକ କୁମାର ମହାପାତ୍ର)କଟକ ଜିଲା ଅଧୀନ କଟକ ସଦର ବିଧାନସଭା କ୍ଷେତ୍ର ପାଇଁ ଆସନ୍ତା ମେ’୨୫ରେ ନିର୍ବାଚନ ଅନୁଷ୍ଠିତ ହେବ। ବିଜେଡି ବିଧାୟକ ଚନ୍ଦ୍ରସାରଥି ବେହେରାଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ଭାଜପା ପ୍ରକାଶ ସେଠୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏଯାବତ୍‌ କଂଗ୍ରେସ ପ୍ରାର୍ଥୀ ଚୟନ କରି ନ ଥିବା ଜଣାଯାଇଛି। ଶାସକ ବିଜେଡି ପ୍ରାର୍ଥୀ ଏହି ବିଧାନସଭା କ୍ଷେତ୍ରରୁ କ୍ରମାଗତ ଭାବେ ୩ ଥର ବିଜୟ ହୋଇଛନ୍ତି। ଅଧ୍ୟାପକ କାଳିନ୍ଦୀ ବେହେରାଙ୍କ ପରେ ପୁଅ ଚନ୍ଦ୍ରସାରଥି ବେହେରା ୨ଥର ବିଧାୟକ ହୋଇଛନ୍ତି। ଚଳିତଥର ମଧ୍ୟ ବିଜୟ ହେବା ପାଇଁ ରଣ କୌଶଳ ଆପଣେଇଛନ୍ତି। ଅପରପକ୍ଷରେ ଭାଜପା ନୂଆ ପ୍ରାର୍ଥୀଙ୍କ ଉପରେ ଭରଷା କରିଛି। ଦଳୀୟ ସଙ୍ଗଠନକୁ ମଜଭୂତ କରି ବିଜେଡିକୁ ଟକ୍କର ଦେବା ପାଇଁ ରଣକୌଶଳ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, କଟକ ସଦର ବିଧାନସଭା କ୍ଷେତ୍ର ୩୭ଟି ପଞ୍ଚାୟତ ଓ କଟକ ମହାନଗର ନିଗମର ୬ଟି ୱାର୍ଡକୁ ନେଇ ଗଠିତ। ୨୦୦୯ ଠାରୁ ଏହା ସଂରକ୍ଷଣ ଆସନ ହୋଇଛି। ୨୦୦୯ ପୂର୍ବର କଟକ ସଦର ଓ ବର୍ତ୍ତମାନର କଟକ ସଦର ବିଧାନସଭା କ୍ଷେତ୍ର ଭୌଗୋଳିକ ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସୀମା ପୁନଃ ନିର୍ଦ୍ଧାରଣ ହେବା ପରେ କିଶୋରନଗର ନିର୍ବାଚନମଣ୍ଡଳୀ ଉଚ୍ଛେଦ ହୋଇ କଟକ ସଦର ନିର୍ବାଚନ ମଣ୍ଡଳୀରେ ଯୋଗ କରାଯାଇଛି। ୨୦୦୯ରେ ଏଠାରୁ ବିଜେଡିର ସ୍ବର୍ଗତ କାଳିନ୍ଦୀ ବେହେରା ବିଧାୟକ ହୋଇଥିବାବେଳେ ୨୦୧୪ ଓ ୨୦୧୯ରେ ପୁଅ ଚନ୍ଦ୍ରସାରଥି ବେହେରା ପ୍ରତିନିଧିତ୍ୱ କରୁଛନ୍ତି। ପୁଣି ଥରେ ବିଜେଡି ଚନ୍ଦ୍ରସାରଥିଙ୍କୁ ଏହି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ କରାଇଛି। ଏହି ବିଧାନ ସଭା କ୍ଷେତ୍ର କଟକ ସଂସଦୀୟ କ୍ଷେତ୍ରରେ ଯାଉଥିବା ବେଳେ ବିଜେଡିର ସନ୍ତୃପ୍ତ ମିଶ୍ର ଏମ୍‌ପି ପ୍ରାର୍ଥୀ ହୋଇଛନ୍ତି। ତେବେ ଉଭୟ ଚନ୍ଦ୍ରସାରଥି ଓ ସନ୍ତୃପ୍ତଙ୍କୁ ଟିକେଟ ମିଳିବା ପରେ ନିଜ ନିର୍ବାଚନ ମଇଦାନରେ ଭୋଟ ଭିକ୍ଷା କରିବା ସହ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ପୁନର୍ବାର ବିଜୟ ହୋଇ ହ୍ୟାଟ୍ରିକ୍‌ ମାରିବା ପାଇଁ ବେହେରା ରାଜନୈତିକ ଗୋଟି ଚଳାଇଛନ୍ତି। ସେହିପରି ଭାବେ ଏହି ବିଧାନସଭା କ୍ଷେତ୍ରରେ ଭାଜପା ପକ୍ଷରୁ ପୂର୍ବରୁ ପ୍ରାର୍ଥୀ ହୋଇଥିବା ଦିଲୀପ ମଲିକ, ପ୍ରଦୀପ ବେହେରା ଓ ପ୍ରକାଶ ସେଠୀ ଟିକେଟ ଆଶାୟୀ ଥିବାବେଳେ ଶେଷ ମୁହୂର୍ତ୍ତରେ ଦିଲୀପ ନିର୍ବାଚନ ଲଢିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ପ୍ରକାଶ ଓ ପ୍ରଦୀପଙ୍କ ମଧ୍ୟରେ ଟିକେଟ ପାଇଁ ପାୱାର କରିଡରରେ ଟଣାଓଟରା ଲାଗିଥିଲା। ଶେଷ ମୁହୂର୍ତ୍ତରେ ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ଭାଜପାର ବିଧାୟକ ପ୍ରାର୍ଥୀଭାବେ ଘୋଷଣା କରାଯାଇଥିଲା। ତେବେ ବିଜେଡିର ଭେଟେରାନ ଲିଡର ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ି ଭାଜପାରେ ଯୋଗଦେଇ କଟକ ସଂସଦୀୟ କ୍ଷେତ୍ରରୁ ପ୍ରାର୍ଥୀ ହୋଇଛନ୍ତି। ପ୍ରକାଶ ଓ ଭର୍ତ୍ତୃହରି ଏହି ବିଧାନ ସଭା କ୍ଷେତ୍ରରେ ସଭାସମିତି କରି ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ହେଁ ଦଳୀୟ ଗୋଷ୍ଠୀକନ୍ଦଳ ଓ ସାଙ୍ଗଠନିକ ଦୁର୍ବଳତା ପାଇଁ ସେମାନଙ୍କୁ ଢେର ସାରା ପରିଶ୍ରମ କରିବାକୁ ପଡୁଛି। ତେବେ ଦଳ ପରିବର୍ତ୍ତନ କରିଥିବା ଏମ୍‌ପିଙ୍କୁ ଭାଜପା କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେହିପରି ଭାଜପାର ବହୁ ବରିଷ୍ଠ କର୍ମକର୍ତ୍ତା ପ୍ରକାଶଙ୍କୁ ଗ୍ରହଣ କରିପାରୁ ନ ଥିବା ଆଲୋଚନା ହେଉଛି।
ଅପରପକ୍ଷରେ କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇନାହିଁ। ତେବେ ୪୨ ମୌଜା ଅଞ୍ଚଳର ଦଳିତ ନେତା ରାମଚନ୍ଦ୍ର ଗୋଛାୟତଙ୍କ ନାମ ଚର୍ଚ୍ଚା ହେଉଛି। ତେବେ ଏହି ବିଧାନସଭା କ୍ଷେତ୍ରରେ କ୍ରମାଗତ ଭାବେ ବିଜେଡି ୨୦ ହଜାର ଭୋଟରେ ବିଜୟୀ ହୋଇ ଆସୁଥିବାବେଳେ ଏଥର ଯଦି ବିରୋଧୀ ପ୍ରାର୍ଥୀ ଠିକ୍‌ ନୀତି ନ ଆପଣାଅନ୍ତି, ତେବେ ଚନ୍ଦ୍ରସାରଥି ବେହେରା ହାଟ୍ରିକ ମାରିବା ସୁଯୋଗ ସୃଷ୍ଟି ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଏସମ୍ପର୍କରେ ବିଧାୟକ ଚନ୍ଦ୍ରସାରଥି ବେହେରା କୁହନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ଓଡ଼ିଶାରେ ବିକାଶର ଧାରା ତ୍ୱରାନ୍ବିତ ହୋଇଛି। ମୁଖ୍ୟତଃ କଟକ ସଦର ନିର୍ବାଚନୀ ମଣ୍ଡଳୀରେ ବହୁ ଜନକଲ୍ୟାଣ କାର୍ଯ୍ୟ କରାଯାଇଛି। କଟକ ସଦରକୁ ଏକ ବିକଶିତ ଅଞ୍ଚଳ ଭାବେ ଗଢିତୋଳିବା ପାଇଁ ଭୋଟର ତାଙ୍କୁ ନିଶ୍ଚିତ ସହଯୋଗ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?