ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ

ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍‌ ଉପାଧ୍ୟକ୍ଷ, ସରପଞ୍ଚ ଓ ସମିତିସଭ୍ୟମାଦେ ଏକତ୍ରିତ ହୋଇ ଅଧ୍ୟକ୍ଷା କଳ୍ପନା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦୋହରାଇଛନ୍ତି। ଏଥିରେ ବ୍ଲକ୍‌ ଉପାଧ୍ୟକ୍ଷ ତ୍ରିନାଥ କଟା, ପଟ୍ଟାଙ୍ଗି ସମିତି ସଭ୍ୟା ଶିବାନୀ ନାୟକ, କୋଟିଆ ସମିତି ସଭ୍ୟା ଅମ୍ବିକା ପାଙ୍ଗୀ, ଦେଓପଟ୍ଟାଙ୍ଗି ସମିତିସଭ୍ୟ ବାସୁଦେବ ପାଙ୍ଗୀ, ପୁକାଲି ସମିତି ସଭ୍ୟା ସସ୍ମିତା ତାଡିଙ୍ଗି, ପେଟୁରୁ ସମିତି ସଭ୍ୟା ରଞ୍ଜୁ ଗାଣ୍ଡେରି, ସମ୍ବାଇ ସମିତିସଭ୍ୟା ଉଲାସ ଖରା, ମାଳିପୁଟ ସମିତି ସଭ୍ୟା ସିତାମା ପୂଜାରୀ, ଗୋଲୁର ସରପଞ୍ଚ ନିଲାମା ବଲଦା ବଇ ଏବଂ ଗାଙ୍ଗରାଜପୁର ସରପଞ୍ଚ ତୁଲା ଦଳେଇ ପ୍ରମୁଖ ଏକତ୍ରିତ ହୋଇଥିଲେ। ଗଣମାଧ୍ୟମକୁ ବ୍ଲକ୍‌ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବରୁ ଆମେ କେହି ପଛଘୁଞ୍ଚା ଦେଇ ନାହୁଁ କି ଦେବୁ ନାହୁଁ ବୋଲି କହିଥିଲେ। ଅଧ୍ୟକ୍ଷା ପାଙ୍ଗୀ କହିଥିବା ଆମ ଭିତରେ ରହିଥିବା ମନାନ୍ତର ସମାଧାନ ହୋଇଛି ଓ ଗତ ଦିନରେ ଉପଜିଲାପାଳଙ୍କୁ ସାକ୍ଷାତ କରି ଦିଆଯାଇଥିବା ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର କରାଯାଇଥିବା ସୂଚନା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଥିଲେ। ଉପଜିଲାପାଳଙ୍କ ନିକଟକୁ ପ୍ରତ୍ୟାହାର ପାଇଁ ଯାଇ ନ ଥିବା ସେମାନେ ସୂଚନା ଦେଇଛନ୍ତି।

ବ୍ଲକ୍‌ ଅଧ୍ୟକ୍ଷାଙ୍କ ମନ ମୁତାବକ କାର୍ଯ୍ୟ ପାଇଁ ବୈଠକରୁ ଉଠି ସେମାନେ ବାହାରକୁ ଚାଲି ଆସିଥିବା କହିଥିଲେ। ସମିତିସଭ୍ୟା ଓ ସରପଞ୍ଚଙ୍କ ମତାମତକୁ ବ୍ଲକ୍‌ ଅଧ୍ୟକ୍ଷା ଖଣ୍ଡନ କରିଛନ୍ତି। ମୁଁ କୌଣସି ସମିତିସଭ୍ୟା ସଭ୍ୟ ଓ ସରପଞ୍ଚଙ୍କୁ ଅସମ୍ମାନ କରିନାହିଁ। ମୋ ନଁାରେ ଉଠିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ। ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଆମ ଭିତରେଥିବା କିଛି ମନାନ୍ତରକୁ ସମାଧାନ କରାଯାଇଛି। ମୋ ବିରୋଧରେ ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଲିଖିତ ଦାବିପତ୍ର ପ୍ରତ୍ୟାହାର କରାଯାଇଥିବା ସେ କହିଛନ୍ତି। ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଉଠିଥିବା ଅନାସ୍ଥା ପ୍ରସ୍ତାବକୁ କୌଣସି ତଦନ୍ତ ଆରମ୍ଭ ହୋଇ ନ ଥିବାରୁ ସମିତିସଭ୍ୟା ଓ ସରପଞ୍ଚଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ମେ ୨୩ରେ ଉପଜିଲାପାଳଙ୍କୁ ୯ ସମିତିସଭ୍ୟା ଏବଂ ୪ ସରପଞ୍ଚ ସାକ୍ଷାତ କରି ବ୍ଲକ୍‌ ଅଧ୍ୟକ୍ଷା ପାଙ୍ଗୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?