ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ ଧାନ ଚାଷଠାରୁ ମଧ୍ୟ ପ୍ରାଚୀନ। ସମୟର ପରିବର୍ତ୍ତନ ସଙ୍ଗେ ସଙ୍ଗେ ପରିବର୍ତ୍ତନ ହେଲା ଲୋକଙ୍କ ଚାଷ ଓ ଖାଦ୍ୟର ଅଭ୍ୟାସ। ପୂର୍ବକାଳରେ ପୁଷ୍ଟିଶସ୍ୟ ଜୀବନର ମୁଖ୍ୟ ଆଧାର ଥିବାବେଳେ ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ବେଶ ଉନ୍ନତ ଧରଣର ଥିଲା। ହେଲେ ଉଗ୍ର ଆଧୁନିକତା କରାଳ ଛାୟାରେ ବିଲୁପ୍ତ ପ୍ରାୟ ହୋଇ ବସିଲା ମାନବ ସମାଜର ବହୁମୂଲ୍ୟ ପୁଷ୍ଟିଶସ୍ୟ ଖାଦ୍ୟ। ଆରମ୍ଭ ହେଲା ଜଙ୍କ ଫୁଡ, ଫାଷ୍ଟ ଫୁଡ। କିଛି ପାହାଡ଼ ପର୍ବତ ଘେରା ମାଳ ଅଞ୍ଚଳକୁ ବାଦ ଦେଲେ ଏହାର ଗୁରୁତ୍ୱ କ୍ଷୟ ହେବାରେ ଲାଗିଲା। ହେଲେ ଆଜି ଏଥିରେ ଅନେକ ପରିବର୍ତ୍ତନ ଆସିଛି। ସାରା ବିଶ୍ବ ମିଲେଟ୍ସ ଜାତୀୟ ଫସଲ, ଖାଦ୍ୟର ଗୁରୁତ୍ୱ ଓ ଖାଦ୍ୟ ସୁରକ୍ଷା ଦିଗରେ ଏହାର ଅବଦାନ ବିଷୟରେ ହୃଦୟଙ୍ଗମ କରିପାରିଛି। ସାରା ବିଶ୍ବରେ ମିଲେଟ୍ସ ଜାତୀୟ ଖାଦ୍ୟର ଉତ୍ପାଦନ, ପ୍ରକ୍ରିୟାକରଣ ଓ ବ୍ୟବହାରକୁ ଲୋକପ୍ରିୟ କରିବା ପାଇଁ ମିଳିତ ଜାତିସଂଘ ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ସ ବର୍ଷ ଭାବେ ପାଳନ କରୁଛି। ପୁଷ୍ଟିଶସ୍ୟର ବିଭିନ୍ନ ପ୍ରଜାତିର ଫସଲ ମଧ୍ୟରୁ ଓଡିଶାରେ ସୁଆଁ ଚାଷ ଅପେକ୍ଷାକୃତ ଅଳ୍ପ ଭାବେ ପ୍ରଚଳିତ। ହେଲେ ଏହି ସୁଆଁ ଚାଷକୁ ପ୍ରମୁଖ ଜୀବିକା ଭାବେ ଗ୍ରହଣ କରି ଆୟର ପନ୍ଥା ଭାବେ ଗ୍ରହଣ କରିଛନ୍ତି ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ତଲସରା ଗାଁର ସଫଳ ପୁଷ୍ଟିଶସ୍ୟ ମହିଳା ଚାଷୀ ସରିତା ସାହୁ। ୧୫ ଏକରର ଏକ ବୃହତ ଜମିରେ ଏକକାଳୀନ ପୁଷ୍ଟିଶସ୍ୟ ସୁଆଁ ଚାଷ କରିଛନ୍ତି। ସୁଆଁରୁ ମୁଖ୍ୟତଃ ବିସ୍କୁଟ, କେକ, ଉପମା,ଖିରୀ ଇତ୍ୟାଦି ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ କିଲୋ ପ୍ରତି ଏହାର ବିକ୍ରି ମୂଲ୍ୟ ହେଉଛି ୫୧ ଟଙ୍କା। ଖୋଲା ବଜାରରେ ୬୦ ରୁ ୮୦ ଟଙ୍କା ପର୍ଯ୍ୟନ୍ତ ଏହାକୁ ବିକ୍ରି କରାଯାଏ। ସୁଆଁର ପାଉଡର ପ୍ରସ୍ତୁତ କରି ଏଥିରୁ ଇଡଲି, ବରା, ଜିଲେବି ଇତ୍ୟାଦି ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଚାଲୁଥିବା ମିଲେଟ ମିଶନ କାର୍ଯ୍ୟକ୍ରମରେ ସ୍ବ୍‌ଚ୍ଛୋସେବୀ ଅନୁଷ୍ଠାନ ସେବକ ତରଫରୁ ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକର ଚାଷୀଙ୍କୁ ମାଣ୍ଡିଆ, କଦୋ, ଗଙ୍ଗେଇ ସାଙ୍ଗକୁ ବହୁଳ ପରିମାଣରେ ସୁଆଁ ଚାଷ କରିବା ନିମନ୍ତେ ନିରନ୍ତର ପ୍ରୟାସ କରାଯାଉଛି ଯାହାର ଏକ ସଫଳ ଦୃଷ୍ଟାନ୍ତ ହେଉଛନ୍ତି ସରିତା ସାହୁ। ସ୍ବାମୀ ତରୁଣ କୁମାର ସାହୁ, ୨ ପୁଅ ଆୟୂଷ ଓ ପିୟୂଷକୁ ନେଇ ଏକ ଯୌଥ ପରିବାରରେ ବସବାସ କରୁଥିବା ସରିତାଙ୍କ ନିଜସ୍ବ ଜମି କହିଲେ କିଛି ନାହିଁ। ପିଲାଟି ଦିନରୁ କିନ୍ତୁ ଚାଷ ପ୍ରତି ସରିତାଙ୍କ ଦୁର୍ବଳତା ରହିଥିଲା। ଗତବର୍ଷ ବାଲିଶଙ୍କରା ବ୍ଲକରେ ସ୍ବଚ୍ଛୋସେବୀ ଅନୁଷ୍ଠାନ ସେବକ ଓ ଓଡିଶା ମିଲେଟ ମିଶନର ମିଳିତ ଉଦ୍ୟମରେ ଆୟୋଜିତ ପୁଷ୍ଟିଶସ୍ୟ ମହୋତ୍ସବ, ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପାଇଥିଲେ ସରିତା। ସେଥିରୁ ପୁଷ୍ଟିଶସ୍ୟ ଚାଷ ନିମନ୍ତେ ଆଗ୍ରହୀ ହେଲେ ବି ଏଥିରେ ଦାଉ ସାଜିଥିଲା ଜମି। ହେଲେ ନିଜର ଦୃଢ ଇଚ୍ଛାଶକ୍ତି, ନୂଆଁ କିଛି କରିବାର ଅଦମ୍ୟ ଆଗ୍ରହ ଦ୍ୱାରା ଗ୍ରାମର ଅନେକ ଜଣଙ୍କୁ ସଚେତନ କରିବାକୁ ଚେଷ୍ଟା କରନ୍ତି ସରିତା। ଶେଷରେ ୭ ଜଣଙ୍କୁ ସଚେତନ କରି ଭାଗଚାଷୀ ଭାବେ ପଡିଆ ପଡିଥିବା ୧୫ ଏକର ଜମିରେ ଆରମ୍ଭ କରିଛନ୍ତି ପୁଷ୍ଟିଶସ୍ୟ ସୁଆଁ ଚାଷ। ନିଜର କଠିନ ପରିଶ୍ରମ, ପରିବାର ବର୍ଗଙ୍କ ସହଯୋଗ ପାଇଁ ଆଜି ତାଙ୍କ ୧୫ ଏକର ଜମିରେ ଫଳିଛି ସୁନାର ଫସଲ। ଆଉ ମାତ୍ର ଗୋଟିଏ ସପ୍ତାହ ଭିତରେ ଅମଳ କରିବାକୁ ଯୋଜନା କରୁଥିବା ବେଳେ ଏଥିରୁ ଅତି କମରେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିବେ ବୋଲି ସରିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ…

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ମୁଜାଗଡ଼ରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ: ଚମକିଲେ ଯୁବ କ୍ରୀଡ଼ାବିତ୍‌, କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର

ମୁଜାଗଡ଼, ୧୯/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଶନିବାର ମୁଜାଗଡ଼ସ୍ଥିତ ପି.ଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ପାର୍ବଣ ଆସୁଛି, ଚୋରା ମଦ ବିକ୍ରି ବଢ଼ୁଛି: ଡବେରୀ ଗ୍ରାମବାସୀଙ୍କ ଚିନ୍ତା, ଆଇଆଇସିଙ୍କୁ ଭେଟି ଦେଲେ ଦାବିପତ୍ର

ଦାରିଙ୍ଗବାଡ଼ି, ୧୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ…

କ୍ରସର ବେଲ୍ଟ ଭିତରେ ଲୁଚା ହୋଇଥିଲା ଗଞ୍ଜେଇ: ପଶ୍ଚିମବଙ୍ଗ ଚାଲାଣ ବେଳେ ଧରାପଡ଼ିଲେ, ୫୬ କେଜି ଗଞ୍ଜେଇ ସହ ୪ ଗିରଫ

ବ୍ରହ୍ମପୁର, ୧୯।୯ (ସୁବାସ ଚନ୍ଦ୍ର ପାଢ଼ୀ): ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ବ୍ରହ୍ମପୁର ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅବକାରୀ…

ଶେଶାନନ୍ଦଙ୍କ ଜନ୍ମୋତ୍ସବକୁ ନିଆରା ଢଙ୍ଗରେ ପାଳିଲା ଲୋହରାଖଣ୍ଡି ସାହିତ୍ୟ ସଂସଦ

ଭଞ୍ଜନଗର, ୧୯।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀ ଜଗନ୍ନାଥ ରିସର୍ଟଠାରେ ଶନିବାର ସନ୍ଧ୍ୟାରେ ଜଗନ୍ନାଥପ୍ରସାଦ ବ୍ଲକର ବରିଷ୍ଠ କର୍ମଚାରୀ ଶେଶାନନ୍ଦ ଆରୁଖଙ୍କ ଜନ୍ମଦିନ ଏକ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?