Posted inଖେଳ

ଚମକାଇଲା ବାବରଙ୍କ ନିଷ୍ପତ୍ତି: ରିଜଓ୍ବାନ ଏକାଦଶରୁ ବାହାର, ସରଫରାଜଙ୍କୁ ସୁଯୋଗ…

ଇସଲାମାବାଦ,୨୬।୧୨: ସୋମବାର ଅର୍ଥାତ ଡିସେମ୍ବର ୨୬ରେ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୋଇଛି। କରାଚି ଟେଷ୍ଟରେ ଚମକାଇବା ଭଳି ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ବାବର ଆଜମ୍‌। ସେ ଏକାଦଶରୁ ମହମ୍ମଦ ରିଜଓ୍ବାନଙ୍କୁ ବାହାର କରିଦେଇଥିବା ଦେଖାଯାଇଛି। ତେବେ ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି।

ରିଜଓ୍ବାନଙ୍କ ସ୍ଥାନରେ ପାକିସ୍ତାନ ଦଳରେ ସରଫରାଜ ଅହମ୍ମଦଙ୍କୁ ସୁଯୋଗ ମିଳିଛି। ସେ ୩ ବର୍ଷ ପରେ ଟେଷ୍ଟ ଟିମକୁ ଫେରିଛନ୍ତି। ସରଫରାଜ ହିଁ ମ୍ୟାଚ୍‌ର ଦଳର ଉଇକେଟକିପର ହେବା ସହ ମିଡିଲ୍‌ ଅର୍ଡରରେ ଖେଳିବାକୁ ଓହ୍ଲାଇବେ। ଏହି ମ୍ୟାଚ୍‌ ତାଙ୍କର ୫୦ତମ ଟେଷ୍ଟ ମ୍ୟାଚ୍‌ ହେବ। ଏଯାବତ ସେ ୪୯ ଟେଷ୍ଟ ମ୍ୟାଚ୍‌ରେ ୨୬୫୭ ରନ୍‌ କରିଛନ୍ତି।

କହିରଖୁଛୁ ଯେ, ପ୍ରଥମେ ଅଷ୍ଟ୍ରେଲିଆ ଏବଂ ପରେ ଇଂଲଣ୍ଡଠାରୁ ଘରୋଇ ମଇଦାନରେ ପରାଜିତ ହେବା ପରେ ଦଳ ସମାଲୋଚିତ ହୋଇଥିଲା। ପାକିସ୍ତାନୀ ପ୍ରଶଂସକଙ୍କ ସମେତ କ୍ରିକେଟ ବିଷାରଦମାନେ ଦଳରେ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଥିଲେ। ରିଜଓ୍ବାନ ଏବଂ ବାବରଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏସବୁ ମଧ୍ୟରେ ଶାହିଦ ଆଫ୍ରିଦିଙ୍କୁ ଚୟନ କମିଟି ଦାୟିତ୍ୱ ଦିଆଯାଇଥିଲା, ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ରିଜଓ୍ବାନଙ୍କ ସ୍ଥାନରେ ସରଫରାଜଙ୍କୁ ସୁଯୋଗ ଦିଆଯାଇଛି। ଏଥିସହ ମୀର ହମ୍‌ଜାଙ୍କୁ ଏକାଦଶରେ ସାମିଲ କରାଯାଇଛି। ସେ ମଧ୍ୟ ୪ ବର୍ଷ ପରେ ଦଳକୁ ଫେରିଛନ୍ତି। ସୋସିଆଲ ମିଡିଆରେ ଏହି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ସିବିଏସ୍‌ଇ କଲା ବଡ଼ ପରିବର୍ତ୍ତନ: ୩ ଭାଷା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୬ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ନବମ ଏବଂ ଦଶମ ଶ୍ରେଣୀ ପାଇଁ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଜାରି ହୋଇଥିବା ସର୍କୁଲାର ଅନୁଯାୟୀ…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

ବାହାଘରକୁ ହୋଇଥିଲା ବର୍ଷେ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ: ବାହୁନି ବାହୁନି କାନ୍ଦୁଛି …

ଚାନ୍ଦବାଲି, ୧୬/୦୫ (ଅଶୋକ ପଣ୍ଡା/କିଷାନ )ପାତ୍ର: ସାବିତ୍ରୀ ବ୍ରତ ଦିନ ଟ୍ରାକ୍ଟର ଚକା ତଳେ ଗଲା ଯୁବକଙ୍କ ଜୀବନ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri