ବ୍ରେକ୍‌ଅପ୍‌କୁ ନେଇ ମୁହଁ ଖୋଲିଲେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ୍‌ ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ସମ୍ପର୍କକୁ ନେଇ ବି-ଟାଉନରେ ସର୍ବଦା ଚର୍ଚ୍ଚା ଲାଗିରହୁଥିଲା। ସେମାନଙ୍କ ବ୍ରେକ୍‌ଅପ୍‌କୁ ନେଇ ସାରା ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ୨୦୨୦ ତାଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ଥିଲା। ୟୁ ଟ୍ୟୁବ୍‌ର ରଣବୀର ଅଲ୍ଲାହବାଦିଆଙ୍କ ସହ କଥାବାର୍ତ୍ତାରେ ସାରା କହିଛନ୍ତି, ବ୍ରେକ୍‌ଅପ୍‌ରୁ ୨୦୨୦ ବର୍ଷ ଆରମ୍ଭ ହୋଇଥିଲା।

ତାହାକୁ ନେଇ ସେ ବହୁ ଦୁଃଖିତ ହୋଇ ଯାଇଥିଲେ। ପରେ ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌- ୨’ ବିଫଳ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥିଲା। ହେଲେ ଟ୍ରୋଲିଂ ଏବଂ ସୋସିଆଲ ମିଡିଆକୁ ସାରା ସେତେଟା ମହତ୍ତ୍ୱ ଦେଇ ନ ଥା’ନ୍ତି ବୋଲି କହିଛନ୍ତି। ତେବେ ସାରା କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ କାର୍ତ୍ତିକଙ୍କୁ ଡେଟ୍‌ କରିବାକୁ ଚାହାନ୍ତି ବୋଲି କହିଥିଲେ। ଫିଲ୍ମ ‘ଲଭ୍‌ ଆଜ୍‌ କଲ୍‌- ୨’ ଶୁଟିଂ ସମୟରେ ଦୁହେଁ ପ୍ରେମଫାଶରେ ପଡ଼ିଥିଲେ। ମାତ୍ର ତାହା ବେଶି ଦିନ ଚାଲି ନ ଥିଲା। ତେବେ ଆଗାମୀ ଦିନରେ ସାରା ଫିଲ୍ମ ‘ଗ୍ୟାସ୍‌ଲାଇଟ୍‌’, ‘ଏ ବତନ ମେରେ’ ଏବଂ ‘ମେଟ୍ରୋ’ରେ ନଜରକୁ ଆସିବେ। ଏହା ପୂର୍ବରୁ ସେ ଅକ୍ଷୟ କୁମାର ଏବଂ ଧନୁଷ୍‌ଙ୍କ ସହ ‘ଅତରଙ୍ଗି’ରେ କାମ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧ ସେପ୍ଟେମ୍ବରରୁ କେଉଁ ରାଶିଙ୍କୁ ମିଳିବ ଭାଗ୍ୟର ସାଥ୍‌, କାହା ଉପରେ ପଡିବ ସଙ୍କଟ: ଦେଖିନିଅନ୍ତୁ ୧୨ ରାଶିର…

ସେପ୍ଟେମ୍ବର ମାସର ପ୍ରଥମ ଦିନ ଅର୍ଥାତ୍‌ ୧ ସେପ୍ଟେମ୍ବର ୨୦୨୬ ଅନେକ ରାଶିଙ୍କ ପାଇଁ ନୂଆ ଆଶା, ସଫଳତା ଓ ଖୁସି ନେଇ ଆସିପାରେ। ଗ୍ରହ-ନକ୍ଷତ୍ରଙ୍କ ଚଳନର…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖ ପାଲଟିଛି ବସଷ୍ଟାଣ୍ଡ୍‌: ବସ୍‌ ହର୍ନରେ ଅସ୍ତବ୍ୟସ୍ତ ରୋଗୀ

ଦାରିଙ୍ଗବାଡି,୧।୯(ଅରୁଣ ସାହୁ):କନ୍ଧମାଳ ଜିଲାର ବୃହତ ବ୍ଲକ ଭାବେ ଜଣାଶୁଣା ଦାରିଙ୍ଗବାଡିରେ ଏବେ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଯାତ୍ରୀବାହୀ ବସର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ…

ଚାଇନା ଗଣମାଧ୍ୟମରେ ଦୃଶ୍ୟ ହେଉନି ନେପାଳ ବନ୍ୟା! ଜିନ ପିଙ୍ଗଙ୍କ ଏକଛତ୍ରବାଦୀ ଶାସନକୁ ନେଇ ହେଉଛି ଆଲୋଚନା, କ’ଣ ରହିଛି ଏହା ପଛର କାରଣ ଜାଣନ୍ତୁ

ବେଜିଂ,୧।୯: ୨୬ ଅଗଷ୍ଟ, ୨୦୨୬ରେ ନେପାଳ-ତିବ୍ଦତ ସୀମାରେ ଘଟିଥିବା ଭୟଙ୍କର ବନ୍ୟା ଏବଂ ମାଟି ଧସିବା କେବଳ ବ୍ୟାପକ କ୍ଷୟକ୍ଷତି ଘଟାଇ ନଥିଲା ବରଂ ଚାଇନାର ସୂଚନା…

ଜିଲା ମୁଖ୍ୟାଳୟ ଚାଲ ଅଭିଯାନ: ସାମିଲ ହେଲେ ଶତାଧିକ ଡ୍ରାଇଭର

ଦାରିଙ୍ଗବାଡି, ୧।୯ (ଅରୁଣ ସାହୁ):ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମଙ୍ଗଳବାର ଫୁଲବାଣୀ ଠାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳନ ପାଇଁ ଶତାଧିକ ଡ୍ରାଇଭର ଦାରିଙ୍ଗବାଡିରୁ ଫୁଲବାଣୀକୁ ଗସ୍ତ…

ତେଲ ବଜାରରେ ବଡ଼ ହଲଚଲ: ସେପ୍ଟେମ୍ବର ୧ରେ ପେଟ୍ରୋଲ-ଡିଜେଲ ଦରରେ…

ନୂଆଦିଲ୍ଲୀ, ୧।୯: ଦିନର ଆରମ୍ଭ ଏବେ କେବଳ ସୂର୍ଯ୍ୟଙ୍କ କିରଣ ସହ ନୁହେଁ, ପେଟ୍ରୋଲ-ଡିଜେଲର ନୂଆ ଦର ସହ ମଧ୍ୟ ହେଉଛି। ଇନ୍ଧନ ଦର ସିଧାସଳଖ ଭାବେ…

ଗୁରୁ-ଶନିଙ୍କ ନବପଞ୍ଚମ ଯୋଗ: ପହିଲାରୁ ଖୋଲିଲା ୫ ରାଶିଙ୍କ ଭାଗ୍ୟ, ଚାକିରିରେ ପଦୋନ୍ନତି ସହ ହେବେ ମାଲାମାଲ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୁରୁ ଓ ଶନି ଗ୍ରହଙ୍କ ମଧ୍ୟରେ ଏକ ଶୁଭ ଯୋଗ ସୃଷ୍ଟି ହୋଇଛି। ଗୁରୁ ଓ ଶନି ୧୨୦ ଡିଗ୍ରୀରେ ଅବସ୍ଥିତ ହୋଇ…

ଡିଜିପି ଚୟନ ପ୍ରକ୍ରିୟାକୁ ନେଇ ବଢ଼ିଲା ବିବାଦ, ସମସ୍ୟା କରିବ ୧୭(ଏ)

ଭୁବନେଶ୍ୱର,୧।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ଏବେ କାମଚଳା ଡିଜିପିଙ୍କୁ ନେଇ ପୋଲିସବାହିନୀ କାର୍ଯ୍ୟ ଚଳାଇଛି । ଗତ ଅଗଷ୍ଟ ୧୬ ତାରିଖରେ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆଙ୍କ…

ସାବଧାନ! ଆଜିଠୁ ବଦଳିଲା ୭ ବଡ଼ ନିୟମ: କ’ଣ ମହଙ୍ଗା, କ’ଣ ହେଲା ଶସ୍ତା, ଜାଣନ୍ତୁ…

ନୂଆଦିଲ୍ଲୀ, ୧।୯: ସେପ୍ଟେମ୍ବର ୧ ତାରିଖରୁ କେବଳ କ୍ୟାଲେଣ୍ଡରର ପୃଷ୍ଠା ବଦଳିନାହିଁ, ବରଂ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ସହ ଜଡ଼ିତ ଅନେକ ନିୟମ ଓ ଦରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri