ରାଜନୀତି ବିଜ୍ଞାନରେ ପାଠ ପଢୁଥିଲେ ଏହି ଅଭିନେତ୍ରୀ, ମାତ୍ର ୩ଟି ଫିଲ୍ମରେ ବଦଳିଗଲା କ୍ୟାରିୟର୍‌

ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ବୁଧବାର ୨୫ ତମ ଜନ୍ମଦିନ ପାଳନ କରୁଛନ୍ତି। ସୈଫ ଅଲି ଖାନ ଏବଂ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ ଭଲ ଛାତ୍ରୀ ଥିଲେ। ଛାତ୍ରାବସ୍ଥାରେ ବହୁତ ମୋଟା ଥିଲେ। ତେବେ ବଲିଉଡରେ ପ୍ରବେଶ କରିବା ପୂର୍ବରୁ ସେ କଠିନ ପରିଶ୍ରମ କରି ନିଜ ଓଜନ କମାଇଥିଲେ। ସାରା ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରୁ ଇତିହାସ ଏବଂ ରାଜନୈତିକ ବିଜ୍ଞାନ ଅଧ୍ୟୟନ କରିଛନ୍ତି। ଅଧ୍ୟୟନ ସମାପ୍ତ କରିବା ପରେ ସାରା ଦେଢବର୍ଷ ଓଜନ କମାଇବା ପାଇଁ ଚେଷ୍ଟା କରିଥିଲେ। ପ୍ରଶିକ୍ଷଣ ନେଇଥିଲେ ଏବଂ ନିଜକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ। ସାରା ସୁଶାନ୍ତ ସିଂଙ୍କ ଅଭିନୀତ ଚଳଚ୍ଚିତ୍ର କେଦାରନାଥରେ ବଲିଉଡରେ ପ୍ରବେଶ କରିଥିଲେ। ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ସାରା ଅଲି ଖାନ ମହିଳା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ପ୍ରଥମ ଚଳଚ୍ଚିତ୍ରରେ ଅଭିଷେକ ସାରଙ୍କ କାର୍ଯ୍ୟକୁ ଏତେ ପସନ୍ଦ କରିଥିଲେ ଯେ ସେ ସିମ୍ବା ଚଳଚ୍ଚିତ୍ର ପାଇଁ ରୋହିତ ଶେଟ୍ଟୀଙ୍କୁ ସାରାଙ୍କ ନାଁ ସୁପାରିଶ କରିଥିଲେ। ରୋହିତ ସାରାଙ୍କୁ ଅଫର ଦେଇଥିଲେ। ରଣବୀର ସିଂ ଷ୍ଟାରର ଫିଲ୍ମ ସିମ୍ବା ସାରାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ହୋଇଥିଲା। ସାରାଙ୍କ ତୃତୀୟ ଚଳଚ୍ଚିତ୍ର ଥିଲା ଲଭ ଆଜ କାଲ ଯେଉଁଥିରେ ସେ କାର୍ତ୍ତିକ ଆର୍ଯ୍ୟାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯଦିଓ ଚଳଚ୍ଚିତ୍ରଟି ଏତେ ହିଟ ନ ଥିଲା, କିନ୍ତୁ ଏହି ଯୋଡିଙ୍କୁ ଦର୍ଶକ ପସନ୍ଦ କରିଥିଲେ। ଏବେ ସାରା ବଲିଉଡ୍‌ର ଆଗଧାଡିର ନାୟିକା ଭାବେ ଗଣା ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନ ରାସ୍ତାରେ ନୋରାଙ୍କ ଡ୍ୟାନ୍ସ

ମୁମ୍ବାଇ: ଫ୍ୟାନ୍‌ମାନଙ୍କୁ କିଭଳି ଏଣ୍ଟରଟେନ୍‌ କରିବାକୁ ହୁଏ ସେ କଳା ନୋରା ଫତେହିଙ୍କୁ ଭଲ ଭାବେ ଜଣା। ଆକର୍ଷଣୀୟ ବ୍ୟକ୍ତିତ୍ୱ ସାଙ୍ଗକୁ ଉଚ୍ଚକୋଟୀର ନୃତ୍ୟରେ ସେ...

ସ୍ବାମୀଙ୍କ ସହ କାହିଁକି କାମ କରନ୍ତିନି ବିଦ୍ୟା

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବଲାନ୍‌ଙ୍କ ସ୍ବାମୀ ସିଦ୍ଧାର୍ଥ ମଧ୍ୟ ବଲିଉଡ୍‌ର ଜଣେ ଭଲ ପ୍ରଯୋଜକ। ହେଲେ ନାୟିକା ଭାବେ ବିଦ୍ୟା ସିଦ୍ଧାର୍ଥଙ୍କ ସହ...

ଡିଡିଏଲ୍‌ଜେ ଗୀତ ଗାଇ ମନ ଜିଣିଲେ କିଙ୍ଗ୍‌ଖାନ୍‌

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ସହ କିଙ୍ଗ୍‌ଖାନ୍‌ ସିଲ୍‌ଭର ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।...

କପିଲଙ୍କ ପ୍ରଶ୍ନ ଶୁଣି ଲାଜେଇ ଗଲେ ଭିକି

ବଲିଉଡ୍‌ ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହି ସମୟରେ ଭିକିଙ୍କ ଏକ ପୁରୁଣା ଭିଡିଓ...

ସୋନୁ ସୁଦଙ୍କୁ ନୂଆ ଦାୟିତ୍ୱ

ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଭଗବାନ ପାଲଟିଥିବା ଅଭିନେତା ସୋନୁ ସୁଦ ମିଳିଛି ଆଉ ଏକ ନୂଆ ଦାୟିତ୍ୱ। ସୋନୁ ସୁଦଙ୍କୁ ପଞ୍ଜାବ ସରକାର ଟିକାକରଣ ଅଭିଯାନ...

ଗୌହରଙ୍କଠାରୁ କରନ୍‌ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…

ବମ୍ବେ: ବଲିଉଡ୍‌ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼...

ଓଟିଟିରେ ରିଲିଜ୍‌ ନ ହୋଇ ହଲ୍‌ରେ ରିଲିଜ୍‌ ହେବ ଅକ୍ଷୟଙ୍କ ଫିଲ୍ମ

‘ବଚ୍ଚନ ପାଣ୍ଡେ’ ଏବଂ ‘ସମ୍ରାଟ ପୃଥ୍ବୀରାଜ’ପରେ ଏବେ ଆଉ ଏକ ଫିଲ୍ମ‘ରାମ ସେତୁ’ରେ ନଜର ଆସିବେ ଅକ୍ଷୟ କୁମାର। ବ୍ୟାକ ଟୁ ବ୍ୟାକ ଦୁଇଟି ଫିଲ୍ମ...

ଲେଡି ସିଘଂମ ଶିଳ୍ପା

ଶିଳ୍ପା ସେଟ୍ଟୀ କୁନ୍ଦ୍ରା ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି । ହିନ୍ଦୀ ଫିଲ୍ମ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଇଣ୍ଡିଆନ୍‌ ପୋଲିସ ଫୋର୍ସ’ ଜରିଆରେ...

Advertisement
Archives

Model This Week