ସପ୍ତମାତୃକା ଭଦ୍ରକାଳୀ

ଭଦ୍ରକ ଅଫିସ,୨୪।୧୦:ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ। ଭଦ୍ରକ ସହରଠାରୁ ୮ କି.ମି. ଦୂର ତଥା ସଦର ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦାଠାରେ ରହିଛି ମା’ ଭଦ୍ରକାଳୀଙ୍କ ପୀଠ। ଏଠାରେ ଥିବା ମନ୍ଦିରରେ ମା’ଙ୍କ ମୂର୍ତ୍ତି କଳା ଗ୍ରାନାଇଟ୍‌। ବିଶ୍ୱମାତା ରୂପେ ମା’ ଭଦ୍ରକାଳୀ ପୂଜା ପାଇଆସୁଛନ୍ତି। ପ୍ରସିଦ୍ଧ କାଳୀପୂଜା ଭଦ୍ରକର ଗଣପର୍ବରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଭଦ୍ରକାଳୀଙ୍କ ପୀଠରେ ହେଉଥିବା ପୂଜା ନିଆରା। ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ୭ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ୭ଦିନ ଧରି ସପ୍ତମାତୃକା ବେଶରେ ମା’ ପୂଜା ପାଆନ୍ତି। ପ୍ରଥମଦିନ ବେଦମାତା, ଦ୍ୱିତୀୟଦିନ ମହାକାଳୀ, ତୃତୀୟଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମଦିନ ଜଗଦ୍ଧାତ୍ରୀ, ଷଷ୍ଠଦିନ ମହାସରସ୍ବତୀ ଓ ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶରେ ମା’ ଦର୍ଶନ ଦେଇଥାନ୍ତି। ଚଳିତବର୍ଷ ଦ୍ୱିତୀୟ ଦିବସ ମଙ୍ଗଳବାର ସୂର୍ଯ୍ୟପରାଗ ଥିବାରୁ ସନ୍ଧ୍ୟା ପରେ ମା’ଙ୍କ ମହାସ୍ନାନ କରାଯାଇ ମହାକାଳୀ ବେଶ କରାଯିବ ବୋଲି ବରିଷ୍ଠ ପୂଜକ ରଘୁନାଥ ମହାପାତ୍ର କହିଛନ୍ତି।
କିମ୍ବଦନ୍ତୀ ଅନୁସାରେ ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ ଙ୍କୁ ଧ୍ୟାନ କରୁଥିଲେ। ଋଷିଙ୍କ ଦେହାନ୍ତ ପରେ ତାଙ୍କୁ ବଞ୍ଚାଇବା ପାଇଁ ଶିଷ୍ୟ ଭଦ୍ରନାଥ ମା’ଙ୍କୁ ପ୍ରାର୍ଥନା କରିଥିଲେ। ମେଘାସନ ପର୍ବତରୁ ବାହାରିଥିବା ସାଳନ୍ଦୀ ନଦୀରେ ତାପସ ଋଷିଙ୍କ ମୃତଦେହକୁ ଭସାଇ ଦେବା ପାଇଁ ମା’ ତାଙ୍କୁ ଶୂନ୍ୟବାଣୀ କରିଥିଲେ। ଯେଉଁ ସ୍ଥାନରେ ମୃତଦେହ ଲାଗିବ ସେଠାରେ ମନ୍ଦିର ପ୍ରତିଷ୍ଠା କରି ତାଙ୍କ ପୂଜାର୍ଚ୍ଚନା କରିବାକୁ କହିଥିଲେ। ସେହି ଅନୁଯାୟୀ ଭଦ୍ରନାଥ ଋଷିଙ୍କ ମୃତଦେହ ଭସାଇ ଦେବା ପରେ ଭଦ୍ରକ ଭୂୟଁାମହଲାଠାରେ ଲାଗିଥିଲା। ସେଠାରେ ସ୍ଥାନୀୟ ରାଜାଙ୍କ ସହାୟତାରେ ଭଦ୍ରନାଥ ମନ୍ଦିର ନିର୍ମାଣ କରି ମା’ଙ୍କୁ ପ୍ରତିଷ୍ଠା କରିଥିଲେ। ପରେ କଳାପାହାଡ଼ ଆକ୍ରମଣ ସମୟରେ ମା’ଙ୍କୁ ଆହାରପଦାକୁ ସ୍ଥାନାନ୍ତର କରାଯାଇଥିଲା। କଳାପାହାଡ଼ ଆକ୍ରମଣରେ ଭୂୟଁାମହଲାଠାରେ ଥିବା ମନ୍ଦିରଟି ଭାଙ୍ଗିଯାଇଥିଲା। ଏଣୁ ଆହାରପଦାଠାରେ ହିଁ ମା’ଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏହା ଭଦ୍ରକାଳୀ ପୀଠ ନାମରେ ପରିଚିତ। ମା’ଙ୍କ ଠାରେ ମାନସିକ କଲେ ତାହା ନିଶ୍ଚୟ ଫଳବତୀ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏଥିପାଇଁ ମାନସିକଧାରୀମାନେ କାଳୀପୂଜାରେ କଳସ ସ୍ଥାପନ କରିଥାନ୍ତି।

ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri