ସପ୍ତମାତୃକା ଭଦ୍ରକାଳୀ

ଭଦ୍ରକ ଅଫିସ,୨୪।୧୦:ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ। ଭଦ୍ରକ ସହରଠାରୁ ୮ କି.ମି. ଦୂର ତଥା ସଦର ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦାଠାରେ ରହିଛି ମା’ ଭଦ୍ରକାଳୀଙ୍କ ପୀଠ। ଏଠାରେ ଥିବା ମନ୍ଦିରରେ ମା’ଙ୍କ ମୂର୍ତ୍ତି କଳା ଗ୍ରାନାଇଟ୍‌। ବିଶ୍ୱମାତା ରୂପେ ମା’ ଭଦ୍ରକାଳୀ ପୂଜା ପାଇଆସୁଛନ୍ତି। ପ୍ରସିଦ୍ଧ କାଳୀପୂଜା ଭଦ୍ରକର ଗଣପର୍ବରେ ପରିଣତ ହୋଇଥିବା ବେଳେ ଏହି ସମୟରେ ଭଦ୍ରକାଳୀଙ୍କ ପୀଠରେ ହେଉଥିବା ପୂଜା ନିଆରା। ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ୭ଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇଥାଏ। ୭ଦିନ ଧରି ସପ୍ତମାତୃକା ବେଶରେ ମା’ ପୂଜା ପାଆନ୍ତି। ପ୍ରଥମଦିନ ବେଦମାତା, ଦ୍ୱିତୀୟଦିନ ମହାକାଳୀ, ତୃତୀୟଦିନ ରାଜରାଜେଶ୍ୱରୀ, ଚତୁର୍ଥ ଦିନ ସିଂହବାହିନୀ, ପଞ୍ଚମଦିନ ଜଗଦ୍ଧାତ୍ରୀ, ଷଷ୍ଠଦିନ ମହାସରସ୍ବତୀ ଓ ସପ୍ତମ ଦିନରେ ମହାଲକ୍ଷ୍ମୀ ବେଶରେ ମା’ ଦର୍ଶନ ଦେଇଥାନ୍ତି। ଚଳିତବର୍ଷ ଦ୍ୱିତୀୟ ଦିବସ ମଙ୍ଗଳବାର ସୂର୍ଯ୍ୟପରାଗ ଥିବାରୁ ସନ୍ଧ୍ୟା ପରେ ମା’ଙ୍କ ମହାସ୍ନାନ କରାଯାଇ ମହାକାଳୀ ବେଶ କରାଯିବ ବୋଲି ବରିଷ୍ଠ ପୂଜକ ରଘୁନାଥ ମହାପାତ୍ର କହିଛନ୍ତି।
କିମ୍ବଦନ୍ତୀ ଅନୁସାରେ ମୟୂରଭଞ୍ଜ ଜିଲାର ମେଘାସନ ପର୍ବତରେ ତାପସ ଋଷି ମା’ ଙ୍କୁ ଧ୍ୟାନ କରୁଥିଲେ। ଋଷିଙ୍କ ଦେହାନ୍ତ ପରେ ତାଙ୍କୁ ବଞ୍ଚାଇବା ପାଇଁ ଶିଷ୍ୟ ଭଦ୍ରନାଥ ମା’ଙ୍କୁ ପ୍ରାର୍ଥନା କରିଥିଲେ। ମେଘାସନ ପର୍ବତରୁ ବାହାରିଥିବା ସାଳନ୍ଦୀ ନଦୀରେ ତାପସ ଋଷିଙ୍କ ମୃତଦେହକୁ ଭସାଇ ଦେବା ପାଇଁ ମା’ ତାଙ୍କୁ ଶୂନ୍ୟବାଣୀ କରିଥିଲେ। ଯେଉଁ ସ୍ଥାନରେ ମୃତଦେହ ଲାଗିବ ସେଠାରେ ମନ୍ଦିର ପ୍ରତିଷ୍ଠା କରି ତାଙ୍କ ପୂଜାର୍ଚ୍ଚନା କରିବାକୁ କହିଥିଲେ। ସେହି ଅନୁଯାୟୀ ଭଦ୍ରନାଥ ଋଷିଙ୍କ ମୃତଦେହ ଭସାଇ ଦେବା ପରେ ଭଦ୍ରକ ଭୂୟଁାମହଲାଠାରେ ଲାଗିଥିଲା। ସେଠାରେ ସ୍ଥାନୀୟ ରାଜାଙ୍କ ସହାୟତାରେ ଭଦ୍ରନାଥ ମନ୍ଦିର ନିର୍ମାଣ କରି ମା’ଙ୍କୁ ପ୍ରତିଷ୍ଠା କରିଥିଲେ। ପରେ କଳାପାହାଡ଼ ଆକ୍ରମଣ ସମୟରେ ମା’ଙ୍କୁ ଆହାରପଦାକୁ ସ୍ଥାନାନ୍ତର କରାଯାଇଥିଲା। କଳାପାହାଡ଼ ଆକ୍ରମଣରେ ଭୂୟଁାମହଲାଠାରେ ଥିବା ମନ୍ଦିରଟି ଭାଙ୍ଗିଯାଇଥିଲା। ଏଣୁ ଆହାରପଦାଠାରେ ହିଁ ମା’ଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା। ପରେ ଏହା ଭଦ୍ରକାଳୀ ପୀଠ ନାମରେ ପରିଚିତ। ମା’ଙ୍କ ଠାରେ ମାନସିକ କଲେ ତାହା ନିଶ୍ଚୟ ଫଳବତୀ ହୁଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଏଥିପାଇଁ ମାନସିକଧାରୀମାନେ କାଳୀପୂଜାରେ କଳସ ସ୍ଥାପନ କରିଥାନ୍ତି।

ସନାତନ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ଗୁଡାରି ଏନଏସିକୁ ମିଳିବ ୨ କୋଟି ଟଙ୍କାର ପୁରସ୍କାର

ଗୁଡାରି,୨୪/୮(ପ୍ରମୋଦ କୁମାର ପତି): ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳନ ସମାରୋହରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(OUAT), ଭୁବନେଶ୍ୱରର ‘କୃଷି ଶିକ୍ଷା…

ନିଖୋଜ ନାବାଳିକା ଉଦ୍ଧାର: ସିଡ଼ବ୍ଲ୍ୟୁସିରେ ହାଜର କଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକା ଗତ ଜୁଲାଇ ୪ ତାରିଖରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ।…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

ଶ୍ମଶାନରେ ଚାରାରୋପଣ: ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଲେ ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ଶ୍ମଶାନରେ ସୋମବାର ଭାଜପା ଭୀଷ୍ମଗିରି ମଣ୍ଡଳ କମିଟି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri