ସଂସ୍କୃତ: ଭାଷାର ଜନନୀ

ସମୟକ୍ରମେ ବିଶ୍ୱରେ ଅନେକ ଭାଷା ସୃଷ୍ଟି ହୋଇଛି ଏବଂ କିଛି ବିଲୀନ ହୋଇଛି। ତନ୍ମଧ୍ୟରେ ସଂସ୍କୃତ ବିଶ୍ୱର ଏକ ପ୍ରାଚୀନ ଭାଷା। ସଂସ୍କୃତ ଭାଷାରେ ବିରଚିତ ବେଦ ଏକ ପ୍ରାଚୀନ ଶାସ୍ତ୍ର ଯାହା ପୂର୍ବରୁ କୌଣସି ତତ୍ତ୍ୱ ବିଶ୍ୱ ରହସ୍ୟକୁ ଏତେ ପ୍ରାମାଣିକ ଭାବରେ ଉପସ୍ଥାପନ କରି ନ ଥିଲା। ଯେତେବେଳେ ବିଶ୍ୱରେ ଲେଖନ କଳାର ସୃଷ୍ଟି ହୋଇ ନ ଥିଲା ସେତେବେଳେ ଶ୍ରବଣ ମାଧ୍ୟମରେ ଋଷିମାନେ ବେଦ ମନ୍ତ୍ରଗୁଡ଼ିକୁ ମନେରଖୁଥିଲେ। ତେଣୁ ବେଦକୁ ଶ୍ରୁତିଶାସ୍ତ୍ର କୁହାଯାଏ। ପରବର୍ତ୍ତୀ ସମୟରେ ଲିପି ସୃଷ୍ଟି ହେଲା ତଥା ଭୁଜପତ୍ର ଏବଂ ତାଳପତ୍ର ପ୍ରଭୃତିରେ ଲେଖନ ଆବିଷ୍କାର ହେଲା। ବିଶ୍ୱରେ ନିଶ୍ଚୟ ଅନେକ ପ୍ରାନ୍ତୀୟ, ଗ୍ରାମ୍ୟ ତଥା ଅରଣ୍ୟବାସୀଙ୍କର ଭାଷା ରହିଥିବ। କିନ୍ତୁ ବିଶ୍ୱର ରହସ୍ୟ ସଂସ୍କୃତ ଶାସ୍ତ୍ରଗୁଡ଼ିକରେ ଲିଖିତ ହେବା କାରଣରୁ ସଂସ୍କୃତ ବଞ୍ଚତ୍ରହିଲା। ଏହା ପ୍ରମାଣିତ କରେ ଅନ୍ୟ ଭାଷାଗୁଡିକ ଅପେକ୍ଷା ସଂସ୍କୃତ ଏକ ସର୍ବମାନ୍ୟ ବିଶ୍ୱ ଭାଷାର ସ୍ଥାନ ଗ୍ରହଣ କରିଥିଲା।
ବାଲ୍ମୀକି ରାମାୟଣର ସୁନ୍ଦରାକାଣ୍ଡ ମତରେ ତ୍ରେତୟାଯୁଗରେ ସଂସ୍କୃତ ଭାଷା କଥୋପକଥନର ଏକ ପ୍ରମୁଖ ଭାଷା ଥିଲା I କାରଣ ଯେତେବେଳେ ମା’ସୀତାଙ୍କୁ ଅନ୍ବେଷଣ କରି ହନୁମାନ ଲଙ୍କାର ଅଶୋକବାଟିକାରେ ପହଞ୍ଚତ୍ଲେ ସେତେବେଳେ ସଂସ୍କୃତ ଭାଷାରେ ସୀତାଙ୍କ ସହ କଥାହେଲେ। ଏପରିକି ରାବଣ ମଧ୍ୟ ସଂସ୍କୃତ ଭାଷାରେ ସୀତାଙ୍କ ସହ କଥା ହେଉଥିଲେ। ଠିକ୍‌ ସେହିପରି ଦ୍ୱାପର ଯୁଗରେ ମଧ୍ୟ ସଂସ୍କୃତ ଭାଷା ଲୋକ ଭାଷା ଥିଲା। ତେଣୁ ଶ୍ରୀମଦ୍ଭଗବଦ୍‌ଗୀତାର ୧୮ଟି ଯାକ ଅଧ୍ୟାୟରେ ଭଗବାନ୍‌ ଶ୍ରୀକୃଷ୍ଣ ସଂସ୍କୃତ ଭାଷାରେ ହିଁ ଅର୍ଜୁନଙ୍କୁ ଦିବ୍ୟଜ୍ଞାନ ପ୍ରଦାନ କରିଛନ୍ତି। ବେଦ, ଉପନିଷଦ, ରାମାୟଣ, ମହାଭାରତ, ଧର୍ମଶାସ୍ତ୍ର ପ୍ରଭୃତି ପ୍ରାଚୀନ ଶାସ୍ତ୍ରଗୁଡିକ ସଂସ୍କୃତ ଭାଷାରେ ବିରଚିତ। ପରବର୍ତ୍ତୀ ସମୟରେ ସଂସ୍କୃତ ଭାଷାରୁ ଅନୁଦିତ ହୋଇ ବିଭିନ୍ନ ଭାଷାରେ ସମସ୍ତ ତଥ୍ୟ ପ୍ରକାଶ ପାଇଲା। ସଂସ୍କୃତ ଭାଷାରେ ବିରଚିତ ଉପନିଷଦ ଆତ୍ମଜ୍ଞାନକୁ ଉପସ୍ଥାପନ କରେ, ସମାଜତତ୍ତ୍ୱ ଉପସ୍ଥାପନ କରେ ସାହିତ୍ୟ, ଶାନ୍ତ ଜୀବନର ମାର୍ଗଦର୍ଶକ ରାମାୟଣ ଏବଂ ଗୀତା, ବିଜ୍ଞାନକୁ ଉପସ୍ଥାପନ କରିବା ପାଇଁ ବେଦ ମନ୍ତ୍ର ତଥା ବିଭିନ୍ନ ଶାସ୍ତ୍ର, ଗ୍ରହମଣ୍ଡଳର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜ୍ୟୋତିଷ, ଭାଷା ଜ୍ଞାନ ପାଇଁ ବ୍ୟାକରଣ, ସାମ୍ବିଧାନିକ ବିଧିବ୍ୟବସ୍ଥା ପାଇଁ ସ୍ମୃତିଗ୍ରନ୍ଥ, ଅର୍ଥନୀତି ପାଇଁ କୌଟିଲ୍ୟ ଅର୍ଥଶାସ୍ତ୍ର, ଶରୀରର ସୁସ୍ଥତା ପାଇଁ ଆୟୁର୍ବେଦ ତଥା ଯୋଗଶାସ୍ତ୍ର, ସମାଜ ଚେତନା ପାଇଁ ପୁରାଣ ପ୍ରଭୃତି ଅନେକ ଶାସ୍ତ୍ର ସମାଜକୁ ମାର୍ଗଦର୍ଶନ କରନ୍ତି। କହିବାକୁ ଗଲେ ଭାରତର ସଂସ୍କୃତି ଏବଂ ସଂସ୍କୃତ ଭାଷା ଅଙ୍ଗାଙ୍ଗୀ ଭାବେ ଜଡ଼ିତ।
ଟିକେ ଗଭୀର ଚିନ୍ତା କଲେ ଜାଣିହୁଏ, ଭାରତର ପ୍ରତିଷ୍ଠାରେ ଏହି ସଂସ୍କୃତ ଭାଷା କେତେ ଉପଯୋଗୀ ସାବ୍ୟସ୍ତ ହୋଇଛି। ଭାରତୀୟମାନେ ଅନେକ ବର୍ଷ ଧରି ବଣଜଙ୍ଗଲରେ ସାଧାରଣ ଜୀବନଯାପନ କଲେ। କଳକାରଖାନା ତଥା ଆଧୁନିକତା ଭାରତରେ ନ ଥିଲା। ଭାରତ ତୁଳନାରେ ବିଶ୍ୱର ଅନେକ ଦେଶ ଅଗ୍ରଗତି କରିସାରିଥିଲେ। ଏପରିକି ବିକଶିତ ଦେଶଗୁଡ଼ିକ ଭାରତକୁ ଶାସନ କଲେ। ଇଂରେଜ ଏବଂ ମୋଗଲମାନେ ଏ ଦେଶର ଶାନ୍ତି ଭଙ୍ଗ କଲେ। ଦେଶର ଧନରତ୍ନ ଲୁଣ୍ଠନ କଲେ। ଏତେ ସବୁ ପରେ ମଧ୍ୟ ବିଶ୍ୱ ଆମକୁ ସମ୍ମାନ କରୁଥିଲା। ବୈଦେଶିକ ଶତ୍ରୁ ଆମ ସଂସ୍କୃତି ଏବଂ ସଂସ୍କାରକୁ ନତମସ୍ତକ ହୋଇ ସମ୍ମାନ ଦେଉଥିଲେ। ଭାରତକୁ ଯେଉଁଭଳି ଭାବରେ ଲୁଣ୍ଠନ କରାଗଲା ଯଦି ଆମ ଭାଷା ଏବଂ ସଂସ୍କୃତି ସେତିକି ସୁଦୃଢ଼ ନ ଥାନ୍ତା ଆମ ଦେଶ କେଉଁ ରସାତଳକୁ ଚାଲିଯାଇଥାନ୍ତା, ଯାହାକୁ ପୁନଃ ପ୍ରାପ୍ତି କରିବା ସହଜ ସାଧ୍ୟ ହୋଇ ନ ଥାନ୍ତା। ଆମର ଭାଷା, ସାହିତ୍ୟ, ସଂସ୍କୃତି, ଜ୍ଞାନ, ବିଜ୍ଞାନ ଇତ୍ୟାଦି ଏତେ ମାର୍ଜିତ ଥିଲା ଯେ, ବିଦେଶୀମାନେ ଆମର ପୂର୍ବପୁରୁଷଙ୍କର ଗବେଷଣାକୁ ନେଇଯାଇ ନିଜ ନାମରେ ନାମିତ କରିଛନ୍ତି। ମାକ୍ସମୁଲାର, ମାକ୍‌ଡୋନାଲ, ମନିୟର ଉଇଲିୟମ୍‌ସ, ହୋମର ପ୍ରମୁଖ ଅନେକ ବିଶିଷ୍ଟ ପାଶ୍ଚାତ୍ୟ ବିଦ୍ୱାନ୍‌ ଭାରତ ଆସି ସଂସ୍କୃତ ଭାଷାକୁ ଅଧ୍ୟୟନ କରିବା ସହିତ ସଂସ୍କୃତ ଶାସ୍ତ୍ରକୁ ପଢ଼ି ସେଗୁଡିକର ଅନୁବାଦ କରିପାରିଥିଲେ। ତେବେ ପ୍ରଶ୍ନ ଉଠେ ସଂସ୍କୃତରେ ଏମିତି କ’ଣ ସବୁ ବିଶେଷତ୍ୱ ରହିଅଛି ଯାହାକୁ ପଢ଼ିବା ପାଇଁ ଦେଶବିଦେଶର ବିଦ୍ୱାନ୍‌ ଏବଂ ମହାତ୍ମାମାନେ ଏତେ ଉତ୍କଣ୍ଠିତ। ଏ ପ୍ରଶ୍ନର ଉତ୍ତର ସ୍ବରୂପ ଗୋଟିଏ ବାକ୍ୟ କୁହାଯାଇ ପାରେ ସଂସ୍କୃତ ହେଉଛି ସମାଜ ନିର୍ମାଣର ମୂଳ ଉତ୍ସ। ଏହା କେବଳ ଏକ ଭାଷା ନୁହେଁ ଏହା ଶୃଙ୍ଖଳିତ ଜୀବନ ଜିଇବାର ମାର୍ଗ। ଆମ ଭାଷା ଏବଂ ସଂସ୍କୃତିକୁ ଆମ ଜନଜୀବନରେ ମଜଭୁତ କରିରଖିବା ଏକାନ୍ତ ଆବଶ୍ୟକ।
ପ୍ରାୟ ସମସ୍ତ ଭାରତୀୟ ଭାଷାର ସୃଷ୍ଟି ସଂସ୍କୃତରୁ ହୋଇଛି। ଓଡ଼ିଆରେ ବ୍ୟବହୃତ ଅର୍ଦ୍ଧାଧିକ ଶବ୍ଦ ସଂସ୍କୃତରୁ ହିଁ ସୃଷ୍ଟି। କେଉଁଠି ସଂସ୍କୃତ ଏବଂ ଓଡ଼ିଆ ଶବ୍ଦମାନଙ୍କ ମଧ୍ୟରେ ଶତପ୍ରତିଶତ ସମାନତା ଥାଏ ତଥା କେତେକ ସ୍ଥଳରେ ସାମାନ୍ୟ ସମାନତା ପରିଲକ୍ଷିତ ହୁଏ। ଭାରତର ପ୍ରାୟ ସମସ୍ତ ଆଞ୍ଚଳିକ ଭାଷା ସହିତ ସଂସ୍କୃତ ଭାଷା ନିବିଡ଼ଭାବେ ଜଡିତ। ତେଣୁ ସଂସ୍କୃତ ଭାଷାକୁ ଭାଷାର ଜନନୀ ଏବଂ ଭଗିନୀ ଭାବରେ ସମ୍ମାନ ଦିଆଯାଏ। ଶହଶହ ବର୍ଷ ପୂର୍ବରୁ ରଚିତ ରାମାୟଣ, ମହାଭାରତ, ଅର୍ଥଶାସ୍ତ୍ର, ନୀତିଶତକ, ସ୍ମୃତିଗ୍ରନ୍ଥ ପ୍ରଭୃତିରେ ଦେଶ ଶାସନ ପ୍ରକ୍ରିୟା ଯେପରି ବର୍ଣ୍ଣିତ ଅଛି ତାକୁ ଅନୁସରଣ କରି ଆମ ଦେଶର ସମ୍ବିଧାନ ତିଆରି କରାଯାଇଛି। ସଂସ୍କୃତରେ ଥିବା ମହତ୍ତ୍ୱକୁ ଦୃଷ୍ଟିରେ ରଖି ଏବେ ସଂସ୍କୃତ ଏବଂ ଭାରତୀୟ ସଂସ୍କୃତିର ବିଶେଷ ଅଧ୍ୟୟନରେ ବିଶ୍ୱ ମନ ଦେଇଛି।
ଉପନିର୍ଦ୍ଦେଶକ, ଦୂର ଶିକ୍ଷା ନିର୍ଦ୍ଦେଶାଳୟ
ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ,
ତିରୁପତି, ଆନ୍ଧ୍ରପ୍ରଦେଶ
ମୋ: ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri