ସାନମାଛ କାନ୍ଦଣା ଡ୍ୟାମ୍‌ରେ ଜଳାଭାବ

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଟପିଯାଇଥିବା ବେଳେ ବିଭିନ୍ନ ଜଳଭଣ୍ଡାର, ନଦୀନାଳର ଜଳସ୍ତର ହ୍ରାସ ପାଇଛି। ବର୍ଷା ହେଉ ନ ଥିବାରୁ ଅନେକ ଜଳ ଭଣ୍ଡାର ଶୁଖିଲା ପଡ଼ିଲାଣି । ଫଳରେ ଜଳ ସଙ୍କଟ ଧିରେ ଧିରେ ଉତ୍କଟ ହେବାକୁ ବସିଲାଣି। କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସାନ ମାଛକାନ୍ଦଣା ଡ୍ୟାମ୍‌ରେ ମଧ୍ୟ ଜଳସ୍ତର ହ୍ରାସ ପାଇ ଶୁଷ୍କ ହେବାକୁ ବସିଛି। ଫଳରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ବେଳେ ବର୍ଷା ନ ହେଲେ ଆଉ ୧୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଜଳ ଯୋଗାଣ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଡ୍ୟାମ୍‌କୁ ଜଳ ପ୍ରବାହ ଦୀର୍ଘ ମାସ ହେଲା ବନ୍ଦ ରହିଥିବା ବେଳେ ଗଛିତ ଜଳ ପ୍ରବଳ ଉତ୍ତାପ ଯୋଗୁ ଶୁଖିଯାଉଛି। ଏଣୁ ଏହାକୁ ନେଇ ଜନସ୍ବାସ୍ଥ୍ୟ( ସହରାଞ୍ଚଳ ଜଳ ଯୋଗାଣ ସଂସ୍ଥା) ବିଭାଗ ପଡ଼ିଥିବା ବେଳେ ବିକଳ୍ପ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡିଛି। କିଛି ଦିନ ହେଲା ଜଳ ସ୍ତର କମିଯିବାରୁ ସିଧାସଳଖ ଯୋଗାଣ ହୋଇ ପାରି ନ ଥିଲା। ଫଳରେ ପମ୍ପ ଦ୍ୱାରା ପାଣି ଉଠାଇ ଯୋଗାଣ ହେଉଥିଲା । ଆଗକୁ ବର୍ଷା ନ ହେଲେ ପମ୍ପରେ ଉଠାଇ ପାଣି ଯୋଗାଣ ହୋଇ ପାରିବ ନାହିଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ପ୍ରକାଶ ଯେ, କେନ୍ଦୁଝର ସହରକୁ ସାନ ମାଛକାନ୍ଦଣା ଓ କାନଝରୀ ଡ୍ୟାମ୍‌ରୁ ପାଇପ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥାଏ । ସେଥିରୁ ସାନ ମାଛକାନ୍ଦଣା ଡ୍ୟାମ୍‌ରେ ଜଳାଭାବ ଏବେଠୁ ଦେଖାଦେଇଥିବାରୁ ସାଧାରଣରେ ଚିନ୍ତା ସୃଷ୍ଟି ହୋଇଛି। ବାଂଶପାଳ ବ୍ଲକ ମେଦିନିପୁର ନିକଟରେ ରହିଛି ସାନ ମାଛକାନ୍ଦଣା ଡ୍ୟାମ୍‌। ଏହି ଡ୍ୟାମରୁ ରାଜାରାଜୁଡ଼ା ସମୟରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ମାଧ୍ୟାକର୍ଷଣ ଶକ୍ତି ବଳରେ ଏହି ପାଣି ପାଇପରେ ଆସି ଜୁଡିଆ ଘାଟିରେ ସଂରକ୍ଷଣ କରି ସେଠାରୁ ବିଶୁ୍‌ଦ୍ଧ ଜଳସହରକୁ ଯୋଗାଇ ଦିଆଯାଇଥାଏ। ଆଗରୁ ସମଗ୍ର ସହରକୁ ପାନୀୟ ଜଳ ଯୋଗାଣ ହେଉଥିଲା। ଏହି ଡ୍ୟାମ୍‌ରୁ ୧ରୁ ୮ ଓ ୧୧ରୁ ୧୫ ନମ୍ବର ଓ୍ବାର୍ଡକୁ ପାନୀୟ ଜଳ ଯୋଗାଣ ହୋଇଥାଏ । ପାଖାପାଖି ୫୦ ହଜାର ପରିବାର ଏହି ଜଳ ଯୋଗାଣ ପ୍ରକଳ୍ପ ଉପରେ ନିର୍ଭର କରି ଚଳିଥାନ୍ତି ବୋଲି ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ଘାଷିରାମ ମାଝୀ କହିଛନ୍ତି। ଏହି ଡ୍ୟାମରୁ ଜଳସେଚନ ପାଇଁ ମଧ୍ୟ ଜଳ ଯୋଗାଣ ହୋଇଥାଏ । ତେବେ ଏହାର ରେଗୁଲେଟରରେ ସମସ୍ୟା ଯୋଗୁ ଡ୍ୟାମରୁ ଜଳ ଲିକ ହୋଇ ବୋହିଯିବା ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏଣୁ ପାଣି ସରିଗଲେ କିପରି ପାନୀୟ ଜଳ ମିଳିବ ସେ ନେଇ ସହରର ଉକ୍ତ ଓ୍ବାର୍ଡବାସୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟ ଓ୍ବାାର୍ଡକୁ କାନଝରୀ ଜଳଭଣ୍ଡାରରୁ ପାଇପ ଦ୍ୱାରା ଜଳ ଯୋଗାଣ ହୋଇ ଆସୁଛି ।

କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପାଖାପାଖି ୪ କୋଟି ଟଙ୍କା ବ୍ୟୟରେ ଏହି ଡ୍ୟାମ୍‌ର ପୁନରୁଦ୍ଧାର କାମ ହୋଇଥିଲା। କିନ୍ତୁ ଯେଉଁ ସ୍ଥାନରେ ଖୋଳା ଗଲେ ପାଣି ଗଛିତ ହୋଇ ପାରିବ ସେ ସ୍ଥାନରେ ଖୋଳା ନ ଯାଇ ଅନ୍ୟ ସ୍ଥାନରେ ଖୋଳାଯିବା ଏବଂ ରେଗୁଲେଟର ଠିକ୍‌ ଭାବରେ ମରାମତି କରା ନ ଯିବା ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହେଉଛି। ଏବେ ଡ୍ୟାମ୍‌ଟି ପ୍ରାୟତଃ ଶୁଷ୍କ ରହିଥିବାରୁ ଏହାର ଖନନ କରାଗଲେ ଆଗାମୀ ଦିନରେ ଅଧିକ ଜଳ ଗଛିତ ହୋଇପାରିବ ବୋଲି ମତପ୍ରକାଶ ପାଉଛି। ଏନେଇ ବିଭାଗର ସାଧାରଣ ପରିଚାଳକ ନାରଦ ରଥ କହିଛନ୍ତି ଯେ, ଜଳସ୍ତର କମିଲେ ପମ୍ପ ଦ୍ୱାରା ଉଠାଇ ପାନୀୟ ଜଳ ଯୋଗାଣ କରାଯାଉଛି। ପରବର୍ତ୍ତୀ ସମୟରେ ଜଳ ସମସ୍ୟା ଦୂର କରିବାକୁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ଜଳ ଯୋଗାଣ କରାଯିବ। ଏହି ଡ୍ୟାମ୍‌ର ତଳ ଅଞ୍ଚଳରେ ରହିଛି ପ୍ରସିଦ୍ଧ ବଡ଼ଘାଗରା ଓ ସାନଘାଗରା ଜଳ ପ୍ରପାତ। ପ୍ରାକୃତିକ ଏହି ଦୁଇ ଜଳପ୍ରପାତକୁ ଦେଖିବାକୁ ଲକ୍ଷାଧିକ ପର୍ଯ୍ୟଟକ ଆସିଥାନ୍ତି। ଏଥିପାଇଁ ବହୁ କୋଟି ଟଙ୍କା ବ୍ୟୟରେ ବିକାଶ କାମ କରାଯାଇଛି। ଏଣୁ ଜଳ ପ୍ରବାହ ବନ୍ଦ ହୋଇ ଗଲେ ଦୁଇ ଜଳପ୍ରପାତ କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ଏହା ଦ୍ୱାରା ଜୀବଜନ୍ତୁ, ପକ୍ଷୀମାନେ ମଧ୍ୟ ଜଳସଙ୍କଟର ସମ୍ମୁଖୀନ ହେବା ସହ ନଦୀ କୂଳରେ ଚାଷ କରି ବହୁ ଲୋକ ଚଳିଆସନ୍ତି। ଅଧିକ ପାଣି ଗଛିତ ହୋଇ ରହୁ ନ ଥିବାରୁ ଉଭୟ ପାନୀୟ ଜଳ ଓ ଖରାଟିଆ ଚାଷ ପାଇଁ ଜଳସେଚନରେ ସମସ୍ୟା ଉପୁଜିବାକୁ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?