‘ଶମଶେରା’ରେ କାମ କରିବା ସମୟରେ କ୍ୟାନସରରେ ପୀଡ଼ିତ ଥିଲେ ସଞ୍ଜୟ

ମୁୁମ୍ବାଇ: ବଲିଉଡ ଖଳନାୟକ ସଞ୍ଜୟ ଦତ୍ତ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନ ଦେବ ନିଶ୍ଚୟ । ଦର୍ଶକେ ସଞ୍ଜୟଙ୍କ ଅଭିନୟର ଖୂବ୍ ପ୍ରଶଂସା କରୁଛନ୍ତି । ଏହାସହ ଫିଲ୍ମ ମେକର କରଣ ମାଲହୋତ୍ରା ନିକଟରେ ଏକ ସାକ୍ଷାତକାରରେ ଫିଲ୍ମ ନିର୍ମାଣ ସମୟରେ ସଞ୍ଜୟ କିପରି କ୍ୟାନସରରେ ପୀଡ଼ିତ ଥିଲେ ସେ କଥା ଖୋଲାଖୋଲି ଭାବେ କଥା ହୋଇଛନ୍ତି । କରଣ କହିଛନ୍ତି ସଞ୍ଜୟ ‘ଶମଶେରା’ର କାମ ଚାଲିଥିବା ସମୟରେ ହିଁ କ୍ୟାନସରରେ କୀଡ଼ିତ ଥିଲେ । ହେଲେ ସେ ଏକଥା କାହାକୁ ଜଣାଇ ନ ଥିଲେ । ଜଣେ ସାଧାରଣ ଓ ସୁସ୍ଥ ମଣିଷ ଭାବେ ସେ ସେଟ୍‌ରେ ପହଞ୍ଚୁଥିଲେ କାମ କରୁଥିଲେ । ହେଲେ ସେ କ୍ୟାନସରରେ ପୀଡ଼ିତ ଥିବା ଜଣାପଡିବା ପରେ ଆମେ ସମସ୍ତେ ଚିନ୍ତିତ ହୋଇପଡିଥିଲୁ । କିନ୍ତୁ ଜଣେ ସୁପରହିରୋ ଭଳି ସେ ଏହି ରୋଗ ସହ ଲଢିଥିଲେ ଆଉ ଶେଷରେ ବିଜୟୀ ବି ହୋଇଛନ୍ତି ।
ସଞ୍ଜୟ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । ସଞ୍ଜୟ ‘ଶମଶେରା’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏଥିରେ ରଣବୀର କପୁର ଓ ବାଣୀ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ନିର୍ଦ୍ଦେଶକ କରଣ ମାଲହୋତ୍ରା କହିଛନ୍ତି ସଞ୍ଜୟ କ୍ୟାନସର ସମ୍ପର୍କରେ କାହାକୁ କିଛି ନ କରି ଚୁପଚାପ ଏହି ରୋଗ ସହ ଲଢିଛନ୍ତି । ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । କିନ୍ତୁ ତାଙ୍କ ମୁହଁର ଏକ୍ସପ୍ରେଶନ କେବେ କହିନାହିଁ ଯେ ସେ କ୍ୟାନସରରେ ପୀଡ଼ିତ ବୋଲି । ସେଥିପାଇଁ ବୋଧହୁଏ ତାଙ୍କର ଏହି ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଜି ବିଜୟୀ କରିପାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବ୍ୟାଗ୍‌ରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାପଡ଼ାହାଣ୍ଡି, ୭।୯ (ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ମୈଦଲପୁର ଥାନା ପୋଲିସ ସୋମବାର ରାସ୍ତାକଡ଼ରେ ପଡ଼ିଥିବା ବ୍ୟାଗ୍‌ରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରିଛି।…

ସଇଁତଳାକୁ ଏନଏସି ମାନ୍ୟତା ଦାବି ଜୋର ଧରିଲା:ସାମିଲ ହେଲେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା

ବଲାଙ୍ଗୀର, ୭।୯(ସୁନିଲ କୁମାର ମହାନ୍ତି): ସଇଁତଳାକୁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ମାନ୍ୟତା ପ୍ରଦାନ ଦାବିରେ ଚାଲିଥିବା ଧାରଣା ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଏହି ଧାରଣାସ୍ଥଳରେ…

ଇଶାନଙ୍କ ବଡ଼ ଉପଲବ୍ଧି: ସ୍ବତନ୍ତ୍ର କ୍ଲବ୍‌ରେ ହେଲେ ସାମିଲ

ଚେନ୍ନାଇ,୭ା୯: ଭାରତୀୟ ବ୍ୟାଟର ଇଶାନ କିଷନ ସୋମବାର ମହାନ ଭାରତୀୟ ବ୍ୟାଟର କ୍ଲବରେ ସ୍ଥାନ ପାଇଛନ୍ତି। ସେ ଦେଶର ଷଷ୍ଠ ବ୍ୟାଟର ଭାବେ ଦୁଲୀପ ଟ୍ରଫି ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri