Posted inଖେଳ

ବୁ୍‌ମ୍‌ରାଙ୍କ ସାକ୍ଷାତକାର ନେଲେ ସ୍ତ୍ରୀ, ଶେଷରେ ଏମିତି କଥା କହିଲେ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୧।୬: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରୀତ ବୁମ୍‌ରା ନିଜର ଶକ୍ତିଶାଳୀ ବୋଲିଂ ସହ ପାକିସ୍ତାନରୁ ବିଜୟ ଛଡ଼ାଇ ଭାରତକୁ ୬ ରନ୍‌ରେ ବିଜୟୀ କରାଇଥିଲେ। ଏହି ପ୍ରଦର୍ଶନ ପରେ ସମସ୍ତେ ବୁମରାଙ୍କୁ ପ୍ରଶଂସା କରୁଛନ୍ତି। କାରଣ ଯଦି ବୁମରାଙ୍କ ସ୍ପେଲ୍‌ ନ ଥାନ୍ତା ତେବେ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୪ରେ ସହଜରେ ଭାରତକୁ ପରାସ୍ତ କରିଥାନ୍ତା। ଏହି ଚମତ୍କାର ବୋଲିଂ ପରେ ବୁମ୍‌ରାଙ୍କୁ ମଧ୍ୟ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ମ୍ୟାଚ ପରେ ବୁମରା ତାଙ୍କ ସ୍ତ୍ରୀ ସଞ୍ଜନା ଗଣେଶନ୍‌ଙ୍କୁ ଏକ ସାକ୍ଷାତକାର ଦେଇଥିଲେ।
ସଞ୍ଜନା ଜଣେ କ୍ରୀଡ଼ା ଉପସ୍ଥାପିକା ଏବଂ ଟି-୨୦ ବିଶ୍ୱକପ ୨୦୨୪ରେ ଆଇସିସି ସହିତ କାମ କରୁଛନ୍ତି। ପାକିସ୍ତାନ ମ୍ୟାଚ ପରେ ସେ ବୁମରାଙ୍କୁ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାର ସରିବା ପରେ, ବୁମ୍‌ରା ସଞ୍ଜନାଙ୍କୁ କିଛି କହିଥିଲେ, ଯାହା ହସର ଖୋରାକ ଯୋଗାଇଥିଲା।
ବୁମ୍‌ରା ପାକିସ୍ତାନ ବିପକ୍ଷ ଚାରି ଓଭରରେ ମାତ୍ର ୧୪ ରନ ଦେଇ ୩ଟି ଉଇକେଟ ନେବାରେ ସଫଳ ହୋଇଥିଲେ। ବୁମରା ବାବର ଆଜମ, ମହମ୍ମଦ ରିଜୱାନ ଏବଂ ଇଫ୍‌ତିଖର ଅହମ୍ମଦଙ୍କ ଉଇକେଟ ନେଇଥିଲେ। ମ୍ୟାଚ ପରେ ସଞ୍ଜନା ତାଙ୍କ ପ୍ରଦର୍ଶନ, ରିଜୱାନଙ୍କ ଉଇକେଟ ଏବଂ ଟିମ ଇଣ୍ଡିଆର ବୋଲିଂ ବିଷୟରେ ସାକ୍ଷାତକାରରେ ବୁମରାଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ଯେତେବେଳେ ସାକ୍ଷାତକାର ସମାପ୍ତ ହେଲା, ବୁମରା ଏପରି କିଛି କହିଥିଲେ ଯାହା ଶୁଣି ସଞ୍ଜନା ହସିବାକୁ ଲାଗିଥିଲେ ଏବଂ ବୁଲିପଡି ଆଉ ଏକ ପ୍ରଶ୍ନ ପଚାରିଥିଲେ।

ସାକ୍ଷାତକାର ପରେ ସଞ୍ଜନା ବୁମ୍‌ରାଙ୍କୁ ଧନ୍ୟବାଦ ଦେଇଥିଲେ। ଏହାର ଜବାବରେ ବୁମ୍‌ରା କହିଥିଲେ, ୩୦ ମିନିଟ ପରେ ପୁଣି ଭେଟିବା। ଏହା ଶୁଣି ସଞ୍ଜନା ହସିବାକୁ ଲାଗିଲେ ଏବଂ ପରେ ବୁମରାଙ୍କୁ ପଚାରିଲେ, ଆଜି ରାତ୍ରି ଭୋଜନ ପାଇଁ କଣ ଅଛି?

ଏହି ମ୍ୟାଚ୍‌ରେ ମାତ୍ର ୧୧୯ ରନ କରିଥିଲା ଭାରତ। ପାକିସ୍ତାନ ଏହି ମ୍ୟାଚକୁ ସହଜରେ ଜିତୁଥିବା ପରି ମନେ ହେଉଥିଲା କିନ୍ତୁ ୧୫ ତମ ଓଭରର ପ୍ରଥମ ବଲରେ ବୁମରା ପାକିସ୍ତାନର ସେଟ ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କୁ ବୋଲିଂ କରିଥିଲେ। ଏଠାରୁ ମ୍ୟାଚ ବଦଳିଗଲା। ବୁମ୍‌ରା ଏହି ଓଭରରେ ମାତ୍ର ତିନି ରନ ଦେଇଥିଲେ। ଏହା ପରେ ଅଧିନାୟକ ରୋହିତ ତାଙ୍କୁ ୧୯ ଓଭର ଦେଇଥିଲେ। ଏଥିରେ ବୁମରା ଇଫତିଖର ଅହମ୍ମଦଙ୍କୁ ପାଭିଲିଅନର ରାସ୍ତା ଦେଖାଇଥିଲେ। ଶେଷ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୧୯ ରନ ଆବଶ୍ୟକ ଥିଲା କିନ୍ତୁ ଅର୍ଶଦୀପ ସିଂ ଭଲ ବୋଲିଂ କରି ଦଳକୁ ଜିତାଇଥିଲେ।

 

View this post on Instagram

 

A post shared by ICC (@icc)


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri