Advertisement
Posted inଖେଳ

ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୋଏବ

ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଶୋଏବ ସାନିଆଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହାର କ୍ୟାପଶନରେ ଲେଖିଛନ୍ତି – ଜନ୍ମଦିନର ଶୁଭେଚ୍ଛା। ମୁଁ ଆପଣଙ୍କ ଏକ ସୁସ୍ଥ ଏବଂ ସୁଖମୟ ଜୀବନ କାମନା କରୁଛି। ଏହି ଦିନକୁ ପୂର୍ଣ୍ଣ ଉପଭୋଗ କରନ୍ତୁ। ବିଶେଷ କଥା ହେଉଛି ଏହି ପୋଷ୍ଟର ସମୟ। ଶୋଏବ ବିଳମ୍ବିତ ରାତି ପ୍ରାୟ ୧.୧୫ ସମୟରେ ଏହି ଫଟୋ ଶେୟାର କରିଥିଲେ। ଏହି ଫଟୋରେ ଶୋଏବ ଏବଂ ସାନିଆ ଏକାଠି ନଜର ଆସିଛନ୍ତି।
ଏହାପୂର୍ବରୁ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ ଟିଭି ଶୋ’ ହୋଷ୍ଟ କରିବେ। ଏନେଇ ଉଭୟ ଏକ ଉର୍ଦ୍ଦୁ ଚ୍ୟାନେଇ ସହ ଚୁକ୍ତିନାମା କରିଛନ୍ତି। ଏହି ଶୋ’ର ନାମ ରହିଛି ମିର୍ଜା-ମଲିକ ଶୋ’। ସୋସିଆଲ ମିଡିଆ ମାଧ୍ୟମରେ ସାନିଆ-ଶୋଏବ ସୂଚନା ଦେଇଛନ୍ତି। ଏହା ଏକ ଟକ ଶୋ’ ହେବ। ଏହା ପ୍ରଥମ ଥର ହେବ ଏକ ଯୋଡି ଏକ ଶୋ’ରେ ଏକାଠି କାମ କରିବେ।
ପାକିସ୍ତାନ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଥିବା କଥା ଆଲୋଚନ ହୋଇଥିଲା। ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ ଏନେଇ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କୁ ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ ଟିପ୍ସ ଦେଲେ ମହାନ କ୍ରିକେଟର

ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରୁ ୟୁକେର ସାଉଥାମ୍ପଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ। ଏହି ମ୍ୟାଚ୍‌ ପୂର୍ବରୁ...

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟ୍‌କା

ସିଡନୀ,୨୭।୧୦: ଇଂଲଣ୍ଡ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ଲାଗିଛି ଆଉ ଏକ ଝଟ୍‌କା। ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବେଡ୍‌ କରୋନା ପଜିଟିଭ୍‌...

ଭୁବନେଶ୍ୱର କୁମାରଙ୍କ ଚମତ୍କାର ବୋଲିଂ: ପାକିସ୍ତାନ ୧୪୭ ରନ୍‌ରେ ଅଲଆଉଟ୍‌

ଦୁବାଇ,୨୮।୮: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତକୁ ୧୪୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ପାକିସ୍ତାନ। ଭାରତୀୟ ବେଲରଙ୍କ ପ୍ରଭାବୀ...

ନାଭାଲ ଟାଟା ହକି ଏକାଡେମୀ ଉଦ୍‌ଘାଟିତ

ଭୁବନେଶ୍ୱର, ୧୪।୮ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କ୍ରୀଡ଼ା ଇତିହାସରେ ମଙ୍ଗଳବାର ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଟାଟା ଷ୍ଟିଲ୍‌, ଟାଟା ଟ୍ରଷ୍ଟସ ଓ...

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ...

ଫଟୋଗ୍ରାଫର ଆହତ ହେବାରୁ ଖେଳ ବାଧାପ୍ରାପ୍ତ

ସେଞ୍ଚୁରିୟାନ,୨୬।୧୨(ଏଏଫ୍‌ପି)- ଏଠାରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଭିନ୍ନ କାରଣ ଯୋଗୁ ବିଳମ୍ଭରେ ଆରମ୍ଭ ହୋଇଥିଲା। ମ୍ୟାଚ୍‌ବେଳେ ସାଇଟ୍‌...

ସିଏସ୍‌ଏ ଭର୍ଚୁଆଲ ଆଓ୍ବାର୍ଡ: ଡିକକ୍‌ କ୍ରିକେଟର ଅଫ୍‌ ଦି ଇୟର

ଜୋହାନ୍ସବର୍ଗ,୫।୭(ପି.ଟି.): ସୀମିତ ଓଭର ଅଧିନାୟକ କ୍ୱିଣ୍ଟନ ଡିକକ୍‌ ଦକ୍ଷିଣ ଆଫ୍ରିକାର ପୁରୁଷ କ୍ରିକେଟର ଅଫ୍‌ ଦି ଇୟର ବିବେଚିତ ହୋଇଛନ୍ତି। କୋଭିଡ୍‌-୧୯ ମହାମାରୀ କାରଣରୁ ଶନିବାର...

ସର୍ବଭାରତୀୟ ଫିଡ଼େ ରେଟିଂ ଚେସ: ଧୀମନଙ୍କୁ ଟାଇଟଲ୍‌

କଟକ ଅଫିସ,୧୧ା୬- ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଅଫ ୱିଜଡମ ଠାରେ ଟ୍ରିପଲ ସି ଚେସ୍‌ କ୍ଲବ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଫିଡ଼େ ରେଟିଂ (୧୬୦୦ରୁ...

Advertisement
Archives

Model This Week