Posted inଖେଳ

ଲୁହ ରୋକିପାରିଲେନି ସାନିଆ

ସିଡ୍‌ନୀ,୨୭।୧: ଭାରତୀୟ ଟେନିସ ତାରକା ସାନିଆ ର୍ମିଜା ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ ତାଙ୍କର ଶେଷ ଗ୍ରାଣ୍ଡ ସ୍ଲାମ ଟୁର୍ନାମେଣ୍ଟ ହେବ ବୋଲି ସାନିଆ ମିର୍ଜାା ପୂର୍ବରୁ ଘୋଷଣା କରିଥିଲେ। ସେ ଏହି ଟୁର୍ନାମେଣ୍ଟରେ ଦୁଇଟି ବର୍ଗରେ ଭାଗ ନେଇଥିଲେ। ମହିଳା ଡବଲ୍ସରେ ସାନିଆ କାଜାଖସ୍ତାନର ଆନ୍ନା ଡାନିଲିନାଙ୍କ ସହ ଯୋଡି ହୋଇଥିଲେ, ମହିଳା ଡବଲ୍ସର ଦ୍ୱିତୀୟ ରାଉଣ୍ଡରେ ଉଭୟ ପରାସ୍ତ ହୋଇଥିଲେ। ତେବେ ମିକ୍ସ ଡବଲ୍ସରେ ସାନିଆ ରୋହନ ବୋପାନ୍ନାଙ୍କ ସହ ମିଶି ଫାଇନାଲରେ ପ୍ରବେଶ କରିଥିଲେ। ତେବେ ତାଙ୍କର ଶେଷ ଗ୍ରାଣ୍ଡସ୍ଲାମରେ ଚାମ୍ପିଅନ ହେବାର ସ୍ବପ୍ନ ଫାଇନାଲରେ ପରାଜୟ ସହିତ ଶେଷ ହୋଇଥିଲା।
ସାନିଆ ଏବଂ ବୋପାନ୍ନାଙ୍କ ଯୋଡି ୬-୭, ୨-୬ ସେଟ୍‌ରେ ବ୍ରାଜିଲର ଲୁଇସା ଷ୍ଟେଫାନି ଏବଂ ରାଫେଲ ମ୍ୟାଟୋସଙ୍କ ନିକଟକୁ ହାରି ଯାଇଥିଲେ। ଫାଇନାଲରେ ପରାଜୟ ପରେ ସାନିଆ ଅତ୍ୟନ୍ତ ଭାବପ୍ରବଣ ହୋଇ ନିଜ ଲୁହକୁ ରୋକି ପାରି ନ ଥିଲେ।
ମ୍ୟାଚ ପରେ ସାନିଆ ମିର୍ଜା କହିଛନ୍ତି, ‘ମୋର ଖେଳିବାକୁ ଆଉ ଦୁଇଟି ଟୁର୍ନାମେଣ୍ଟ ଅଛି। ମୋର କ୍ୟାରିୟର ମେଲବୋର୍ନରେ ଆରମ୍ଭ ହୋଇଥିଲା। ୨୦୦୫ରେ ମୁଁ ତୃତୀୟ ରାଉଣ୍ଡରେ ସେରେନା ୱିଲିୟମ୍ସଙ୍କ ବିପକ୍ଷରେ ଖେଳିଥିଲି। ସେତେବେଳେ ମୋର ବୟସ ୧୮ ବର୍ଷ ଥିଲା। ମୁଁ ସୌଭାଗ୍ୟବାନ। ମୁଁ ଏକ ଗ୍ରାଣ୍ଡ ସ୍ଲାମ୍‌ରେ କ୍ୟାରିଅର୍‌ ଶେଷ କରିବାକୁ ଚାହୁଁଥିବା କ’ଣ ଭଲ ମଞ୍ଚ ମୁଁ ଭାବି ପାରିବି ନାହିଁ। ମୋତେ ଏଠାରେ ଘରେ ଅନୁଭବ କରିଥିବାରୁ ଧନ୍ୟବାଦ।
ସାନିଆ ତାଙ୍କ କ୍ୟାରିୟରରେ ୩ଟି ମହିଳା ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ଏବଂ ୩ଟି ମିକ୍ସ ଡବଲ୍ସ ଟାଇଟଲ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

CJP ର ବଡ଼ ଘୋଷଣା, ଜୁଲାଇ ୨୬ରେ ପୁଣି ଦେଶରେ ହେବ ବଡ଼ ଆନ୍ଦୋଳନ, ଦିଲ୍ଲୀରେ ଚହଳ!

ନୂଆଦିଲ୍ଲୀ,୨୫।୭: କକରୋଚ୍ ଜନତା ପାର୍ଟି (CJP) ରବିବାର, ୨୬ ଜୁଲାଇ ୨୦୨୬ରେ ସାରା ଦେଶରେ କ୍ୟାଣ୍ଡେଲ ମାର୍ଚ୍ଚ ବାହାର କରିବା ପାଇଁ ଆହ୍ୱାନ ଦେଇଛି। ପାର୍ଟିର ସୂଚନା…

ପୁଣି ଭିଡିଓ ଜାରି କଲେ ସୋନମ ଓ଼୍ବାଙ୍ଗଚୁକ୍‌, ଆନ୍ଦୋଳନକୁ ନେଇ କଲେ ବଡ଼ ଘୋଷଣା!

ନୂଆଦିଲ୍ଲୀ,୨୫।୭: ଦେଶ-ବିଦେଶରେ ପ୍ରସିଦ୍ଧ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଏକ ନୂଆ ଭିଡିଓ ଜାରି କରିଛନ୍ତି। ୨୬ ଦିନର ଆମରଣ ଅନଶନ ଭାଙ୍ଗିବା ପରେ ଉଠିଥିବା ପ୍ରଶ୍ନଗୁଡ଼ିକୁ…

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri