Posted inଜାତୀୟ

ସନ୍ଦେଶଖାଲି ମାମଲା: ମମତାଙ୍କୁ ଆଶ୍ୱସ୍ତି, ଲୋକସଭା ସଚିବାଳୟକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୯।୨ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ସନ୍ଦେଶଖାଲ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ସଂସଦର ବିଶେଷ ଅଧିକାର କମିଟିର ନୋଟିସକୁ କୋର୍ଟ ସ୍ଥଗିତ ରଖିଛନ୍ତି।

ପ୍ରକୃତରେ, ଭାଜପା ଏମପିଙ୍କ ସହ ହୋଇଥିବା ଅସଦାଚରଣ ପ୍ରସଙ୍ଗରେ ପ୍ରିଭିଲେଜ କମିଟି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଭାଗବତ ପ୍ରସାଦ ଗୋପାଳିକା, ଡିଜିପି ରାଜୀବ କୁମାର, ଉତ୍ତର ୨୪ ପରଗଣା ଜିଲା ମାଜିଷ୍ଟ୍ରେଟ ଶରଦ କୁମାର ଦ୍ୱିବେଦୀ, ବଶିରହାଟ ପୋଲିସ ଅଧୀକ୍ଷକ ହୁସେନ ମେହେଦି ରେହମାନ ଏବଂ ଅତିରିକ୍ତ ପୋଲିସ ଅଧିକ୍ଷକ ପାର୍ଥ ଘୋଷଙ୍କୁ ସମନ ଜାରି କରି ୧୯ ଫେବୃଆରୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନୋଟିସକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଥିଲା।

ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଭି ସୋମବାର ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସମ୍ମୁଖରେ ଏହି ପ୍ରସଙ୍ଗ ଉଠାଇଥିଲେ। ସିବଲ କହିଥିଲେ, ସନ୍ଦେଶଖାଲିରେ ଧାରା ୧୪୪ ଲାଗୁ ହୋଇଥିଲା। ଏପରି ପରିସ୍ଥିତିରେ, ଧାରା ୧୪୪ କୁ ଉଲ୍ଲଂଘନ କରି କରାଯାଇଥିବା ରାଜନୈତିକ କାର୍ଯ୍ୟକଳାପ ଅଧିକାରର ଉଲ୍ଲଂଘନ ।

ଏହା ଉପରେ କୋର୍ଟ କହିଛନ୍ତି ଆମେ ଏହି ପିଟିଶନ ପଢ଼ି ନାହୁଁ, ତେଣୁ ପରେ ଏହାକୁ ତାଲିକାଭୁକ୍ତ କରିବୁ। ତେବେ ସିବଲ କହିଛନ୍ତି ନୋଟିସରେ ଅଧିକାରୀମାନଙ୍କୁ ହାଜର ହେବାକୁ କୁହାଯାଇଛି।

ମମତା ବାନାର୍ଜୀ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଛନ୍ତି ମୁଖ୍ୟ ଶାସନ ସଚିବ, ଡିଏମ ଏବଂ ପୋଲିସ କମିଶନର ଘଟଣାସ୍ଥଳରେ ଉପସ୍ଥିତ ନ ଥିଲେ ମଧ୍ୟ ପ୍ରାଇଭେଟ କମିଟି ସେମାନଙ୍କୁ ଡକାଇଥିଲା। ସିଂଭି ଏହା ମଧ୍ୟ କହିଛନ୍ତି ଯେ ସମାନ ମାମଲାରେ ଝାଡଖଣ୍ଡରରେ କୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି।

ପଶ୍ଚିବବଙ୍ଗ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଉଭୟ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିକାର କମିଟିର ନୋଟିସକୁ ସ୍ଥଗିତ ରଖିଛନ୍ତି। ଏହି ପ୍ରସଙ୍ଗରେ କୋର୍ଟ ଲୋକସଭା ସଚିବାଳୟକୁ ନୋଟିସ ଜାରି କରି ଚାରି ସପ୍ତାହ ମଧ୍ୟରେ ଜବାବ ତଲବ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

କେଲୁଅ ନଦୀକୁ ଡେଇଁଲେ ଅଜୟ: ପଛରେ ଅଛି ଏମିତି କାରଣ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ଦେଓଦା ପଞ୍ଚାୟତର ଚଇନିହୁଡ଼ା ଗ୍ରାମର ଜଣେ ଯୁବକ କାଏମା କେଲୁଅ ନଦୀ ବ୍ରିଜ୍‌ରୁ ଡେଇଁ ନିଖୋଜ…

ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଓମ ବିର୍ଲଙ୍କ ବାସଭବନ ସାମ୍ନାରେ ନତମସ୍ତକ ହେଲେ ମେୟର, ରାଜନୀତିରେ ଚହଳ

ନୂଆଦିଲ୍ଲୀ,୨୬।୯: ରାଜସ୍ଥାନର କୋଟା ନଗର ନିଗମର ନୂଆ ମେୟର ଭାବେ ଭାଜପାର ଅନୁସୂୟା ଗୋସ୍ବାମୀ ନିର୍ବାଚିତ ହେବାର କିଛି ଘଣ୍ଟା ପରେ ଏକ ଭିଡିଓ ସୋସିଆଲ ମିଡିଆରେ…

ରିପୋର୍ଟରେ ବଡ଼ ଖୁଲାସା: ଦଳ ବଦଳାଇଛନ୍ତି ୧୧୧ ଏମ୍‌ପି, ବିଧାୟକ

ନୂଆଦିଲ୍ଲୀ,୨୬ା୯: ୨୦୨୨ରୁ ୨୦୨୬ ମଧ୍ୟରେ ପାର୍ଲାମେଣ୍ଟ କିମ୍ବା ରାଜ୍ୟ ବିଧାନସଭା ନିର୍ବାଚନ ଜିତିବା ପରେ ୧୧୧ ଏମ୍‌ପି ଏବଂ ବିଧାୟକ ଦଳ ବଦାଇଛନ୍ତି। ସର୍ବାଧିକ ଦଳବଦଳ ନାଗାଲାଣ୍ଡ…

କାଜୁ ବୁଦାରେ ଝୁଲୁଛି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଧର୍ମଶାଳା,୨୬।୯(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ରାଉତରାପୁର ପଞ୍ଚାୟତର ନୂଆସାହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣାକୁ ନେଇ…

ରୁଷିକୁଲ୍ୟାରୁ କମୁଛି ଜଳସ୍ତର: ଟଳିଲା ବନ୍ୟା ଆଶଙ୍କା

ପୁରୁଷୋତ୍ତମପୁର, ୨୬।୯ (ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଗତ ଚାରିଦିନ ଧରି ଲଗାଣ ବର୍ଷା ଜାରି…

ପ୍ରଶାନ୍ତ କିଶୋରଙ୍କୁ ଜୋରଦାର ଝଟ୍‌କା: ପ୍ରାର୍ଥୀ ଘୋଷଣାର ୨୪ ଘଣ୍ଟାରେ…

ପାଟନା,୨୬।୯: ବିହାର ବିଧାନ ପରିଷଦ ନିର୍ବାଚନ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରଜକୁ ଝଟକା ଲାଗିଛି। ତିରହୁତ ଶିକ୍ଷକ ନିର୍ବାଚନମଣ୍ଡଳୀ ପାଇଁ ଦଳର ପ୍ରାର୍ଥୀ ଘୋଷଣା…

ଭଜନ କ୍ଲବିଂରେ ସାମିଲ ପ୍ରଧାନମନ୍ତ୍ରୀ ମୋଦି: ରାମ ଭଜନରେ ବଜାଇଲେ ଡଫଲି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଦୀନ ଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?