Advertisement

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କାଠମାଣ୍ଡୁ,୬।୧୦: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେଙ୍କୁ ଗୁରୁବାର କାଠମାଣ୍ଡୁ ବିମାନବନ୍ଦରରେ ପୋଲିସ ଗିରଫ କରଛି। ସନ୍ଦୀପଙ୍କ ନାଁରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କାଠମାଣ୍ଡୁ ଜିଲା କୋର୍ଟ ଅଗଷ୍ଟ ୨୩ରେ ସନ୍ଦୀପଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଦେଶ ବାହାରେ ଥିଲେ। ଏହି କାରଣରୁ ଗିରଫ ହୋଇପାରି ନ ଥିଲେ। ସନ୍ଦୀପ ଏହି ବିଷୟରେ ଫେସବୁକରେ ନିଜର ପକ୍ଷ ରଖିଥିଲେ। ସେ ଲେଖିଛନ୍ତି ଯେ, ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ମୁଁ ଅନୁସନ୍ଧାନର ସମସ୍ତ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ସହଯୋଗ କରିବି ଏବଂ ମୋର ନିର୍ଦ୍ଦୋଷତା ପ୍ରମାଣ କରିବାକୁ ଆଇନଗତ ଯୁଦ୍ଧ କରିବି।
ସୂଚନାଯୋଗ୍ୟ, ନେପାଳର ପୂର୍ବତନ ଅଧିନାୟକ ସନ୍ଦୀପ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଛନ୍ତି। ସେ ୨୦୧୮ରେ ଡେବ୍ୟୁ ମ୍ୟାଚ ଖେଳିଥିଲେ। ଏହା ପରେ ସେ ୯ଟି ଆଇପିଏଲ ମ୍ୟାଚ ଖେଳିବାର ସୁଯୋଗ ପାଇଥିଲେ। ଏହି ମ୍ୟାଚରେ ସନ୍ଦୀପ ୧୩ଟି ଉଇକେଟ ନେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଭଲ ରେକର୍ଡ ରହିଛି। ସନ୍ଦୀପ ୪୦ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୭୮ ଉଇକେଟ ନେଇଛନ୍ତି। ୩୦ଟି ଦିନିକିଆରେ ୬୯ଟି ଉଇକେଟ୍‌ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧକ ଉଦ୍ଧାର,ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର, ୨ କମାଣ୍ଡୋ ମୃତ…

ଇସଲାମାବାଦ,୨୦।୧୨ : ପାକିସ୍ତାନ ସେନାର ସ୍ବତନ୍ତ୍ର ବାହିନୀ ମଙ୍ଗଳବାର ଖାଇବର-ପାସ୍ତୁନଖ୍ବା ପ୍ରଦେଶର ଏକ କେନ୍ଦ୍ରରେ କିଛି ଲୋକଙ୍କୁ ବନ୍ଧକ ରଖିଥିବା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି।...

ଅଲିମ୍ପିକ୍ସ ଆୟୋଜନ ବିରୋଧରେ ଜାପାନରେ ଜନ ଅସନ୍ତୋଷ

ଟୋକିଓ,୧୩।୫(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ଜାପାନରେ ବିରୋଧ ପ୍ରଦର୍ଶନ କରିବା ସହ ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ଅଲିମ୍ପିକ୍ସକୁ ବାତିଲ କରିବା ନେଇ ଦାବି...

‘ସାଙ୍ଗ ହୋଇ ଶୋଇବା, କିସ୍‌ କରିବା ମନା’

ଶାଙ୍ଘାଇ, ୭।୪: କୋଭିଡ୍‌-୧୯ ଯୋଗୁ ଚାଇନାର ସାଙ୍ଘାଇ ସହରରେ ଲକ୍‌ଡାଉନ ଜାରି କରାଯାଇଛି। କଡ଼ା କଟକଣା ଯୋଗୁ ସହରରେ ଲୋକଙ୍କ ଦୈନ୍ୟଦିନ ଜୀବନରେ ସମ୍ପୂର୍ଣ୍ଣ ରୂପେ...

ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ...

୩୬୧ ମିନିଟ୍‌,୨୨୧ ବଲ୍‌…କିଛି ଏଭଳି ଖେଳି ପାକିସ୍ତାନ ବୋଲର୍‌ଙ୍କ ଝାଳ ବୁହାଇଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୮: କ୍ରିକେଟ ଦୁନିଆରେ ଏପରି ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଯୋଗ୍ୟତା ଥାଇ ମଧ୍ୟ ଚର୍ଚ୍ଚାର ପରିସରକୁ ଆସିନାହାନ୍ତି। ବର୍ତ୍ତମାନର ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ଅଧିନାୟକ କ୍ରେଗ...

ମହାମାରୀ ସାଜିବ ମାନବାଧିକାର ସଙ୍କଟ

ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ...

ବିସିସିଆଇ ଏଜିଏମ୍‌: ୨୦୨୨ ଆଇପିଏଲ୍‌ରେ ୧୦ ଟିମ୍‌ ଭାଗ ନେବେ

ଅହମ୍ମଦାବାଦ,୨୫।୧୨(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)କୁ ନେଇ ବଡ଼ ନିଷ୍ପତ୍ତି...

ଆଣବିକ ଯୁଦ୍ଧ ମୁହାଁ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ…

ମସ୍କୋ/କ୍ୱିଭ,୩।୧୨ : ଗତ ୧୦ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ଆଶଙ୍କା ଏବେ ବୃଦ୍ଧି ପାଇଛି। ୟୁକ୍ରେନ ସେନା...

Advertisement
Archives

Model This Week