କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ। ଉଦାହରଣ ଭାବେ ଆଳି ତହସିଲ ଅଧୀନ ଅରଗଳ, ଦୈତାରୀପୁର, ଦେସାହି, ଜୁଆଣିଆ, ଗଙ୍ଗାଧରପୁର ଓ ନୂଆପଡ଼ା ବାଲି ସଇରାତକୁ ନିଆଯାଇପାରେ। କେନ୍ଦ୍ରାପଡ଼ା କଜଳା ଅଞ୍ଚଳର ଉମେଶ ପାଢ଼ୀ ଗତ ମାସ ୧୧ ତାରିଖରେ ତହସିଲ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ମୁତାବକ ପାଇଥିବା ତଥ୍ୟ ଅନୁଯାୟୀ ଏହି ୬ ବାଲି ସଇରାତର ନିଲାମ ଅବଧି ୨୦୨୧ ଅକ୍ଟୋବର ୪ରେ ଶେଷ ହୋଇଛି। ନୂଆ ନିଲାମ ହୋଇ ନ ଥିବାବେଳେ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏସବୁରୁ ବେଆଇନ ଭାବେ ବାଲି ଉଠାଣ ହୋଇଚାଲିଛି। ଆଳି ତହସିଲ ଅଧୀନ ଖରସ୍ରୋତା ନଦୀରୁ ବାଲି ଉଠାଇ ବ୍ଲକ ଅଞ୍ଚଳରେ ବୃହତ୍‌ କୋଠା ନିର୍ମାଣ ହେଉଥିବା ନେଇ ଦର୍ଶାଇଥିବା ଜଣେ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସରକାରୀ କର୍ମଚାରୀଙ୍କ ସହଯୋଗରେ ବାଲି ମାଫିଆ ଭୟ ବାତାବରଣ ସୃଷ୍ଟି କରି ନିଜ ବେଆଇନ କାରବାର ସୁରୁଖୁରୁରେ ଚଳାଉଛନ୍ତି। ଏହାଦ୍ୱାରା ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। କେନ୍ଦ୍ରାପଡ଼ା ଜିଲାରେ ଏଭଳି ଲଘୁ ଖଣିଜ ସମ୍ପଦ ଉଠାଣରେ ଅନିୟମିତତା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଗତ ୩ ବର୍ଷ ମଧ୍ୟରେ ୪ଟି ମାମଲା ରୁଜୁ ହୋଇଛି। ତଥାପି ଜିଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ପରିବେଶବିତ୍‌, ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରୁଛନ୍ତି।
ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ ସଇରାତରେ ବାଲି ଉଠାଣ ପାଇଁ ଜିଲା ପ୍ରଶାସନ ଟେଣ୍ଡର କରୁଛି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନର ଏହି ସଇରାତ ପାଇଁ ରାଜସ୍ବ ଧାର୍ଯ୍ୟ ହେଉଛି। ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଣ ପାଇଁ ଅନୁମତି ଦିଆଯାଉଥିଲେ ମଧ୍ୟ ଲିଜଧାରୀ ଅଧିକ ପରିମାଣରେ ବାଲି ଉଠାଉଛନ୍ତି। କେତେକ ସ୍ଥାନରେ ସଇରାତ ନିଲାମ ହୋଇ ନ ଥିଲେ ମଧ୍ୟ ବାଲି ଉଠାଣ ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକସ୍ଥ ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣ ପାଇଁ ଏନ୍‌ଜିଟିରେ ମାମଲା ହୋଇଛି। ସେହିପରି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ବେନିୟମ ଭାବେ ମାଟି ଓ ବାଲି ଚାଲାଣ ହୋଇଥିବା ଦର୍ଶାଇ ଏନ୍‌ଜିଟିରେ ମାମଲା ହୋଇଛି। ହରିଦାସପୁର-ପାରାଦୀପ ରେଳପଥ ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଠିକା ସଂସ୍ଥା ବିରୋଧରେ ତଦନ୍ତ ରିପୋର୍ଟ ଥିବା ଜଣାପଡିଛି। ତେବେ ସରକାରଙ୍କ ବିପୁଳ ରାଜସ୍ବ କ୍ଷତିକୁ ରୋକିବା ପାଇଁ ଜିଲା ପ୍ରଶାସନ କାହିଁକି ବିଫଳ ହେଉଛି ବୋଲି ବୁଦ୍ଧିଜୀବୀ ବିଭୂତି ଭୂଷଣ ରାଉତ ପ୍ରଶ୍ନ କରିଛନ୍ତି।
ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ କହିଛନ୍ତି, ସଇରାତ ଚିହ୍ନଟ ଓ ବାଲି ଉଠାଣରେ ବହୁ କଟକଣା ଅଛି। ନଦୀ ଶଯ୍ୟାର ଏକ ପଞ୍ଚମାଂଶରୁ ଊର୍ଦ୍ଧ୍ୱ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ। ପରିବେଶ ପ୍ରଦୂଷଣମୁକ୍ତ ଗାଡି ଏହି ପରିବହନରେ ନିୟୋଜିତ ହେବା ଏବଂ ଗାଡ଼ି ଉପରେ ପାଲ ଢଙ୍କା ଯିବାକୁ ନିୟମ ହୋଇଛି। ଏଥିସହିତ ବହୁ ନିୟମ ନଦୀପଥର ସୁରକ୍ଷା ନିମନ୍ତେ ଉଲ୍ଲେଖ ଅଛି। ତେବେ ଜିଲାରେ ହେଉଥିବା ବାଲି ଉଠାଣରେ ପରିବେଶ ନିୟମକୁ ଉପେକ୍ଷା କରାଯାଉଛି ବୋଲି ସାମନ୍ତରାୟ କହିଛନ୍ତି। ସୂଚନା ଅଧିକାର କର୍ମୀ ଅଶେଷ ଖଟୁଆ କହିଛନ୍ତି, ନିକଟରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ବାଲି ସଇରାତରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ତଥ୍ୟ ଆଣିବାକୁ ଚେଷ୍ଟା କରିଥିଲୁ। ମାର୍ଶାଘାଇ ତହସିଲ ଅଧୀନ ତୁଳସୀପୁର ଓ ପକ୍ଷୋଟ ବାଲି ସଇରାତରେ ପରିବେଶ ମଞ୍ଜୁରୀ ମିଳି ନ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପସ୍ଥ ଆଞ୍ଚଳିକ କାର୍ଯ୍ୟାଳୟର ଚିଠି ନଂ. ୧୨୯୪୧ରୁ ଜଣାପଡ଼ିଛି। ଜିଲା ପ୍ରଶାସନ ପରିବେଶ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ରାଉତଙ୍କୁ ପଚାରିବାରେ ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ କାଗଜପତ୍ରର ତନଖି ହେବ। ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri