କେନ୍ଦ୍ରାପଡ଼ାରେ ବାଲି ଚୋରି ଅଣାୟତ୍ତ

କେନ୍ଦ୍ରାପଡ଼ା ଅଫିସ, ୫ା୧୧: କେନ୍ଦ୍ରାପଡ଼ା ଜିଲାରେ ବାଲି ସଇରାତଗୁଡ଼ିକରୁ ବେଆଇନ ଉଠାଣ ଅଣାୟତ୍ତ ହୋଇପଡ଼ିଛି। ନିଲାମ ଅବଧି ସରିବା ପରେ ମଧ୍ୟ ବାଲି ଉଠାଣକୁ ରୋକାଯାଇପାରୁନାହିଁ। ଉଦାହରଣ ଭାବେ ଆଳି ତହସିଲ ଅଧୀନ ଅରଗଳ, ଦୈତାରୀପୁର, ଦେସାହି, ଜୁଆଣିଆ, ଗଙ୍ଗାଧରପୁର ଓ ନୂଆପଡ଼ା ବାଲି ସଇରାତକୁ ନିଆଯାଇପାରେ। କେନ୍ଦ୍ରାପଡ଼ା କଜଳା ଅଞ୍ଚଳର ଉମେଶ ପାଢ଼ୀ ଗତ ମାସ ୧୧ ତାରିଖରେ ତହସିଲ କାର୍ଯ୍ୟାଳୟରୁ ସୂଚନା ଅଧିକାର ଆଇନ ମୁତାବକ ପାଇଥିବା ତଥ୍ୟ ଅନୁଯାୟୀ ଏହି ୬ ବାଲି ସଇରାତର ନିଲାମ ଅବଧି ୨୦୨୧ ଅକ୍ଟୋବର ୪ରେ ଶେଷ ହୋଇଛି। ନୂଆ ନିଲାମ ହୋଇ ନ ଥିବାବେଳେ ପ୍ରାୟ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏସବୁରୁ ବେଆଇନ ଭାବେ ବାଲି ଉଠାଣ ହୋଇଚାଲିଛି। ଆଳି ତହସିଲ ଅଧୀନ ଖରସ୍ରୋତା ନଦୀରୁ ବାଲି ଉଠାଇ ବ୍ଲକ ଅଞ୍ଚଳରେ ବୃହତ୍‌ କୋଠା ନିର୍ମାଣ ହେଉଥିବା ନେଇ ଦର୍ଶାଇଥିବା ଜଣେ ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସରକାରୀ କର୍ମଚାରୀଙ୍କ ସହଯୋଗରେ ବାଲି ମାଫିଆ ଭୟ ବାତାବରଣ ସୃଷ୍ଟି କରି ନିଜ ବେଆଇନ କାରବାର ସୁରୁଖୁରୁରେ ଚଳାଉଛନ୍ତି। ଏହାଦ୍ୱାରା ସରକାର ବିପୁଳ ରାଜସ୍ବ ହରାଉଥିବାବେଳେ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। କେନ୍ଦ୍ରାପଡ଼ା ଜିଲାରେ ଏଭଳି ଲଘୁ ଖଣିଜ ସମ୍ପଦ ଉଠାଣରେ ଅନିୟମିତତା ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ଗତ ୩ ବର୍ଷ ମଧ୍ୟରେ ୪ଟି ମାମଲା ରୁଜୁ ହୋଇଛି। ତଥାପି ଜିଲା ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ପରିବେଶବିତ୍‌, ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରୁଛନ୍ତି।
ଜିଲାର ଆଳି, ଡେରାବିଶ, ଗରଦପୁର, ରାଜକନିକା, ମାର୍ଶାଘାଇ, ମହାକାଳପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ପ୍ରବାହିତ ନଦୀର ୨୮ ସଇରାତରେ ବାଲି ଉଠାଣ ପାଇଁ ଜିଲା ପ୍ରଶାସନ ଟେଣ୍ଡର କରୁଛି। ସମୁଦାୟ ୧୫୭.୩୩୬ ହେକ୍ଟର ଆୟତନର ଏହି ସଇରାତ ପାଇଁ ରାଜସ୍ବ ଧାର୍ଯ୍ୟ ହେଉଛି। ନିର୍ଦ୍ଦିଷ୍ଟ ପରିମାଣରେ ବାଲି ଉଠାଣ ପାଇଁ ଅନୁମତି ଦିଆଯାଉଥିଲେ ମଧ୍ୟ ଲିଜଧାରୀ ଅଧିକ ପରିମାଣରେ ବାଲି ଉଠାଉଛନ୍ତି। କେତେକ ସ୍ଥାନରେ ସଇରାତ ନିଲାମ ହୋଇ ନ ଥିଲେ ମଧ୍ୟ ବାଲି ଉଠାଣ ଚାଲିଛି। ଏଥିପାଇଁ ପଟ୍ଟାମୁଣ୍ଡାଇ ବ୍ଲକସ୍ଥ ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ, କେନ୍ଦ୍ରାପଡ଼ା ବ୍ଲକ ଇନ୍ଦୁପୁରରେ ବାଲି ଉଠାଣ ପାଇଁ ଏନ୍‌ଜିଟିରେ ମାମଲା ହୋଇଛି। ସେହିପରି ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ପାଇଁ ବେନିୟମ ଭାବେ ମାଟି ଓ ବାଲି ଚାଲାଣ ହୋଇଥିବା ଦର୍ଶାଇ ଏନ୍‌ଜିଟିରେ ମାମଲା ହୋଇଛି। ହରିଦାସପୁର-ପାରାଦୀପ ରେଳପଥ ମାମଲା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଠିକା ସଂସ୍ଥା ବିରୋଧରେ ତଦନ୍ତ ରିପୋର୍ଟ ଥିବା ଜଣାପଡିଛି। ତେବେ ସରକାରଙ୍କ ବିପୁଳ ରାଜସ୍ବ କ୍ଷତିକୁ ରୋକିବା ପାଇଁ ଜିଲା ପ୍ରଶାସନ କାହିଁକି ବିଫଳ ହେଉଛି ବୋଲି ବୁଦ୍ଧିଜୀବୀ ବିଭୂତି ଭୂଷଣ ରାଉତ ପ୍ରଶ୍ନ କରିଛନ୍ତି।
ସୂଚନା ଅଧିକାର କର୍ମୀ ଆଳୟ ସାମନ୍ତରାୟ କହିଛନ୍ତି, ସଇରାତ ଚିହ୍ନଟ ଓ ବାଲି ଉଠାଣରେ ବହୁ କଟକଣା ଅଛି। ନଦୀ ଶଯ୍ୟାର ଏକ ପଞ୍ଚମାଂଶରୁ ଊର୍ଦ୍ଧ୍ୱ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ପର୍ଯ୍ୟନ୍ତ ବାଲି ଉଠାଣ ହୋଇପାରିବ ନାହିଁ। ପରିବେଶ ପ୍ରଦୂଷଣମୁକ୍ତ ଗାଡି ଏହି ପରିବହନରେ ନିୟୋଜିତ ହେବା ଏବଂ ଗାଡ଼ି ଉପରେ ପାଲ ଢଙ୍କା ଯିବାକୁ ନିୟମ ହୋଇଛି। ଏଥିସହିତ ବହୁ ନିୟମ ନଦୀପଥର ସୁରକ୍ଷା ନିମନ୍ତେ ଉଲ୍ଲେଖ ଅଛି। ତେବେ ଜିଲାରେ ହେଉଥିବା ବାଲି ଉଠାଣରେ ପରିବେଶ ନିୟମକୁ ଉପେକ୍ଷା କରାଯାଉଛି ବୋଲି ସାମନ୍ତରାୟ କହିଛନ୍ତି। ସୂଚନା ଅଧିକାର କର୍ମୀ ଅଶେଷ ଖଟୁଆ କହିଛନ୍ତି, ନିକଟରେ ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ ଅଞ୍ଚଳର ବାଲି ସଇରାତରେ ପରିବେଶ ମଞ୍ଜୁରୀ ସମ୍ପର୍କିତ ତଥ୍ୟ ଆଣିବାକୁ ଚେଷ୍ଟା କରିଥିଲୁ। ମାର୍ଶାଘାଇ ତହସିଲ ଅଧୀନ ତୁଳସୀପୁର ଓ ପକ୍ଷୋଟ ବାଲି ସଇରାତରେ ପରିବେଶ ମଞ୍ଜୁରୀ ମିଳି ନ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପାରାଦୀପସ୍ଥ ଆଞ୍ଚଳିକ କାର୍ଯ୍ୟାଳୟର ଚିଠି ନଂ. ୧୨୯୪୧ରୁ ଜଣାପଡ଼ିଛି। ଜିଲା ପ୍ରଶାସନ ପରିବେଶ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ରାଉତଙ୍କୁ ପଚାରିବାରେ ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତୀୟ କାଗଜପତ୍ରର ତନଖି ହେବ। ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri