ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ୩ ଜିଲାରେ ବଢୁଛି ବାଲି ଚୋରା ଚାଲାଣ ମାମଲା, ୨୭ ଜିଲାରେ ନାହିଁ

ଭୁବନେଶ୍ୱର,୨୩।୩:  ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି। ଏହାକୁ ନେଇ ଅଧିକାଂଶ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ। କେଉଁଠି ବାଲି ମାଫିଆ ସରକାରୀ ଅଧିକାରୀଙ୍କ ସହ ସଲାସୁତୁରା କରି ବେପାର ଅନାୟସରେ ଚଳାଉଛନ୍ତି ତ ଆଉ କେଉଁଠି ଅଫିସରଙ୍କୁ ଆକ୍ରମଣର ସମ୍ମୁଖୀନ ହେବାକୁ ପଡୁଛି। ତେବେ କେବଳ ମୟୂରଭଞ୍ଜ, କେନ୍ଦୁଝର ଓ ପୁରୀକୁ ବାଦ୍‌ ଦେଲେ ଆନ୍ତଃରାଜ୍ୟ ବାଲି ଚୋରି ସଂକ୍ରାନ୍ତୀୟ କୌଣସି ମାମଲା ଗତ ୩ବର୍ଷରେ ବାକି ୨୭ ଜିଲାରେ ରୁଜୁ ହୋଇନାହିଁ। ବିଧାନସଭାରେ ଏଭଳି ତଥ୍ୟ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ସଦସ୍ୟ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜେନା ଦର୍ଶାଇଛନ୍ତି, ଗତ ୩ବର୍ଷ ମଧ୍ୟରେ କେବଳ ମୟୂରଭଞ୍ଜରେ ବାଲି ଚୋରି ସଂକ୍ରାନ୍ତରେ ଥାନାରେ ଏକାଧିକ ମାମଲା ରୁଜୁ ହୋଇଛି। କେନ୍ଦୁଝରରେ ଗତବର୍ଷ ୫ଟି ଏବଂ ପୁରୀରେ ଗୋଟିଏ ମାମଲା ରୁଜୁ ହୋଇଛି। ତେବେ ମୟୂରଭଞ୍ଜରେ ୨୦୨୧-୨୨ରେ ୧୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୨୮ଜଣ ଗିରଫ ହୋଇଥିଲେ ଏବଂ ୧୩୯ ଯନ୍ତ୍ରାଂଶ ଜବତ ହୋଇଥିଲା। ସେହିପରି ୨୦୨୨-୨୩ରେ ୧୭୫ଟି ମାମଲା ରୁଜୁ ହୋଇଥିବାବେଳେ ୧୬୧ଜଣ ଗିରଫ ଏବଂ ୨୦୫ ଯନ୍ତ୍ରାଂଶ ଜବତ ହୋଇଥିଲା। ୨୦୨୩-୨୪ ଆର୍ଥତ୍କ ବର୍ଷରେ ମାମଲା ସଂଖ୍ୟା ବଢ଼ି ୨୦୫ରେ ପହଞ୍ଚିଥିବାବେଳେ ୨୭୮ ଜଣ ଗିରଫ ହୋଇଥିଲେ ଏବଂ ୩୧୨ଟି ଯନ୍ତ୍ରାଂଶ ଜବତ ହୋଇଥିଲା।
ଏହି ତିନିବର୍ଷ ମଧ୍ୟରେ ଅନୁଗୋଳରେ ୩୪ଟି ଗାଡ଼ି ଜବତ ହୋଇଥିବାବେଳେ ବୌଦ୍ଧରେ ୧୪, ଦେବଗଡ଼ ଗୋଟିଏ, ଝାରସୁଗୁଡ଼ା ୩୯, କନ୍ଧମାଳ ୧୭, କେନ୍ଦୁଝର ୧୯୧, ନୟାଗଡ଼ ୫, ପୁରୀ ୫୮, ସମ୍ବଲପୁର ୨୬, ସୁବର୍ଣ୍ଣପୁର ୨ ଏବଂ ସୁନ୍ଦରଗଡ଼ରେ ୫୭ଟି ଗାଡ଼ି ଜବତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?