Advertisement

ବେତନଟୀରେ ହାତୀ ଉତ୍ପାତ

ବେତନଟୀ,୨୮ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ତଥା ଆଖପାଖ ଗ୍ରାମରେ ୪ ଦିନ ହେଲା ହାତୀପଲ ଉତ୍ପାତ ଚଳାଇଛନ୍ତି। ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସପ୍ତାହକ ପୂର୍ବରୁ ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ୧୦୦ରୁ ଅଧିକ ହାତୀ ଓଡ଼ିଶା ଭିତରକୁ ପଶି ଆସିଥିଲେ। ୬୨ଟିକିଆ ହାତୀପଲ ବେତନଟୀ ରେଞ୍ଜ ଅଧୀନ ନଡ଼ପୁର ଜଙ୍ଗଲ ଓ ଫୁଲଝରି ଜଙ୍ଗଲରେ ରହି ବ୍ୟାପକ ଉପଦ୍ରବ କରୁଛନ୍ତି। ବିଳମ୍ବିତ ରାତିରେ ବାହାରି ମୁଖ୍ୟ ରାସ୍ତା ସମେତ ଗାଁ ରାସ୍ତାରେ ଘୁରି ବୁଲୁଛନ୍ତି। ଏଥିସହ ଲୋକଙ୍କ ଧାନକ୍ଷେତରେ ପଶି ଦଳି ଚକଟି ନଷ୍ଟ କରିଦେଉଛନ୍ତି। ବେତନଟୀ ରେଞ୍ଜର ଘନଶ୍ୟାମ ସିଂ, ବୈଶିଙ୍ଗା ବନପାଳ ଦୁଲାଲ ଚନ୍ଦ୍ର ଦିଗାର ପ୍ରମୁଖ ବିଭାଗୀୟ କର୍ମଚାରୀଙ୍କୁ ସାଙ୍ଗରେ ନେଇ ହାତୀ ପଲ ଗତିବିଧି ଉପରେ ନଜର ରଖିଥିବା ବେଳେ ଗାଁ ସୁରକ୍ଷା ଓ ଫସଲ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା କଥା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦାବିପତ୍ର ପ୍ରଦାନ କଲା ଗ୍ରାମ୍ୟ ପରିଚାଳନା କମିଟି

ଗଞ୍ଜାମ,୬ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ବିରୁଳି କାଇଁଚପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନା ଠିକ୍‌ରେ ହୋଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ...

ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା,୧୭।୫(ଡି.ଏନ୍‌.ଏ.)- ଆସିକା ଥାନା ସିଦ୍ଧନଈ ପଞ୍ଚାୟତ ବଣବାଲି ଗ୍ରାମରେ ଶୁକ୍ରବାର ଅପରାହ୍ନ ପ୍ରାୟ ୩ଟାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର...

ବିଦ୍ୟାଳୟରେ ବିଳମ୍ବରେ ପହଞ୍ଚୁଛନ୍ତି ଶିକ୍ଷୟିତ୍ରୀ ଶିକ୍ଷକ

ବୁଗୁଡ଼ା,୨୬।୫(ଡି.ଏନ.ଏ.): ବୁଗୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ୧୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହ ୨୮ ଉଚ୍ଚ ବିଦ୍ୟାଳୟ ଏପରି ମୋଟ ୧୪୭ ବିଦ୍ୟାଳୟ...

୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା ହାତୀ

ପାଟଣା,୧୦।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତାହାତୀର ଆତଙ୍କରାଜ ଯୋଗୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଦନ୍ତାହାତୀଟି ପାଟଣା...

‘ଗୋପରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ ଖନନ’

ଗୋପ,୨।୮(ଡି.ଏନ୍‌.ଏ.):ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳରେ ଖୁବ୍‌ଶୀଘ୍ର ପ୍ରାକୃତିକ ଗ୍ୟାସ୍‌ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ଭରପୂର...

୨୦୨୩ ଜାନୁୟାରୀ ସୁଦ୍ଧା ବାଲେଶ୍ୱରରେ ଖୋଲିବ ଇଏସ୍‌ଆଇ ଡାକ୍ତରଖାନା

ବାଲେଶ୍ୱର ଅଫିସ, ୧୯।୧୦: ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମଙ୍ଗଳବାର କେନ୍ଦ୍ର ଶ୍ରମନିଯୁକ୍ତି, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଭେଟି...

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଡିଜିପିଙ୍କ ଗୁରୁତ୍ୱ

କଟକ ଅଫିସ, ୧୧ା୬: ଆସନ୍ତା ୧୪ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଏଥିପାଇଁ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି...

ବେଛପରି ରାଜସ୍ବ ଗଁ। ଜେ.ନୂଅଁ।ପାଲି

ବିଜେପୁର, ୧୮।୩ (ଡି.ଏନ୍‌.ଏ.)- ଲୁକ୍‌କର ବସବାସକେ ନେଇ ଗଁ। ଜମ୍‌କିସି। ଲୁକ୍‌କର ଚାଲିଚଲନ୍‌, କାମବୁତା, ଭଲଗୁନ ଗଁ। ର ଗଉରବ ବଢ଼ାସି। ହେଲେ କେନ୍‌ସି କାରନରୁ...

Advertisement
Archives

Model This Week