ରାତିରେ ସରକାରୀ ଜମିରୁ ବାଲି ଲୁଟ୍‌

ପୁରୀ ଅଫିସ,୨୭ା୮: ପୁରୀ ଜିଲା ଉପକୂଳବର୍ତ୍ତୀ ଅଞ୍ଚଳର ସୁରକ୍ଷା ପ୍ରାଚୀର ଭାବେ ପ୍ରାକୃତିକ ବାଲିସ୍ତୂପ କାମ କରୁଥିଲା। ବର୍ଷା, ପବନ ଅବା ସମୁଦ୍ର ଲୁଣାପାଣି ମାଡ଼ିି ଆସିବାରୁ ଏହା ପ୍ରତିହତ କରି ପାରୁଥିଲା। ହେଲେ ଆଜି ଆଉ ସେଭଳି ଚିତ୍ର ନାହିିଁ। ବାଲିମାଫିଆଙ୍କ ଲୋଲୁପ ଦୃଷ୍ଟିରେ ପ୍ରାକୃତିକ ବାଲିସ୍ତୂପ ନଷ୍ଟ ହୋଇଗଲାଣି। ଗୋଟିଏ ପଟେ ବାଲି ଚୋରା ଚାଲାଣ କରି ମାଫିଆମାନେ ମାଲାମାଲ୍‌ ହେଉଥିବାବେଳେ ଅନ୍ୟପଟେ ଅନେକ ସମୟରେ ଜନବସତିକୁ ସମୁଦ୍ର ଜୁଆର ମାଡ଼ିି ଆସିବା ଭଳି ସ୍ଥିତି ସୃଷ୍ଟି ହେଉଛି। ଏହାସତ୍ତ୍ୱେ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ରାତିଅଧିଆ ସରକାରୀ ଜମିରୁ ବାଲି ଲୁଟ୍‌ ବଢିଚାଲିଛି। ସରକାର ମଧ୍ୟ ବିପୁଳ ପରିମାଣର ରାଜସ୍ବ ହରାଉଛନ୍ତି।
ପୁରୀ ଜିଲାରେ ବେଆଇନ ବାଲି ଚାଲାଣ ଉପରେ ରୋକ୍‌ ଲାଗି ପାରୁନାହିଁ। ଅନେକ ସମୟରେ ଅଭିଯୋଗ ପରେ ଧରପଗଡ଼ ହେଉଥିଲେ ବି ପରବର୍ତ୍ତୀ ସମୟରେ ପ୍ରଶାସନ ନିଷ୍କ୍ରିୟତାର ସୁଯୋଗ ଉଠାଉଛନ୍ତି ମୁନାଫାଖୋର ବାଲି ବ୍ୟବସାୟୀ। ବିଶେଷକରି ପୁରୀ ସହରରେ ଏହି ବେଆଇନ କାରବାର ବଢିଚାଲିଛି। ଗତ ଶନିବାର ପୁରୀ ମ୍ୟୁନିସିପାଲିଟିର ଡମ୍ପିଂୟାର୍ଡ ନିକଟ ଏକ ସରକାରୀ ଜମିରୁ ବାଲି ଚୋରା ଚାଲାଣ ହେଉଥିଲା। ଏକ ଟ୍ରାକ୍ଟରରେ ବାଲି ଲୋଡ୍‌ କରାଯାଉଥିବା ଖବର ପାଇ ବଳିଆପଣ୍ଡା ପୋଲିସ ସେଠାରେ ଚଢାଉ କରିଥିଲା। ୨ଜଣ ଖସିଯାଇଥିବା ବେଳେ ୩ଜଣଙ୍କୁ ଗିରଫ କରାଯିବା ସହ ବାଲି ଭର୍ତ୍ତିି ଏକ ଟ୍ରାକ୍ଟର ଜବତ କରାଯାଇଥିଲା। ଏଭଳି ଭାବେ ପ୍ରତିଦିନ ବିଭିନ୍ନ ସ୍ଥାନରୁ ବାଲି ଚୋରାଚାଲାଣ ହେଉଛି। ଗତବର୍ଷ ପୁରୀ ବଳିଆପଣ୍ଡା ଅଞ୍ଚଳରେ ଏକ ବଡ଼ ବାଲିମାଫିଆ ର଼୍ୟାକେଟକୁ ଧରିଥିଲା ପୋଲିସ। ସମୁଦ୍ର ବେଳାଭୂମି କଡ଼ ବଳିଆପଣ୍ଡା ଓ ସିପସରୁବାଲି ଅଞ୍ଚଳରେ ବାଲିସ୍ତୂପ ଥିବାରୁ ମାଫିଆଙ୍କ ନଜର ଏହି ଅଞ୍ଚଳ ଉପରେ ପଡ଼ିଥିଲା। ବାଲି ଚାଲାଣ ଯୋଗୁ ଏହି ଅଞ୍ଚଳର ଅନେକ ଜାଗାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଗତବର୍ଷ ଫେବୃୟାରୀ ୨୨ତାରିଖ ରାତିରେ ବଳିଆପଣ୍ଡା ପାଖ ବେଳାଭୂମି କଡ଼ରୁ ଦୁଇଟି ଜେସିବି ସାହାଯ୍ୟରେ ବାଲି ଖୋଳାଯାଇ ଚୋରା ଚାଲାଣ କରାଯାଇଥିଲା। ପ୍ରାୟ ୧୫ଟି ହାଇୱା, ଡମ୍ପର ଏବଂ ଟ୍ରକ୍‌ ବାଲି ନେବା ପାଇଁ ଠିଆ ହୋଇଥିବା ପ୍ରଶାସନ ପାଖରେ ଖବର ପହଞ୍ଚିଥିଲା। ରାତିଅଧିଆ ଚଢାଉ କରାଯାଇ ୧୭ଟି ଗାଡ଼ି ଜବତ ସହ ୯ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଏହାପରେ କିଛିଦିନ ଏହି ବେଆଇନ କାରବାର ଧିମେଇ ଯାଇଥିଲା। ମାତ୍ର ଏବେ ପୁଣି ମାଫିଆ ସକ୍ରିୟ ହୋଇ ଉଠିଛନ୍ତି। ତେବେ ଏ ନେଇ ପୁରୀ ସଦର ତହସିଲଦାର ରବୀନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ବନ୍ଧୁକଧାରୀଙ୍କ ଆକ୍ରମଣ, ଉତ୍ତେଜନା

ଗୁଆହାଟୀ,୨୭ା୮: ମଣିପୁରର କୁକି ବହୁଳ କାଙ୍ଗ୍‌ପୋକ୍‌ପି ଜିଲାରେ ଗୁରୁବାର କେତେଜଣ ଅଜଣା ବନ୍ଧୁକଧାରୀ ଗୁଳି ଚଳାଇବାରୁ ନାଗା ସମ୍ପ୍ରଦାୟର ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ…

ପ୍ରଥମ ମ୍ୟାଚ୍‌ରେ ଅଧିନାୟକ, ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ରୁ ବିଦା! ଚମକାଇଲା ନିଷ୍ପତ୍ତି

ଲଣ୍ଡନ୍, ୨୭।୮: ପାକିସ୍ତାନ କ୍ରିକେଟ୍‌ରେ ସବୁକିଛି ସମ୍ଭବ। ନିଜର ଖେଳ ପ୍ରଦର୍ଶନ ତୁଳନାରେ ଅଜବ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଟିମ୍ ପୁଣି ଏକ ଚମକାଇବା…

କିଏ ସେ ଅନୁଷ୍କା ଶର୍ମା? ଯାହାଙ୍କୁ ମିଳିଲା ଟିମ୍‌ ଇଣ୍ଡିଆରେ ବଡ଼ ଦାୟିତ୍ୱ

ମୋହାଲି, ୨୭।୮: ଭାରତୀୟ ମହିଳା କ୍ରିକେଟର ଭବିଷ୍ୟତ ତାରକାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିସିସିଆଇ (BCCI) ଭାରତୀୟ ମହିଳା ‘ଏ’ ଦଳର ଅଷ୍ଟ୍ରେଲିଆ ‘ଏ’ ବିପକ୍ଷ ସିରିଜ୍…

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ଏଲିଟ ତାଲିକାରେ ସାମିଲ ହେଲେ ଦିନୁଶା

କଲମ୍ବୋ,୨୭ା୮: ଶ୍ରୀଲଙ୍କାର ସୋନଲ ଦିନୁଶା ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଉଭୟ ଇନିଂସରେ ଶତକ ହାସଲ କରିବା ସହ ଏଲିଟ(ସ୍ବତନ୍ତ୍ର) ତାଲିକାରେ ସାମିଲ ହୋଇଛନ୍ତି। ସେ…

ସେପ୍ଟେମ୍ୱରରେ ମହାସଂଯୋଗ: ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ଖାସ୍‌, ୭ ରାଶିଙ୍କୁ ବଡ଼ ଚାକିରର ଅଫର୍‌…

ସେପ୍ଟେମ୍ୱର ୨୦୨୬ ମାସର ୧, ୧୫ ଏବଂ ୨୨ ତାରିଖ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। ଏହି ତିନୋଟି ତାରିଖରେ ବୁଧ, ମଙ୍ଗଳ, ସୂର୍ଯ୍ୟ ଏବଂ ଗୁରୁ…

ନେରେଡ଼ି ପ୍ରକଳ୍ପକୁ ନେଇ ବିଜେଡିର ଉଦ୍‌ବେଗ: ଜମି ଅଧିଗ୍ରହଣ ପୂର୍ବରୁ ପ୍ରଭାବିତଙ୍କ ସହ ଆଲୋଚନା ଦାବି

ପାରଳାଖେମୁଣ୍ଡି, ୨୭।୮(ଗିରିଧାରୀ ପରିଚ୍ଛା): ନେରେଡ଼ି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଗଜପତି ଜିଲା କାଶୀନଗର ତହସିଲ ଅଞ୍ଚଳରେ ପ୍ରାୟ ୧୦୬ ଏକର ଜମି ଅଧିଗ୍ରହଣ ପ୍ରସ୍ତୁତିକୁ ନେଇ ବିଜୁ…

ଶିକ୍ଷକ ନିଯୁକ୍ତି ନେଇ ଆସିଲା ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୭।୮: ବିହାରର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀଙ୍କ ପାଇଁ ରାଜଧାନୀ ପାଟଣାରୁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟ ସରକାର ଚତୁର୍ଥ ପର୍ଯ୍ୟାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri