ଭାଜପାରେ ମିଶିଲେ ସମୀର

ଭୁବନେଶ୍ୱର,୧୯ା୫: ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ରବିବାର ବିଜେଡି ଛାଡ଼ି ଭାଜପାରେ ମିଶିଛନ୍ତି। ଆଜି ସକାଳେ ସେ ତାଙ୍କ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଥିଲେ। ଟିକେଟ୍‌ କଟିଥିବାରୁ ସେ ବିମୁଖ ହୋଇ ବିଜେଡି ଛାଡ଼ିଥିଲେ।

ବିଜେଡି ଛାଡ଼ିବା ପରେ ସମୀର ସମର୍ଥକଙ୍କ ସହ ଆସି ଭାଜପା କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ବିଜୟପାଲ ସିଂ ତୋମାର, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମୀର ଭାଜପାରେ ଯୋଗ ଦେଇଛନ୍ତି। ଭାଜପାରେ ମିଶିବା ପରେ ସମୀର କହିଛନ୍ତି, ମୋ ଉପରେ ବିଜେଡି ନେତାଙ୍କ ଭରସା ରହିଲାନି। ନେତୃତ୍ୱଙ୍କ ଭରସା ନ ରହିଲେ ଦଳରେ କାର୍ଯ୍ୟ କରିବା ସମ୍ଭବ ନୁହେଁ। ମୋଦିଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ମୁଁ ଭାଜପାରେ ମିଶିଛି। ମୋଦି ଆତ୍ମବିଶ୍ୱାସ ଓ ଭରସାର ବାତାବରଣ ସୃଷ୍ଟି କରିଛନ୍ତି। ମୋଦି କେବଳ କୁହନ୍ତିନି, କାର୍ଯ୍ୟରେ କରି ଦେଖାନ୍ତି। ମୋତେ ଦଳ ଯେଉଁ ଦାୟିତ୍ୱ ଦେବ ନିଷ୍ଠାର ସହ ତୁଲାଇବି। ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଯେଉଁ ଦାୟିତ୍ୱ ମିଳିବ ତୁଲାଇବି। ନିମାପଡ଼ାରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଲକ୍ଷାଧିକ ଭୋଟ୍‌ରେ ନିଶ୍ଚିତ ବିଜୟ ଲାଭ କରିବେ।

ସୂଚନାଯୋଗ୍ୟ, ୨୦୦୯, ୨୦୧୪, ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସମୀର। ଦୀର୍ଘବର୍ଷ ଧରି ଗଣଶିକ୍ଷା ବିଭାଗର ମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଟିକେଟ୍‌ ଦେଇ ନ ଥିଲା। ଏଥର ସମୀରଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି । ତାଙ୍କୁ ମନାଇବା ପାଇଁ କିଛି ଦିନ ପୂର୍ବରୁ ତାଙ୍କୁ ଢେଙ୍କାନାଳ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା ଦଳ। ହେଲେ ଏଥିରେ ସମୀର ସନ୍ତୁଷ୍ଟ ହୋଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣା: ଜଜ୍‌ଙ୍କ ବାସଭବନ ପରେ ମେଡିକାଲ ପଛପଟେ ବୁଲୁଛି ଜଙ୍ଗଲୀ ଭାଲୁ, ଉଦ୍ଧାର କାର୍ଯ୍ୟରେ…

ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର…

ସୀମାରେ ଜମା ହେଲେ ଶତାଧିକ ବାଂଲାଦେଶୀ, ଶୁଭେନ୍ଦୁ ସରକାରଙ୍କ ଆକ୍ସନ ପରେ ସୀମାନ୍ତରେ ହଲଚଲ!

କୋଲକାତା,୨୦।୬ : ପଶ୍ଚିମବଙ୍ଗରେ ଭାଜପା ସରକାର ଗଠନ ଏବଂ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଦ୍ୱାରା ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି ତେଜିଲା

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବି କରିଛି କଳାହାଣ୍ଡି ସରପଞ୍ଚ ସଂଘ। ଶନିବାର ରାଜ୍ୟ ସରପଞ୍ଚ…

ବ୍ଲଡ୍‌ ବ୍ୟାଙ୍କ ବନ୍ଦ ଯୋଗୁ ଶିଶୁଙ୍କୁ ମିଳିଲାନି ରକ୍ତ, ହସ୍ପିଟାଲରେ ଚାଲିଗଲା ଜୀବନ

ଧର୍ମଗଡ଼,୨୦।୬(ଘାସିରାମ ଜଗତ): କଳାହାଣ୍ଡି ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ରକ୍ତ ନ ମିଳିବାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ପରିବାର…

ଲେବାନନରେ ଇସ୍ରାଏଲର ଆକ୍ରମଣ ପରେ ରାଗିଗଲା ଇରାନ; ବନ୍ଦ କରିଦେଲା ହର୍ମୁଜ, ପୁଣି ହେବ ଯୁଦ୍ଧ!

ତେହରାନ,୨୦।୬: ବିଶ୍ୱ ଅର୍ଥନୀତି ପାଇଁ ଶାନ୍ତି ଚୁକ୍ତିନାମା ଏବଂ ମଧ୍ୟପ୍ରାଚ୍ୟରେ ସ୍ୱାଭାବିକତା ଫେରିବାର ଆଶା ପୁଣି ଥରେ ମଳିନ ହେଉଥିବା ପରି ମନେ ହେଉଛି। ଲେବାନନରେ ଇସ୍ରାଏଲ ଦ୍ୱାରା…

ଭାଲୁକୁ ପିଟି ପିଟି ହତ୍ୟା, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୦ା୬(ଦୁର୍ଯ୍ୟୋଧନ ପାତ୍ର)- ମାଲକାନଗିରି ଜିଲା ମାଥିଲି ବନାଞ୍ଚଳ ଅଧୀନ ଢାଇଗୁଡା ଗ୍ରାମ ନିକଟରେ ଭାଲୁକୁ ଆକ୍ରମଣ କରିଥିବା ୫ ଅଭିଯୁକ୍ତଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି।…

ଠିକା କାମକୁ କେନ୍ଦ୍ର କରି ମାଡ଼ପିଟ, ଭାଜପା କର୍ମୀ ଗଲେ ଜେଲ

ରିଷିଡା, ୨୦।୬ (ସୁଶାନ୍ତ ମଲ୍ଲିକ): ଏକ ଠିକା କାମକୁ କେନ୍ଦ୍ର କରି ହୋଇଥିବା ଗଣ୍ଡଗୋଳ ଓ ମାଡ଼ପିଟ ଘଟଣାରେ ଜଣେ ଭାଜପା କର୍ମୀ ଜେଲ ଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri