Posted inରାଜ୍ୟ

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର କରିପାରୁନାହାନ୍ତି। ଆଶାୟୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଏକ ପ୍ରକାର ଦଳ ବିରୋଧରେ ବିଦ୍ରୋହ କରିବା ଏହା ପଛର କାରଣ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ସମୀରଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଦଳ ଛାଡ଼ିବାକୁ ସଙ୍କେତ ଦେଉଥିବା ଦେଖାଯାଇଛି।

ଭିଡିଓରେ ସମୀର କହୁଛନ୍ତି, ମୁଁ ଆପଣ ମାନଙ୍କର ମତ ଶୁଣିଲି।ଧନ୍ୟବାଦ ଦେବା ସହ କୃତଜ୍ଞତା ଆଉ ଥରେ ଜଣାଇବି, ଯେଉଁ ବିଶ୍ୱାସ ଆଉ ଭରସା ଆପଣମାନେ ରଖିଛନ୍ତି। ଆପଣଙ୍କ ପ୍ରସ୍ତାବ ଆସିଛି ଯଦି ଦଳ ପ୍ରାର୍ଥୀ ବଦଳାଉନାହିଁ, ସମୀର ଦାଶ ନହେଲେ ସୁନୀତା ଦାଶଙ୍କୁ ଆମେ ଗ୍ରହଣ କରିବୁ। ହେଲେ ମନେରଖନ୍ତୁ ଟେଲିଫୋନ ଆସିବ ନାହିଁ। ଶଙ୍ଖ ଦଳରୁ ଯିଏ ପ୍ରାର୍ଥୀ ହୋଇଛନ୍ତି, ଆମ ସଂଗଠନ ଛାଡ଼ି ତାଙ୍କର ସହଯୋଗୀ ହୋଇଥିବା କିଛି ନେତା, ଆମ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଆମକୁ ସତର୍କ ରହିବା ସହ ଏକାଠି ଲଢ଼ିବାକୁ ହେବ।

ସେହିଭଳି ଭିଡିଓରେ ଅନ୍ୟଜଣେ ନେତା ୨୦ ବର୍ଷ ଧରି ନିମାପଡ଼ାରେ ସମୀରଙ୍କ ନେତୃତ୍ୱରେ ସଂଗଠନ ଚାଲିଆସୁଛି ବୋଲି କହିଥିଲେ। ଏହାଛଡ଼ା ସମୀର ଛାତ୍ର ଜୀବନରୁ ନିର୍ବାଚନ ଜିତିଆସୁଛନ୍ତି। ଏବେ ଯଦି ଦଳ ତାଙ୍କ ପ୍ରତି ଅବିଚାର କରିଛି ତେବେ ସଂଗଠନ ତାଙ୍କ ସହ ଛିଡ଼ା ହେବା ଉଚିତ। ଆବଶ୍ୟକ ପଡ଼ିଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କର୍ମୀଜଣଙ୍କ କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାସପୋର୍ଟକୁ ନେଇ ବୈଦେଶିକ ମନ୍ତ୍ରଣାଳୟର ବଡ଼ ସୂଚନା, ନାଗରିକତାର….

ନୂଆଦିଲ୍ଲୀ,୨୪।୬: ଭାରତୀୟ ପାସପୋର୍ଟ ନାଗରିକତା ପ୍ରମାଣିତ କରିବାର ଏକ ଦସ୍ତାବିଜ ନୁହେଁ, ଏହା ସମ୍ପୂର୍ଣ୍ଣ ଭାବରେ ଏକ ଯାତ୍ରା(ଟ୍ରାଭେଲ) ଡକ୍ୟୁମେଣ୍ଟ । ନାଗରିକତାର ପ୍ରମାଣ ଭାବରେ କିମ୍ବା ସରକାରୀ…

କାଦୁଅ ବିଲରୁ ଉଦ୍ଧାର ହୋଇଥିଲା ମୁହଁ ମାଡ଼ି ପଡ଼ିଥିବା ମହିଳାଙ୍କ ମୃତଦେହ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କଲେ ଅତିରିକ୍ତ SP

ହାଟଡିହୀ,୨୪।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ବାଲିଆ ଅଞ୍ଚଳର ଏକ ବିଲରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଏକ ବଡ଼ ଖୁଲାସା…

ବଜ୍ରାଘାତ ପରେ ଘରେ ଫୁଟିଲା ବାଣ; ବିସ୍ଫୋରଣରେ ପୁଅର ମୃତ୍ୟୁ, ବାପା-ମା’ଙ୍କ ସହ ୩ ଗୁରୁତର

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଭୟାବହ ବାଣ ବିସ୍ଫୋରଣ ଘଟିଛି। ଗ୍ରାମର ପାଣିଟାଙ୍କି ରୋଡ଼୍‌ରେ ଥିବା…

ବୈଭବଙ୍କୁ ଟିମ୍‌ ଇଣ୍ଡିଆର ଡ୍ରେସିଂ ରୁମ୍‌ ମନା, ଦଳଠାରୁ ରହିବେ ଅଲଗା; ICCର ନିୟମକୁ ନେଇ… 

ନୂଆଦିଲ୍ଲୀ,୨୪।୬: ବୈଭବ ସୂର୍ଯ୍ୟବଂଶୀ ଟିମ୍‌ ଇଣ୍ଡିଆ ସହିତ ଆୟରଲ୍ୟାଣ୍ଡରେ ପହଞ୍ଚି ସାରିଛନ୍ତି। ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ଯିବାର ଅଛି,…

ଦିଗପହଣ୍ଡିରେ ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ ସଚେତନତା କାର୍ଯ୍ୟକ୍ରମ, ବିକଶିତ ଓଡ଼ିଶାର ପଟ୍ଟଚିତ୍ର…

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ ବୁଧବାର ସ୍ଥାନୀୟ ପୁଞ୍ଜିକଂୟା ଛକ ନିକଟ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ପରିସରରେ…

ଜଙ୍ଗଲରେ ଚାଷ କରି ଚାଲାଣ କରୁଥିଲେ ଗଞ୍ଜେଇ, ଚଢ଼ାଉ କରି ୩ଶହ…

ମୋହନା,୨୪।୬(ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କ ନେତୃତ୍ୱରେ ଅଡବା ଥାନା ଅନ୍ତର୍ଗତ ଗୋବେଲ ଗାଁ ନିକଟସ୍ଥ ଜଙ୍ଗଲରେ ଅତର୍କିତ ଚଢ଼ାଉ…

ପେଶାରେ ଡାକ୍ତର, ପରିଚୟ ‘ବଲୁଚିସ୍ତାନର ସିଂହୀ’; ଜାଣନ୍ତୁ କିଏ ଏହି ମହିଳା, ଯାହାଙ୍କୁ  ଭୟ କରେ ପାକିସ୍ତାନୀ ସେନା! 

ଇସଲାମାବାଦ,୨୪।୬: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ରାଜଧାନୀରେ ଥିବା ଆଣ୍ଟି-ଟେରରିଜିମ କୋର୍ଟ ବଲୁଚ୍‌ ଆକ୍ଟିଭିଷ୍ଟ ମହରଙ୍ଗ ବଲୋଚ୍‌ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ମହରଙ୍ଗ ’ବଲୁଚିସ୍ତାନର ସିଂହୀ’ ଭାବେ ବେଶ…

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ ପରେ ପ୍ରତାରଣା, ବଳାତ୍କାର ମାମଲାରେ ଜେଲ୍ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗାଁରେ ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଏକାଧିକ ଥର ଶାରିରୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri