Posted inରାଜ୍ୟ

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର କରିପାରୁନାହାନ୍ତି। ଆଶାୟୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ଏକ ପ୍ରକାର ଦଳ ବିରୋଧରେ ବିଦ୍ରୋହ କରିବା ଏହା ପଛର କାରଣ ବୋଲି ଚର୍ଚ୍ଚା ହେଉଛି। ଏସବୁ ମଧ୍ୟରେ ସମୀରଙ୍କ ଆଉ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଦଳ ଛାଡ଼ିବାକୁ ସଙ୍କେତ ଦେଉଥିବା ଦେଖାଯାଇଛି।

ଭିଡିଓରେ ସମୀର କହୁଛନ୍ତି, ମୁଁ ଆପଣ ମାନଙ୍କର ମତ ଶୁଣିଲି।ଧନ୍ୟବାଦ ଦେବା ସହ କୃତଜ୍ଞତା ଆଉ ଥରେ ଜଣାଇବି, ଯେଉଁ ବିଶ୍ୱାସ ଆଉ ଭରସା ଆପଣମାନେ ରଖିଛନ୍ତି। ଆପଣଙ୍କ ପ୍ରସ୍ତାବ ଆସିଛି ଯଦି ଦଳ ପ୍ରାର୍ଥୀ ବଦଳାଉନାହିଁ, ସମୀର ଦାଶ ନହେଲେ ସୁନୀତା ଦାଶଙ୍କୁ ଆମେ ଗ୍ରହଣ କରିବୁ। ହେଲେ ମନେରଖନ୍ତୁ ଟେଲିଫୋନ ଆସିବ ନାହିଁ। ଶଙ୍ଖ ଦଳରୁ ଯିଏ ପ୍ରାର୍ଥୀ ହୋଇଛନ୍ତି, ଆମ ସଂଗଠନ ଛାଡ଼ି ତାଙ୍କର ସହଯୋଗୀ ହୋଇଥିବା କିଛି ନେତା, ଆମ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରିବେ। ଆମକୁ ସତର୍କ ରହିବା ସହ ଏକାଠି ଲଢ଼ିବାକୁ ହେବ।

ସେହିଭଳି ଭିଡିଓରେ ଅନ୍ୟଜଣେ ନେତା ୨୦ ବର୍ଷ ଧରି ନିମାପଡ଼ାରେ ସମୀରଙ୍କ ନେତୃତ୍ୱରେ ସଂଗଠନ ଚାଲିଆସୁଛି ବୋଲି କହିଥିଲେ। ଏହାଛଡ଼ା ସମୀର ଛାତ୍ର ଜୀବନରୁ ନିର୍ବାଚନ ଜିତିଆସୁଛନ୍ତି। ଏବେ ଯଦି ଦଳ ତାଙ୍କ ପ୍ରତି ଅବିଚାର କରିଛି ତେବେ ସଂଗଠନ ତାଙ୍କ ସହ ଛିଡ଼ା ହେବା ଉଚିତ। ଆବଶ୍ୟକ ପଡ଼ିଲେ ସେ ସ୍ବାଧୀନ ଭାବେ ଲଢ଼ିବେ ବୋଲି କର୍ମୀଜଣଙ୍କ କହୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଟିଆଇ ସ୍ଥାପନ କରିବ ‘ଓ୍ବେଷ୍ଟ ଟୁ ଓ୍ବେଲଥ’ ମଡେଲ ବୁଥ୍‌

ବ୍ରହ୍ମପୁର,୯ା୫(ଅଶୋକ କୁମାର ସାହୁ):ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ଆସନ୍ତା ୧୩ ତାରିଖରେ ସାଧାରଣ ନିର୍ବାଚନ ମତଦାନ ହେବ । ଭୋଟରଙ୍କୁ ସଚେତନ କରିବା ପାଇଁ ଭିନ୍ନ ମଡେଲ...

ମାଟିର ପୁଅ, ଆମଦାନୀ ନେତାଙ୍କୁ ନେଇ ରାଜନୀତି

ଜଗତ୍‌ସିଂହପୁର, ୯ା୫(ପ୍ରମୋଦ କୁମାର ନାୟକ)ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ମାଟିର ପୁଅ ଓ ଆମଦାନୀ ନେତାଙ୍କୁ ନେଇ ଆଲୋଚନା ଜୋର ଧରିଛି। ବିଗତ ୨ଟି ନିର୍ବାଚନ କଥା...

କେନ୍ଦ୍ରାପଡ଼ା କେନାଲ ବନ୍ଧରେ ୧୨ଫୁଟର ଘାଇ

ଡେରାବିଶ,୯ା୫(ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଶାଖାର ୮ ନଂ. କେନାଲ ବନ୍ଧରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଫୁଟ୍‌ର ଘାଇ ସୃଷ୍ଟି ହୋଇଛି। ଫଳରେ କେନ୍ଦ୍ରାପଡ଼ା ଜିଲା...

ଥିଲାବାଲାଙ୍କୁ କାର୍ଡ, ଗରିବଙ୍କୁ ମିଳୁନି ରାଶନ

ପଟ୍ଟାମୁଣ୍ଡାଇ,୯ା୫ (କଳ୍ପତରୁ ନାୟକ)ଦେଶରେ କେହି ଭୋକିଲା ରହିବେ ନାହିଁ। ପେଟ ପାଇଁ ଆଉ କେହି ଭିକ୍ଷାବୃତ୍ତି କରିବେ ନାହିଁ। ଏ ନେଇ ୨୦୧୩ରେ କେନ୍ଦ୍ର ସରକାର...

ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ରୁଦ୍ର ମହାରଥୀଙ୍କ ସ୍ତ୍ରୀ

ପୁରୀ, ୯ା୫(ଅଜିତ୍‌ ମହାନ୍ତି)ଆସନ୍ତା ୨୫ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ପିପିଲି ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ ନାମାଙ୍କନପତ୍ର ଦାଖଲ...

ଉଚ୍ଚ ଶିକ୍ଷାନୁଷ୍ଠାନରେ ଇ-ସିଗାରେଟ୍‌ ରୋକାଯାଉ

ଭୁବନେଶ୍ୱର, ୯।୫(ଅସମାପିକା ସାହୁ)ପରିବର୍ତ୍ତିତ ସମାଜରେ ଟେକ୍ନୋଲୋଜିର ବ୍ୟବହାର ବଢ଼ୁଛି। ଆଉ ଏଥିରେ ଯୁବପିଢ଼ିଙ୍କ କାର୍ଯ୍ୟଶୈଳୀ ବି ବଦଳୁଛି। ଅନେକ କଲେଜ ପଢୁଆ ଯୁବପିଢ଼ି ଏବେ ସିଗାରେଟ୍‌...

ଓଡ଼ିଶାରେ ପରିବର୍ତ୍ତନ ପବନ ବହୁଛି: ରାଜନାଥ

ରାୟଗଡ଼ା,୯।୫(ଆଶିଷ ରଞ୍ଜନ ପଣ୍ଡା)ଏଥର ଓଡ଼ିଶାରେ ସରକାର ଗଠନ କରିବ ଭାଜପା। ରାଜ୍ୟର ବିକାଶ ପାଇଁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ଭାଜପାକୁ ବହୁଳ ଭୋଟ୍‌ରେ ବିଜୟୀ କରାଇବେ।...

ବ୍ରହ୍ମପୁର ଗଣବଳାତ୍କାର: ୫ ଛାତ୍ର କୋର୍ଟ ଚାଲାଣ

ବ୍ରହ୍ମପୁର,୯ା୫(ସୁବାସ ଚନ୍ଦ୍ର ପାଢ଼ୀ)ବ୍ରହ୍ମପୁର ସହରରେ ଯୁକ୍ତ ୨ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାରେ ଗିରଫ ୫ ଜଣ କଲେଜ ଛାତ୍ରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri